Pratidin TV

Odisha's Digital News Platform

ଜେଲ ଡିଜି ମନୋଜ ଛାବ୍ରାଙ୍କ ବଡ ଘୋଷଣା ; ଏଣିକି କଏଦୀଙ୍କ ଗୋଡରେ ଲାଗିବ GPS …

1 min read

ଭୁବନେଶ୍ୱର ; କଏଦୀଙ୍କୁ ବଡ ଆସ୍ୱସ୍ତି । ଏଣିକି ବେଫିକ୍ରି ପାରିବେ ବୁଲି । ଆଉ ଚାରିକାନ୍ଥ ମଧ୍ୟରେ ବନ୍ଦ ହୋଇ ନରହି ନିଜ ଘରକୁ ଯାଇପାରିବେ ବିଚାରଧୀନ କଏଦୀ । ଜେଲରୁ କଏଦୀଙ୍କ ବୋଝ କମାଇବା ସହ ବର୍ଷ ବର୍ଷ ଧରି ଚାଲୁଥିବା କେସରେ ଥିବା ବିଚାରଧିନ କଏଦୀଙ୍କ ବିଳମ୍ବିତ ନ୍ୟାୟ ପକ୍ରିୟା ଯୋଗୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏନେଇ ବିଚାରାଧୀନ କଏଦୀଙ୍କ ଦେହରେ ଜିପିଏସ୍ ଲଗାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଜେଲ ବିଭାଗ।

ସୂଚନା ଅନୁଯାୟୀ ଯେଉଁ କଏଦୀଙ୍କ ଅପରାଧର ଦଣ୍ଡ ୭ ବର୍ଷରୁ କମ୍ ହୋଇଥିବ, ଜଘନ୍ୟ ଅପରାଧରେ ସଂପୃକ୍ତ ନ ଥିବେ, ସାଧାରଣ ମାମଲାରେ ଅଭିଯୁକ୍ତ ଥିବେ-ସେମିତି ବନ୍ଦୀଙ୍କ ଦେହରେ ଏହି ଜିପିଏସ୍ ଲଗାଇ ଘରେ ଛାଡ଼ି ଦିଆଯିବ । ଆଣ୍ଠୁରେ ଲାଗିବ ଏହି ଜିପିଏସ୍ ଟ୍ରାକର୍ । ଏହା ଦ୍ୱାରା ସଂପୃକ୍ତ ବିଚାରାଧୀନ କଏଦୀଙ୍କ ସମସ୍ତ ଗତିବିଧି ଓ କାର୍ଯ୍ୟକଳାପ ସଂପର୍କରେ ଜାଣିପାରିବେ ଜେଲ୍ କର୍ତ୍ତୃପକ୍ଷ ।

ଯଦି କେହି କଏଦୀ ଏହାକୁ ବାହାରକରିବାକୁ ଚେଷ୍ଟା କରନ୍ତି ତେବେ ସ୍ଥାନୀୟ ପୋଲିସକୁ ଏହି ସୂଚନା ମିଳିଯିବ ।
ସେହିଭଳି କଏଦୀମାନଙ୍କ ଗୋଇଠିରେ ଏହି ଜିପିଏସକୁ ଲଗାଯିବ । ଯେପରି ସାଧାରଣ ଲୋକ ଏହାକୁ ଦେଖିପାରିବ ନାହିଁ । ତେବେ ଯେଉଁ କଏଦୀମାନେ ଚାହିଁବେ ସେମାନେ ହିଁ ଏହି ଜିପିଏସ ଲଗାଇ ନିଜ ଘରକୁ ଯାଇପାରିବେ । ଏଥିରେ କୌଣସି ବାଧ୍ୟବାଧକତା ରହିବ ନାହିଁ । ସାମାନ୍ୟ ଅଭିଯୋଗରେ ଛନ୍ଦିହେଉଥିବା ଅପରାଧୀ ବା ୭ରୁ ୮ ବର୍ଷ ଧରି ବିନା ଦୋଷରେ ଜେଲରେ ରହୁଥିବା କଏଦୀମାନଙ୍କ ପାଇଁ ଏସବୁ ବ୍ୟବସ୍ଥା । କାରଣ ଅନେକ ଲୋକ କିଛି ଅପରାଧ ନକରି ମିଛ କେସରେ ବର୍ଷ ବର୍ଷ ଜେଲରେ ରହୁଛନ୍ତି । ତା ସହ ଓକିଲମାନଙ୍କୁ ଟଙ୍କା ଦେବାକୁ ଅକ୍ଷମ ଥିବା ଅପରାଧି ମଧ୍ୟ ନିଜ କେସ ଲଢିନପାରି ବନ୍ଦୀ ହୋଇ ରହୁଛି । ଏନେଇ ଏଭଳି ବଡ ପଦକ୍ଷେପ ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *