Pratidin TV

Odisha's Digital News Platform

ଶ୍ରୀମନ୍ଦିର ଚାରିପାଖ ପରିକ୍ରମା କରି , ବାଇଶି ପାହାଚରେ ବସିଲେ ମୁଖ୍ୟମନ୍ତ୍ରୀ …

ଶପଥ ଗ୍ରହଣ କରି ଶ୍ରୀମନ୍ଦିର ଗଲେ ମୁଖ୍ୟମନ୍ତ୍ରି ମୋହନ ମାଝି । ବୁଧୁବାର ଶପଥ ଗ୍ରହଣ ପରେ ସଂଧ୍ୟାରେ ପ୍ରଥମ କ୍ୟାବିନେଟ୍ ବୈଠକ ବସିଥିଲା ଆଉ ବୈଠକରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା ଆଉ ଏହି ପରିପ୍ରେକ୍ଷୀରେ ଗତକାଲି ହିଁ ନିଜ ମନ୍ତ୍ରିମଣ୍ଡଳ ସହ ପୁରୀ ବାହାରି ଯାଇଥିଲେ ମୁଖ୍ୟମନ୍ତ୍ରୀ । ତେବେ ଶପଥ ନେବା ପରେ ପ୍ରଥମ ଥର ହିଁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଉ ଆଜି ଭୋରୁ ମଙ୍ଗଳ ଆଳତୀ ସମୟରେ ହିଁ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯାଇଛି ।ଏହାପରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା କରି ସିଂହଦ୍ୱାର ସାମ୍ନାରେ ଦଣ୍ଡବତ ହେବା ସହ ଭିତରକୁ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ।

Leave a Reply

Your email address will not be published. Required fields are marked *