Pratidin TV

Odisha's Digital News Platform

ରାଜ୍ୟରେ ୪୭୯୦ ପୋଲିସ କଷ୍ଟେବଳ ପଦବୀ ପାଇଁ ବାହାରିଲା ନିଯୁକ୍ତି , ଶୀଘ୍ର କରନ୍ତୁ ଆବେଦନ

1 min read

ଭୁବନେଶ୍ୱର : ରାଜ୍ୟରେ ୪୭୯୦ ପୋଲିସ କଷ୍ଟେବଳ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ନିଯୁକ୍ତି । ସରକାରୀ ଚାକିରୀ ପାଇଁ ଆଶାୟୀ ଥିବା ପ୍ରାର୍ଥୀମାନଙ୍କ ପାଇଁ ବଡ ଖବର । ତେବେ ଆଗ୍ରହୀ ପ୍ରାର୍ଥୀ ଅନଲାଇନ ଜରିଆରେ ଏହି ପଦବୀ ପାଇଁ ଆବେଦନ କରିପାରିବେ ।

ଆବେଦନ ତାରିଖ – ୨୦୨୨ ଡିସେମ୍ବର ୩୦ ରୁ ୨୦୨୩ ଜାନୁଆରୀ ୨୧ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍‌ରେ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା – ଆବେଦନ କରିବାକୁ ଯାଉଥିବା ପ୍ରାର୍ଥୀମାନେ ଦ୍ୱାଦଶ ଶ୍ରେଣୀ ପାସ କରିଥିବା ଦରକାର । ଏହା ସହ ସ୍ପଷ୍ଟ ଭାବେ ଓଡିଆ କହିବା ଏବଂ ଲେଖିପାରୁଥିବା ଆବଶ୍ୟକ ।
ବୟସ ସୀମା- ସେହିଭଳି ପ୍ରାର୍ଥୀମାନଙ୍କର ବୟସ ସୀମା ୧୮ ରୁ ୧୩ ବର୍ଷ ମଧ୍ୟରେ ହେବା ଆବଶ୍ୟକ । ତେବେ ସଂରକ୍ଷିତ ଜାତିର ପ୍ରାର୍ଥିମାନେ ବୟସସୀମା ଉପରେ କିଛି ମାତ୍ରାରେ ଛାଡ୍ ପାଇପାରନ୍ତି ।
ଚୟନ ପକ୍ରିୟା – ପ୍ରଥମେ ଏକ ଲିଖିତ ପରୀକ୍ଷା କରାଯିବ । ଏହାପରେ ସେଥିରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କର ଶାରିରୀକ ଦକ୍ଷତା ପରୀକ୍ଷା କରାଯାଇ ଚୟନ ହେବ ।

ତେବେ ଏହି ପଦବୀ ପାଇଁ ଆବେଦନକାରୀଙ୍କୁ କୌଣସି ପ୍ରକାରର ମୂଲ୍ୟ ଦେବାକୁ ପଡିବନାହିଁ ।

Leave a Reply

Your email address will not be published. Required fields are marked *