Pratidin TV

Odisha's Digital News Platform

କାଲିଠୁ ମାଟ୍ରିକ୍ ପରୀକ୍ଷା : ପ୍ରସ୍ତୁତ ବୋର୍ଡ କତ୍ତୃପକ୍ଷ, କପି ରୋକିବା ପାଇଁ ମୁଖ୍ୟଶାସନ ସଚିବ ନେଲେ ଏଭଳି ପଦକ୍ଷେପ …

1 min read

କଟକ : ଆସନ୍ତା ୧୦ ଅର୍ଥାତ୍ ଗତକାଲିଠୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ଦ୍ବିତୀୟ ସମେଟିଭଆସେସମେଣ୍ଟ(ଏସ୍ଏ)୨ କୁ ତ୍ରୁଟିଶୂନ୍ୟ କରିବା ଦିଗରେ ରାଜ୍ୟ ସରକାର ଗୁରୁତ୍ବାରୋପ କରିଛନ୍ତି । ୨୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷାରେ ହାଇସ୍କୁଲ, ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମାରେ ୫ଲକ୍ଷ ୪୧ହଜାର ୨୪୭ଜଣ ଛାତ୍ରଛାତ୍ରୀ ସାମିଲ ହେବେ । ଏଥି ଲାଗି ୩୨୧୮ଟି ପରୀକ୍ଷା କେନ୍ଦ୍ର ହୋଇଛି ।

ପରୀକ୍ଷା ଲାଗି ଆଜିଠାରୁ ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ପଠାଇବା କର୍ଯ୍ୟ ଆରମ୍ଭ ହୋଇଛି । ମୁଖ୍ୟଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ମାଧ୍ୟମରେ ଅନୁଷ୍ଠିତ ବୈଠକରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପରୀକ୍ଷାର ସୁପରି ଚାଳନା ଲାଗି ୨୨ଟି ପୁଲିସ ଥାନାକୁ ମିଶାଇ ମୋଟ ୩୧୬ଟି ନୋଡାଲ ସେଣ୍ଟର ହୋଇଛି ।

Advertisement

ସ୍କୁଲ ସ୍ତରରେ ଭିତ୍ତିଭୂମି ନଥିବାରୁ କନ୍ଧମାଳରେ ୭ଟି, କୋରାପୁଟରେ ୫ଟି ଓ ମାଲକାନଗିରିରେ ୧୦ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି।ସ୍କୁଲ୍ର ୧୦ କି.ମି. ମଧ୍ୟରେ ସବୁ ସେଣ୍ଟର କରାଯାଇଛି। ଆସନ୍ତାକାଲି ପ୍ରଥମ ଦିନରେ ପରୀକ୍ଷାର୍ଥୀ ୧ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ। ସକାଳ ୮ ଟା ରୁ ୧୦ ପର୍ଯ୍ୟନ୍ତ ପରୀକ୍ଷା ହେବ।

Leave a Reply

Your email address will not be published. Required fields are marked *