ରକ୍ଷକ ସାଜିଲା ଭକ୍ଷକ : ଭିଜିଲାନ୍ସ ହାତରେ ପୋଲିସ ମହିଳା ASI
1 min readଭୁବନେଶ୍ୱର : ଏବେ ଭିଜିଲାନ୍ସର ଭୟ ପଶିଛି ଲାଞ୍ଚୁ ଆ ମାନଙ୍କ ମନରେ । ପ୍ରତ୍ୟକ ଦିନ ଦେଶରୁ ନହେଲେ ରାଜ୍ୟରୁ ଭିଜିଲାନ୍ସ ହାତରେ ଧରାପଡୁଛନ୍ତି ଅନେକ ଲାଞ୍ଚୁଆ ସରକାରୀ କର୍ମଚାରୀ । ଯେଉଁ ପରିମାଣରେ ଦେଶରେ ଲାଞ୍ଚୁଆ ମାନଙ୍କର ସଂଖ୍ୟା ବଢିଚାଲିଛି ,ଠିକ୍ ସେହି ପରି ଭିଜିଲାନ୍ସ ମଧ୍ୟ ନିଜର ଜାଲ ବିଛାଇବାରେ ସଫଳ ହୋଇଛି । ଲାଞ୍ଚୁଆ ନେତା ,ମନ୍ତ୍ରୀ,କଳାକାର ଏବଂ ଅନେକ ସରକାରୀ କର୍ମଚାରୀଙ୍କୁ ନାଲି ହାତରେ ଧରା ପକେଇଛି ଭିଜିଲାନ୍ସ ।
ତେବେ ଏକ ଲଜ୍ୟାକର ଘଟଣା ଆଜି ଦେଖିବାକୁ ମିଳିଛି ଖୋର୍ଦ୍ଦାରେ । ସାଧାରଣ ଲୋକମାନେ ଲାଞ୍ଚରୁ ବଞ୍ଚିବା ପାଇଁ ପୋଲିସର ସାହାର୍ଯ୍ୟ ନେଇଥାନ୍ତି ,କିନ୍ତୁ ଆଜି ସେହି ରକ୍ଷକ ହିଁ ସାଜିଛି ଭକ୍ଷକ । ସୂଚନା ମୁତାବକ ଖୋର୍ଦ୍ଧା ବାଲିପାଟଣା ଥାନା ଏଏସ୍ଆଇ ପୁଷ୍ପଲତା ପାଇକରାୟଙ୍କୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ୨୦୨୦ର ଏକ ମାମାଲାରେ କଡା ଦଫା ଯୋଡିବାକୁ ଲାଞ୍ଚ ନେଉଥିଲେ । ଠିକ୍ ସେହିସମୟରେ ଭିଜିଲାନ୍ସ ପହଞ୍ଚି ଧରିନେଇଥିଲା ପୁଷ୍ପଲତାଙ୍କୁ ।ଆଗକୁ ପୁଷ୍ପଲତାଙ୍କ ଜେରା ସହ ତଦନ୍ତ ଜାରି ରହିବ ବୋଲି କହିଛି ଭିଜିଲାନ୍ସ ।