Pratidin TV

Odisha's Digital News Platform

ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ନିଯୁକ୍ତ ହେଲେ ସଞ୍ଜୟ କୁମାର ମିଶ୍ର

1 min read

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟକୁ ମିଳିଲା ନୂତନ ବିଚାରପତି । ଆଡଭୋକେଟ୍ ଭାବରେ କାର୍ଯ୍ୟ କରୁଥିବା ମିଶ୍ରଙ୍କୁ ବିଚାରପତି ପଦକୁ ପଦୋନ୍ନତି ମିଳିଛି । ୨୯ ଡିସେମ୍ବର ୧୯୬୧ରେ ବଲାଙ୍ଗୀରରେ ଜନ୍ମଗ୍ରହଣ କରିଥିବା ଶ୍ରି ମିଶ୍ର ୧୯୭୭ରେ ପୃଥ୍ୱୀରାଜ ହାଇସ୍କୁଲରୁ ଦଶମରେ ଉତ୍ତୀର୍ଣ୍ଣ ହୁଅନ୍ତି । ୧୯୮୨ରେ ରାଜେନ୍ଦ୍ର କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଦିଲ୍ଳୀ ୟୁନିଭର୍ସିଟିରୁ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ । ୧୯୮୭ରେ ନିଜର ଏଲଏଲବି ଡିଗ୍ରୀ ହାସଲ କରିଥିଲେ ।

୧୯୮୮ରୁ ବଲାଙ୍ଗୀରରେ ଓକିଲାତି ଆରମ୍ଭ କରିଥିଲେ । ୧୯୯୯ରେ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେବା ସହିତ ଜୟପୁରରେ ସହକାରୀ ଜଜ୍ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ସୁନ୍ଦରଗଡ ଜିଲ୍ଲା ଜଜ୍ ଭାବରେ ଦାୟିତ୍ୱ ଗ୍ରହଣ କରିବା ସହିତ ସ୍ୱତନ୍ତ୍ରୟ ସିବିଆଇ କୋର୍ଟର ଜଜ୍ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *