Pratidin TV

Odisha's Digital News Platform

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ ଓଡିଆ ଝିଅ ‘ଡଃ  କ୍ରିଷ୍ଣା  ପଟେଲ’

1 min read

ସମ୍ଭଲପୁର : ଓଡିଶାମାଟିକୁ ଗର୍ବିତ କଲେ ସମ୍ଭଲପୁର ଝିଅ ଡ.  କ୍ରିଷ୍ଣା  ପଟେଲ । କଳା କ୍ଷେତ୍ର ରେ ତାଙ୍କର ଜୀବନବ୍ୟାପୀ ସାଧନା ଓ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ କରିବା ପାଇଁ ଘୋଷଣା କରିଛନ୍ତି । ଡ଼ କ୍ରିଷ୍ଣା ପଟେଲ ଜଣେ ସୁ ଗାୟିକା ଭାବରେ ଚାରିଆଡେ ତାଙ୍କର ବେଶ ଖ୍ୟାତି ରହିଛି । ସେ ଆକାଶବାଣୀ ଓ ଦୂରଦର୍ଶନ ର ଜଣେ ସ୍ୱୀକୃତି ପ୍ରାପ୍ତ କଳାକାର । ସମ୍ବଲପୁର କଳା ପରିଷଦ ର ସେ ଜଣେ ସକ୍ରିୟ ସଭ୍ୟା । ସେ ଗାଇଥିବା ରଙ୍ଗବତୀ ଗୀତ ଦେଶ ବିଦେଶ ରେ ଜନାଦୃତ ହୋଇଛି । ତାଙ୍କୁ ସେଥିପାଇଁ ପୂର୍ବରୁ ଡକ୍ଟରେଟ ସମ୍ମାନ ମିଳିଥିବା ବେଳେ ଏଵେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ରେ ସମ୍ମାନିତ କରିଛନ୍ତି ।

ସୂଚନା ଥାଉ କି ପୂର୍ବରୁ ଏହି ସମ୍ବଲପୁରୀ ଗୀତ “ରଙ୍ଗବତୀ” ପାଇଁ ଏହାର ଲେଖକ ମିତ୍ରଭାନୁ ଗୌନ୍ତିଆ ଓ ଗାୟକ ଡ଼ ଜିତେନ୍ଦ୍ର ହରିପାଳ ଙ୍କୁ ଭାରତ ସରକାର ପଦ୍ମଶୀ ସମ୍ମାନ ରେ ସମ୍ମାନିତ କରି ସାରିଥିବା ବେଳେ ଏଵେ ଡ଼  କ୍ରିଷ୍ଣା  ପଟେଲ ଙ୍କୁ ସମ୍ମାନିତ କରିବା ପାଇଁ ଘୋଷଣା କରିଛନ୍ତି । ୧୯୫୭ ନଭେମ୍ବର ୨୮ ତାରିଖ ରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ରେ ଜନ୍ମିତ  କ୍ରିଷ୍ଣା  ପଟେଲ ପୋଲିସ ଚାକିରୀ ରୁ ଏଵେ ସେବା ନିବୃତ ହୋଇଛନ୍ତି ।

Advertisement

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଡକ୍ଟରେଟ ଉପାଧି ଦିଆଯାଇଥିଲା । ସେ ଏପର୍ଯ୍ୟନ୍ତ ୫୦୦ରୁ ଉର୍ଧ୍ଵ ଗୀତ ରେ କଣ୍ଠଦାନ କରିଛନ୍ତି । ରଙ୍ଗବତୀ ଗୀତ ପାଇଁ ପୂର୍ବରୁ ଏହାର ଲେଖକ ମିତ୍ରଭାଆନୁ ଗୌନ୍ତିଆ ଓ ଦୁଇ ଗାୟକ ଜିତେନ୍ଦ୍ରିୟ ହରିପାଲ ଓ ଏବେ କ୍ରିଷ୍ଣା ପଟେଲ ଙ୍କୁ ପଦ୍ମଶ୍ରୀ ରେ ସମ୍ମାନିତ କରାଯାଇଛି ।

Leave a Reply

Your email address will not be published. Required fields are marked *