Pratidin TV

Odisha's Digital News Platform

ଚାଷୀ ମାନଙ୍କ ପାଇଁ ବଡ ଖବର : ୪୧ ଲକ୍ଷ ଖାତାକୁ ଆସିବ ୮୦୦ କୋଟି ଟଙ୍କା

1 min read

ଭୁବନେଶ୍ୱର : ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ଏଠାକାର ୭୦ ପ୍ରତିଶତ ଲୋକେ କୃଷି ଉପରେ ନିର୍ଭର କରି ଜୀବନ ଯାପନ କରନ୍ତି । ପ୍ରତ୍ୟକ ବର୍ଷ ଅନେକ ଚାଷୀ ଋଣ ଭାର ସହି ନପାରି ଆତ୍ମହତ୍ୟା କରିଥାନ୍ତି । ଏସବୁକୁ ଆଖିଆଗରେ ରଖି ରାଜ୍ୟ ସରକାର ଚାଷୀଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ କାଳିଆ ଯୋଜନା ଆରମ୍ଭ କରିଥିଲେ । ତେବେ ପୁଣି ‘କାଳିଆ ’ଯୋଜନା ହିତାଧିକାରୀଙ୍କ ପାଇଁ ଆସିବାକୁ ଯାଉଛି ଏକ ଖୁସି ଖବର । ନୂଆଖାଇ ଅବସରରେ ଚାଷୀମାନଙ୍କୁ ଏକ ଉପହାର ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡିଶାର ଏହି କୃଷିଭିତ୍ତିକ ଗଣପର୍ବରେ ରାଜ୍ୟର ୪୧ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ପ୍ରାୟ ୮୦୦ କୋଟି ଟଙ୍କାର ସହାୟତା ବଣ୍ଟନ କରାଯିବା ନେଇ ପ୍ରସ୍ତୁତ ଚଲାଇଛି କୃଷି ବିଭାଗ । ରାଜ୍ୟ ସରକାର ଚଳିତବର୍ଷ ବଜେଟରେ କୃଷିକ୍ଷେତ୍ର ଲାଗି ସର୍ବାଧିକ ୨୧,୧୬୬ କୋଟି ଟଙ୍କାର ବ୍ୟୟବରାଦ କରିଥିବାବେଳେ ଏଥିରୁ ‘କାଳିଆ’ ସହାୟତା ବାବଦକୁ ୧୮୭୪ କୋଟି ଟଙ୍କା ବଣ୍ଟା ହେବାକୁ ରହିଛି।


ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ରେ ‘କାଳିଆ’ ଯୋଜନା ଆରମ୍ଭ ହୋଇଥିଲା। ପ୍ରଥମେ ଦୁଇଟି କିସ୍ତିରେ ୫ ହଜାର ଲେଖାଁଏ ବାର୍ଷିକ ୧୦ ହଜାର ଟଙ୍କା ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଦୁଇଟି କିସ୍ତିରେ ୨ ହଜାର କରି ବାର୍ଷିକ ୪ ହଜାରକୁ ହ୍ରାସ କରାଯାଇଥିଲା। ଇତିମଧ୍ୟରେ ୭ଟି ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କପକ୍ଷରୁ ୯ ହଜାରରୁ ଊର୍ଦ୍ଧ୍ବ କୋଟି ଟଙ୍କାର ସହାୟତା ରାଶି ବଣ୍ଟାଯାଇଛି। ଏବେ ଅଷ୍ଟମ ପର୍ଯ୍ୟାୟରେ ପ୍ରାୟ ୮୦୦ କୋଟି ଟଙ୍କା ବଣ୍ଟାଯିବାକୁ ପ୍ରକ୍ରିୟା ଚାଲିଛି।

Advertisement


‘କାଳିଆ’ ଯୋଜନା ରାଜ୍ୟରେ ଚାଷୀ ଓ ଚାଷର ଉନ୍ନତି ପାଇଁ ବେଶ୍ ସହାୟକ ହେଉଛି । ବାସ୍ତବ ଦୃଷ୍ଟିକୋଣ ଉପରେ ଆଧାରିତ ଏହି ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ମାଧ୍ୟମରେ ବର୍ଷକୁ ୧୦,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ରାଶି ବିନିଯୋଗ କରାଯାଇ ରାଜ୍ୟର ଅସମର୍ଥ କୃଷି ପରିବାର, ଭୂମିହୀନ ଚାଷୀ ଏବଂ ନାମମାତ୍ର ଚାଷୀଙ୍କୁ ଋଣ ଯନ୍ତା ଏବଂ ଦାରିଦ୍ର‌୍ୟରୁ ମୁକ୍ତ କରିବା ଏହାର ଲକ୍ଷ୍ୟ। ‘କାଳିଆ ଯୋଜନାରେ ୩ ବର୍ଷ ପାଇଁ ୫୯୩୩.୩୧ କୋଟି ଟଙ୍କା ଅନୁମୋଦନ କରିଛି କ୍ୟାବିନେଟ।


‘କାଳିଆ’ ଯୋଜନାକୁ ସଠିକ୍ ଭାବରେ କାର୍ଯ୍ୟକାରି କରାଯିବ। ଏହା ସହିତ କୃଷକ ମାନଙ୍କର ଆୟ ବୃଦ୍ଧି ସହ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ଲକ୍ଷ୍ୟ ରଖିଛନ୍ତି ସରକାର। ତେଣୁ ରାଜ୍ୟ କ୍ୟାବିନେଟ୍ (୨୦୨୧ – ୨୨ରୁ ୨୦୨୩ – ୨୪ ଆର୍ଥିକ ବର୍ଷ ) ୩ ବର୍ଷ ପାଇଁ ୫୯୩୩.୩୧ କୋଟି ଟଙ୍କାର ବ୍ୟୟ ଅଟକଳକୁ ଅନୁମୋଦନ କରିଛନ୍ତି। ଏହାଦ୍ବାରା ରାଜ୍ୟର ସମସ୍ତ କାଳିଆ ଯୋଜନା ହିତାଧିକାରୀ କୃଷକ ପରିବାର ବହୁଳ ଭାବରେ ଉପକୃତ ହେବେ।

Leave a Reply

Your email address will not be published. Required fields are marked *