Pratidin TV

Odisha's Digital News Platform

ରାଜ୍ୟରେ ଲମ୍ଫି ଭାଇରସ୍‌ର ଆତଙ୍କ : ୧୪ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପ୍ରାଣୀ ସମ୍ଫଦ ବିଭାଗ

1 min read

ଭୁବନେଶ୍ୱର : କରୋନା ନାମକ ଏକ ବଡ ମହାମାରୀ କବଳରୁ ଧିରେ ଧିରେ ଅନେକ ଦେଶ ତଥା ରାଜ୍ୟ ମୁକ୍ତି ପାଉଛନ୍ତି । ତେବେ ଦୀର୍ଘ ୩ ବର୍ଷ ଧରି ଲୋକମାନଙ୍କୁ ଭୟଭୀତ କରି ରଖିଥିଲା ଏହି ମହାମାରୀ । ଏହାପରରେ ମଙ୍କିପକ୍ସ ଓ ଟମାଟୋ ଫ୍ଲୁ ମଧ୍ୟ କମ ଆତଙ୍କ ସୃଷ୍ଟି କରିନାହିଁ । ଏବେ ପୁଣି ଏକ ନୂଆ ଭାଇରସ୍ ଡରାଉଛି ଦେଶ ତଥା ରାଜ୍ୟକୁ ।ଏହି ଭାଇରସ୍‌ର ନାମ ଲମ୍ଫିଭାଇରସ୍ । ଏହା ଗୋରୁ ଗାଈଙ୍କ ସହ ଅନେକ ଗୃହ ପାଳିତ ପ୍ରାଣୀ ମାନଙ୍କଠାରେ ଦେଖାଦେଇଛି । ତେବେ ଏହି ଭାଇରସ୍‌ଟି ଅନ୍ୟ ଦୈଶ ସହ ଭାରତରେ ମଧ୍ୟ ଦେଖାଦେଲାଣି । ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଇଁ ଏହି ଭାଇରସ୍‌ଟି ୮ଟି ରାଜ୍ୟକୁ ବ୍ୟାପିସାରିଲାଣି । ଏହା ଏକ ପ୍ରକାରର ଚର୍ମ ରୋଗ ହୋଇଥିବା ବେଳେ ,ବିଶେଷ କରି ମଇଁଷି ଓ ଗୋରୁ ଗାଈ ମାନଙ୍କ ଦେହରେ ଦେଖାଦେଇଛି ଏହି ଲମ୍ଫି ନାମକ ଚର୍ମରୋଗ ।

ରୋଗର ଲକ୍ଷଣ –

ଏହି ରୋଗରେ ଗୋରୁ ,ଗାଈ / ମଇଁଷି / ଅନ୍ୟାନ ଗୃହପାଳିତ ପ୍ରାଣୀ ମାନଙ୍କ ଠାରେ ପ୍ରଥମେ ଜ୍ୱର ଦେଖାଦେବ । ପରେ ଚର୍ମରେ ଗୋଲ ଗୋଲ ବିଣ୍ଡି ଭଳି ହୋଇଯିବ । ଏହାପରେ ନିମୋନିଆ ସହ ଲଙ୍ଗସ୍ ଇନଫେକସନ୍ସ ହୋଇ ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ସମସ୍ୟା ଦେଖାଦେବ । ଏଥିଯୋଗୁ ଗୋରୁଗାଈ ମାନେ ଖାଇବା ପିଇବା ବନ୍ଦ କରି ଦେଇଥାନ୍ତି । ଏପରିକି ଗର୍ଭବତୀ ଥିବା ଗାଈ ମାନଙ୍କ ଛୁଆ ନଷ୍ଟ ହୋଇଯାଏ । ଯେଉଁ ଗୃହପାଳିତ ପ୍ରାଣୀ ଏହି ରୋଗରେ ଆକ୍ରାନ୍ତ ହେବ ସେ ବୋହୁତ ଦିନ ଧରି ଛୁଆ ଜନ୍ମ କରିପାରିବନି । ଆଉ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ଗାଈ / ମଈଷି କ୍ଷୀର ଦେବା ମଧ୍ୟ କମାଇଦେଇଥାନ୍ତି ।

ଏନେଇ ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ରାଜ୍ୟର ୧୪ ଜିଲ୍ଲା ବାଲେଶ୍ୱର,ଝାରସୁଗୁଡା,କେଉଁଝର,ମୟୁରଭଞ୍ଜ,ନବରଙ୍ଗପୁର,ରାୟଗଡା,ଗଞ୍ଜାମ,ଗଜପତି,ନୂଆପଡା,ସୁନ୍ଦରଗଡ,ବରଗଡ,କଳାହାଣ୍ଡି,କୋରାପୁଟ ଓ ମାଲକାନାଗିରିକୁ ସତର୍କ ସୂଚନା ଜାରି କରିଛି ପ୍ରାଣୀ ସମ୍ଫଦ ବିଭାଗ । ବିଶେଷ ଭାବେ ବର୍ଡର ପାଖଜିଲ୍ଲା ଗୁଡିକକୁ ଖାସ୍ ଦୃଷ୍ଟି ଦେବାକୁ ନିର୍ଦ୍ଧେଶ ଜାରିକରାଯାଇଛି । ଏହା ସହ ଆନ୍ତଃରାଜ୍ୟ ଗୋ-ମଇଁଷି ପରିବହନ ଉପରେ ମଧ୍ୟ କଡା କଟକଣା ଲଗାଇଛି ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ । ଯେପରି କୌଣସି ରାଜ୍ୟ ରାଜ୍ୟ ମଧ୍ୟରେ ଗୋ-ମଇଁଷି ପରିବହନ କରାନଯାଏ ସେଥିପ୍ରତି ବିଶେହ ଦୃଷ୍ଟି ରଖାଯାଇଛି ।

ସଂକ୍ରମଣ କିପରି ହୁଏ ?

ଏହା ଏକ ଚର୍ମ ରୋଗ ହୋଇଥିବାରୁ ଖୁବ୍ ଶ୍ରୀଘ୍ର ପ୍ରାଣୀମାନେ ଏଥିରେ ଆକ୍ରାନ୍ତ ହୋଯାଆନ୍ତି । ବିଶେଷ କରି ମଶା ଓ ଟିଙ୍କ ଦ୍ୱାରା ଏହି ରୋଗ ଗୋଟିଏ ପଶୁଠାରୁ ଅନ୍ୟକୁ ବ୍ୟାପିଥାଏ । ରୋଗରେ ଆକ୍ରାନ୍ତ ଗାଈ ଗୋରୁ ଅନ୍ୟ ଗାଈ ଗୋରୁ ବା ମଇଁଷି ମାନଙ୍କ ସସ୍ପର୍ଶରେ ଆସିଲେ ମଧ୍ୟ ବ୍ୟାପିଥାଏ । ଗାଁ ଗହଳିରେ ଗାଈ ଦୁହିଁବାକୁ ଆସୁଥିବା ଲୋକେ ହାତ ନ ଧୋଇ ବିଭିନ୍ନ ଗାଇ ଦୁହିଁଲେ ଏହି ରୋଗ ବ୍ୟାପୁଥିବା ପ୍ରାଣୀ ଚିକିଶ୍ଚକଙ୍କ ମତ । ତେଣୁ ଗାଇ ଖିର ଖାଉଥିଲେ କ୍ଷୀରକୁ ଭଲ ଭାବରେ ଗରମ କରି ବା ଭଳ ଭାବରେ ଫୁଟାଇ ଖାଇବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

Leave a Reply

Your email address will not be published. Required fields are marked *