Pratidin TV

Odisha's Digital News Platform

ଯୁକ୍ତ ୨ ନାମଲେଖା ପାଇଁ ଆଜିଠୁ ଆବେଦନ , ଜୁନ୍ ୨୯ ରୁ ଆଡମିଶନ …

1 min read

ଭୁବନେଶ୍ୱର : ଆଜିଠୁ ଯୁକ୍ତ ୨ ନାମଲେଖା ପାଇଁ ଆରମ୍ଭ ହେଲା ଆବେଦନ । ୨୦୨୩-୨୪ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ବିଦ୍ୟାଳୟର କଳା,ବିଜ୍ଞାନ,ବାଣିଜ୍ୟ,ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ହେବା ପୂର୍ବାହ୍ନ ୧୧ଟାରେ ସାମସ୍ ପୋର୍ଟାଲ www.samsodisha.gov.in ରେ କମନ୍ ଆପ୍ଲିକେଶନ ଫର୍ମ ଉପଲବ୍ଧ ହେବ ।

ଆଶାୟୀ ଛାତ୍ରଛାତ୍ରୀ ମାନେ ଜୁନ୍ ୨୦ ସୁଦ୍ଧା ନାମ ପଞ୍ଜୀକରଣ କରିପାରିବେ ଏବଂ ଜୁନ୍ ୨୮ ପୂର୍ବାହ୍ନ ୧୧ ଟା ୪୫ ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଯୋଗ୍ୟ ଛାତ୍ରୀଙ୍କ ନାମଲେଖା ଜୁନ୍ ୨୯ ରୁ ଜୁଲାଇ ୫ ମଧ୍ୟରେ ଅନୁଷ୍ଠିତ ହେବ । ଜୁଲାଇ ୧୩ ରେ ୨ୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ସେହିଭଳି ୧୪ ରୁ ୧୭ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ରିପୋଟିଂ କରିବେ ।

ତେବେ ସ୍ପଟ ନାମଲେଖା ପାଇଁ ଜୁଲାଇ ୧୯ ରୁ ୨୧ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଚଏସ୍ ଲକିଂ କରିପାରିବେ । ଜୁଲାଇ ୨୬ ରେ ସ୍ପଟ ସିଲେକ୍ସନ ତାଲିକା ପ୍ରକାଶ ପାଇବ । ଯୋଗ୍ୟ ଛାତ୍ରଛାତ୍ରୀ ଜୁଲାଇ ୨୬ ରୁ ୨୭ରେ ଭିତରେ କରିପାରିବେ । ସେହିଭଳି ଜୁଲାଇ ୨୯ ରୁ ଯୁକ୍ତ ୨ ପ୍ରଥମ ବର୍ଷର ପାଠପଢା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *