Pratidin TV

Odisha's Digital News Platform

ଥମୁନି କରୋନା ଗ୍ରାଫ : ପ୍ରତ୍ୟକଦିନ ୧୧ ଶହ ଟପୁଛି ସଂକ୍ରମଣ

ଭୁବନେଶ୍ୱର : ଦେଶରେ ପୁଣି ଥରେ କେରୋନା ପରିସ୍ଥିତି ବିଗୁଡୁଛି,ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ୧୧ଶହ ପାରକରୁଛି । ତେବେ ଆଜି ୧୧୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୬୬୨ ଜଣ ଚିହ୍ନଟ ହୋଇଥିବା ବେଳେ , ସ୍ଥାନୀୟ ସଂକ୍ରମଣରୁ ୪୬୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୧୮ ବର୍ଷରୁ କମ ବୟସ ମଧ୍ୟରେ ୧୪୩ ଜଣ ଆକ୍ରାନ୍ତ ଥିବା ସୂଚନା ଦେଇଛି ସୂଚନା ଯୋଗାଯୋଗ ଓ ଲୋକସର୍ମ୍ପକ ବିଭାଗ ।


ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୯ଜଣ ଆକ୍ରାନ୍ତ ଚିହ୍ନଟ ବେଳେ,କଟକରୁ୧୧୧,ମୟୁରଭଞରୁ୯୩,ନୟାଗଡରୁ୩୩,ନବରଙ୍ଗପୁରରୁ୯,ସମ୍ବଲପୁରରୁ୧୦୬,ସୁନ୍ଦରଗଡରୁ୨୨୫,ଷ୍ଟେଟପୁଲରୁ୪୭,ପୁରୀ୧୪,ସୋନପୁରୁ୧୮,କୋରାପୁଟରୁ୧୧,ଯାଜପୁରରୁ୩୬,ଜଗତସିଂହପୁର୧୦,ଝାରସୁଗୁଡା୨୫ ଓ କେନ୍ଦ୍ରାପଡାରୁ ୧୮ ଜଣ ଲେଖାଏଁ ,ଦେଓଗଡରୁ୩,ଢେଙ୍କାନାଳରୁ୩,ଗଜପତିର୫,କଳାହାଣ୍ଡିରୁ୯,କେଉଁଝରରୁ୧୧,କୋରାପୁଟରୁ୧୧, ଅନୁଗୁଳରୁ୨,ଭଦ୍ରକରୁ୧୪,ବାଲେଶ୍ୱରରୁ୨୫,ବଲାଙ୍ଗିରରୁ୧୭,ବୌଦ୍ଧରୁ୧,ବରଗଡରୁ ୨୩ ଜଣ ସଂକ୍ରମିତ ଚିହ୍ନଟ ।


ରାଜ୍ୟରେ ସକ୍ରିୟ ମାମଲା ୭୩୪୫ ଥିବାବେଳେ ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ଲକ୍ଷ,୫ହଜାର,୪୯୯ କୁ ବୃଦ୍ଧି । ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୮୮ ହଜାର ୯୭୦ ରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *