Pratidin TV

Odisha's Digital News Platform

ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡିଶା ଛତୁ ଉତ୍ପାଦନକାରୀ ମହାସଂଘ , ମଧୁବାବୁଙ୍କ ପାଇଁ ଉଠାଇଲେ ସ୍ୱର ।

ଆଜି ରାଷ୍ଟ୍ରପତିଙ୍କ ଭବନରେ ଦୈପଦୀ ମୁର୍ମୁଙ୍କୁ ଭେଟିଛନ୍ତି ଉତ୍କଳ ସମ୍ମିଳନୀ ରାଜ୍ୟ ସଭାପତି ତଥା ଓଡିଶା ଛତୁ ଉତ୍ପାଦନକାରୀ ମହାସଂଘ ଅଧ୍ୟକ୍ଷ ପ୍ରଫେସର ଅଦୈତ କୁମାର ପାତ୍ରଙ୍କ ସହ ୧୯ ଜଣିଆ ପ୍ରତିନିଧି ଦଳ ।

ଓଡିଶାରେ ଛତୁ ଚାଷ ବ୍ୟାପକ କରିବା ସହ ପାଞ୍ଚ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମହାସଂଘ ପକ୍ଷରୁ ଉପସ୍ଥାପନା କରାଯାଇଛି । ଏହା ସହ ଛାତୁଚାଷୀଙ୍କୁ ଅର୍ଦ୍ଧ କମ୍ପୋଷ୍ଟ ତାଲିମ ପାଇଁ ଚୀନ ,ଥାଇଲାଣ୍ଡ ପଠାଇବାକୁ ଦାବି ହୋଇଛି ।

ଅନ୍ୟପଟେ ଉତ୍କଳ ସମ୍ମିଳନୀ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ , ସଂସଦ ଭବନରେ ପ୍ରତିମୂର୍ତ୍ତି ସ୍ଥାପନ ଓ ମଧୁବାବୁଙ୍କ ନାମରେ ରେଳଗାଡି ପ୍ରଚଳନ କରାଯିବା ଆଦି ୧୨ ପୃଷ୍ଠା ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତିଙ୍କୁ ପ୍ରଫେସର ପାତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *