Pratidin TV

Odisha's Digital News Platform

ଓଡିଶାର ସବୁଠାରୁ ଗରିବ ଏମପି ପ୍ରାର୍ଥୀ,ପାଖରେ ମାତ୍ର ଏତିକି ଟଙ୍କା

1 min read

ପାଖରେ ନାହିଁ ଟଙ୍କା ହେଲେ ପାଇଛନ୍ତି MP ଟିକେଟ | ମାତ୍ର ୨0 ହଜାର ଟଙ୍କାରେ ନିର୍ବାଚନ ଲଢ଼ୁଛନ୍ତି ପ୍ରମିଳା | ସବୁଠାରୁ ଗରିବ ପାର୍ଥୀ ହୋଇ ମଧ୍ୟ ଦେଖାଉଛନ୍ତି ଦମ |

ଖଟିଲେ ଖାଉଥିବା ମଣିଷ ହିଁ ବୁଝି ପାରିବ ଗରିବ ମଣିଷର ପ୍ରକୃତ ଦୁଃଖ | ସେହି ଆଶା ନେଇ ନିଜର ଦମ ଦେଖାଉଛନ୍ତି କୋରାପୁଟର SUCI ପାର୍ଥୀ ପ୍ରମିଳା ପୂଜାରୀ | ଦିନ ମଜୁରିଆରୁ ହୋଇଛନ୍ତି ସାଂସଦ ପାର୍ଥୀ | ସମ୍ପତି କହିଲେ ପାଖରେ ରହିଛି ମୋଟ ୨0 ହଜାର ୬୫0 ଟଙ୍କାର ସମ୍ପତି | ତଥାପି ଯେଉଁ ସ୍ଥାନରେ ରାଜନୀତି କରିବା ପାଇଁ କୋଟି କୋଟି ଟଙ୍କାର ଆବଶ୍ୟକ ପଡିଥାଏ ସେହି ସ୍ଥାନରେ ମାତ୍ର ୨0 ହଜାର ଟଙ୍କାରେ ନିର୍ବାଚନରେ ତୁଙ୍ଗ ନେତାଙ୍କୁ ଦେଇଛନ୍ତି ଚ୍ୟାଲେଞ୍ଜ | ବର୍ତ୍ତମାନ ର ବ୍ୟୟବହୁଳ ନିର୍ବାଚନ ମଧ୍ୟରେ ମାତ୍ର ୨0 ହଜାର ଟଙ୍କାରେ ନିର୍ବାଚନ ଲଢ଼ିବାକୁ ସହଜ ଯୁଟାଇ ବର୍ତ୍ତମାନ ସେ ଚର୍ଚ୍ଚାକୁ ଆସିଛନ୍ତି କୋରାପୁଟିଆ ଝିଅ ପ୍ରମିଳା | ପାର୍ଥୀ ପତ୍ର ଦାଖଲ ସମୟରେ ପ୍ରମିଳା ଘରକୁ ଘରକୁ ବୁଲି ଟଙ୍କାଏ ଲେଖାଏଁ ସଂଗ୍ରହ କରି ପାର୍ଥୀ ପତ୍ର ଦାଖଲ ସମୟରେ ଖର୍ଚ୍ଚ ତୁଲାଇଛନ୍ତି | ଲୋକଙ୍କ ସେବା କରିବା ଲକ୍ଷ୍ୟ ନେଇ ନିର୍ବାଚନ ଲଢ଼ୁଥିବା କହିଛନ୍ତି ପ୍ରମିଳା |

Advertisement

ପୂର୍ବରୁ ଦିନ ମଜୁରିଆ ଭାବେ କାମ କରି ଦୈନିକ ଗୁଜୁରାଣ ମେଣ୍ଟାଉଥିଲେ ପ୍ରମିଳା | ବାପା ଓ ମା ଙ୍କୁ ନେଇ ତାଙ୍କ ପରିବାର | ୨0୧୬ ମସିହାରୁ ସେ AIDSO ଛାତ୍ର ସଂଗଠନ ସହିତ ଅଛନ୍ତି | ଆଉ ସ୍ୱର ଉଠାଇଛନ୍ତି ଗ୍ରାମ ଶିକ୍ଷା ସ୍ୱାସ୍ଥ୍ୟ ଓ ମହିଳାଙ୍କ ବିକାଶ ପାଇଁ ଲଢେ଼ଇ କରିବେ | ଚାଳ ଛପର ଘରେ ରହୁଥିବା ତାଙ୍କ ପରିବାର ଆବାସ ଯୋଜନାରେ ସାମିଲ ହୋଇପାରି ନାହାନ୍ତି | ବହୁବାର ଆବେଦନ କରିବା ସତ୍ତ୍ୱେ ନିରାଶ ହୋଇଥିଲେ | ପରେ ନିଜ ହକ ପାଇବା ପାଇଁ ସ୍ୱର ଉତ୍ତୋଳନ କରିବାକୁ ସେ ଅଣ୍ଟା ଭିଡିଛନ୍ତି | ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଗ୍ରାମାଞ୍ଚଳକୁ ବିକାଶ ଅପହଞ୍ଚ ପାଲଟିଥିବାରୁ ସେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଥା କହିଥିଲେ |

Leave a Reply

Your email address will not be published. Required fields are marked *