Pratidin TV

Odisha's Digital News Platform

୨୦୨୨ ଓ ୨୩ ଲାଗି ୨ଲକ୍ଷ କୋଟିର ବଜେଟ୍

1 min read

ଭୁବନେଶ୍ୱର: କୋଭିଡ ଯୋଗୁଁ ରାଜ୍ୟ ଅର୍ଥନୀତି ଉପରେ ଯେଉଁ ସଙ୍କଟ ମାଡି ଆସିଛି , ତାହାର ପ୍ରଭାବ ଜଲ ଜଳ ରାଜୟର ନିଜସ୍ୱ ଟିକସ ଓ ଅଣଟିକସ ରାଜସ୍ୱ କମିବ ବୋଲି ସରକାର ଆକଳନ କରୁଛନ୍ତି । ଏବେ ଚତୁର୍ଥ ଲହର ମାଡି ଆସୁଥିବା ନେଇ ବିଶେଷଜ୍ଞ ପୂର୍ବାନୁମାନ କରୁଛନ୍ତି । ଏହା ସତ୍ତେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଖଣି ସୂତ୍ରର ଗୋଟିଏ ବଡ ପରିମାଣର ଅର୍ଥ ମିଳିବ ବୋଲି ଆଶା ରଖି ଅର୍ଥମନ୍‌ôୀ ନିରଞନ ପୂଜାରୀ ଆଜି ୨୦୨୨-୨୩ ବର୍ଷ ଲାଗି ୨ ଲକ୍ଷ କୋଟି ବିଶାଳ ବଜେଟ୍‌ର ପୂର୍ଣ୍ଣାାଙ୍ଗ ରୂପରେଖ ବିଧାନସଭାରେ ଉପସ୍ଥାପିତ କରିଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ଏହା ପାଖାପାଖି ୧୭.୬% ଅଧିକ ।


ଚଳିତ ବଜେଟ୍‌ର କାର୍ଯ୍ୟକ୍ରମ ଖର୍ଚ୍ଚକୁ ୩୩% ବୃଦ୍ଧି କରାଯାଇ ୧ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି , ଯାହାର ମୋଟ ବଜେଟ ଅଟକଳର ୫୦% । ପୁଞି ଖର୍ଚ୍ଚ ୫୬%କୁ ବୃଦ୍ଧି କରାଯାଇ ୩୮ ହଜାର ୭୩୨ କୋଟି ଟଙ୍କା ଧାଜ୍ୟ କରା୍‌ଯାଇଛି । ସାମାଜିକ କ୍ଷେତ୍ରରେ ମୋଟ ବ୍ୟୟ କରା୍‌ଯାଇ ୩୪% ଅର୍ଥ ଖର୍ଚ୍ଚ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ । ଅର୍ଥନୈତିକ କ୍ଷେତ୍ରରେ ଏହାର ପରିମାଣ ୩୨% ରହିଛି । ଅର୍ଥମନ୍‌ôୀ ଦାବି କରିଛନ୍ତି ଯେ ବଜେଟର ହୋଇଥିବା ମୋଟ ବ୍ୟୟବରାବର ୬୬%ବିକାଶମୂଳକ କାଯ୍ୟରେ ଖର୍ଚ୍ଚ ହେବ ।


ଶ୍ରୀ ପୂଜାରୀ କହିଛନ୍ତ ଯେ କେନ୍ଦ୍ରୀୟ ସହାୟତା ଉପରେ ଓଟିଶାର ନିର୍ଭରଶୀଳ କମିଛି । ଯଦିଓ ରାଜ୍ୟର ନିଜର ରାଜସ୍ୱ ପ୍ରାପ୍ତି କ୍ଷେତ୍ରରେ ୨୦୨୧-୨୨ ସଂଶୋଧିତ ବଜେଟ ଅଟକଳ (୬୦.୮୬%)ତୁଳନାରେ ମୋଟ ରାଜସ୍ୱ ୫୭.୪୫%ନିଜସ୍ୱ ଟିକସ ୨୮.୦୫% ନିଜସ୍ୱ ଆଣଟିକସ ରାଜସ୍ୱ ୨୯.୪୦%କୁ କମିବ ତଥାପି ସରକାର ବେଶ ଆଶାବାଦୀ ଅଛନ୍ତି । ବଜେଟରେ କୁହାଯାଇଛି ଯେ ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦର ୬.୪%ହେଉଛି ନିଜ ଟିକସ । ଅନ୍ୟ ପକ୍ଷରେ ରାଜ୍ୟ ବଜେଟର ସମୁଦାୟ କେନ୍ଦ୍ରୀୟ ସ୍ଥାନାନ୍ତରଣ ୨୦୨୧-୨୨ ସଂଶୋଧିତ ଅଟକଳ ୩୯.୧୪% ଅନୁସାରେ ସାମାନ୍ୟ ବୃଦ୍ଧି ପାଇବ । ଉପସ୍ଥାପିତ ପୂର୍ଣ୍ଣାଙ୍ଗ ଚିଠା ବଜେଟର କେନ୍ଦ୍ରୀୟ ଟିକସରେ ରାଜ୍ୟ ଅଂଶ ୨୨.୫୫%ଏବଂ କେନ୍ଦ୍ରୀୟ ଅନୁଦାନ ୨୦% ରହିବ ବୋଲି ଅଟକଳ କରାଯାଇଛି । ଏସବୁକୁ ମିଶାଇ ସରକାର ଅଟକଳ କରିଛନ୍ତି ଯେ ଚଳିତବର୍ଷ ପ୍ରଶାସନିକ ଖର୍ଚ୍ଚ ବାବଦରେ ୮୯ ହଜାର ୫୯୦ କୋଟି ଟଙ୍କା ଖର୍ଚ୍ଚ ବାବଦରେ ୧ ଲକ୍ଷ କୋଟି ବିପଯ୍ୟୟ ବିପଦ ପରିଚାଳନା ପାଣ୍ଠିରୁ ଖର୍ଚ୍ଚର ପରିମାଣ ୩୨୧୦ କୋଟି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ଥାନ୍ତରିତ ହେଇଥିବା ଅର୍ଥର ଖର୍ଚ୍ଚ ପରିମାଣ ୭୨୦୦ କୋଟି ଟଙ୍କା ରହିବ । ବର୍ଷ ଶେଷକୁ ରାଜସ୍ୱ ବଳକା ୧୮ ହଜାର ୨୩୯ କୋଟି ଜିଏସ୍‌ଡିପିର ୨.୫%ହେବ

Leave a Reply

Your email address will not be published. Required fields are marked *