Pratidin TV

Odisha's Digital News Platform

ଝିଅ ହେବତ ଏମିତି : ବାପାଙ୍କ ସମ୍ମାନ ପାଇଁ ସିନ୍ଦୁରକୁ କଲେ ପର ….

1 min read

ଭୁବନେଶ୍ୱର : ସବୁ କଷ୍ଟ ଯନ୍ତ୍ରଣାକୁ ମୁଣ୍ଡପାତି ସହିଯାଏ । ସମସ୍ତଙ୍କ ଖୁସିରେ ଖୁସି ହୁଏ । ନିଜକୁ ଭୁଲି ପ୍ରଥମେ ପରିବାର କଥା ଭାବେ । ହଁ ସେଥିପାଇଁ ବୋଧେ ନା ତାର ନାରୀ । ଆଜି ଆମେ ଆପଣମାନଙ୍କୁ ଏମିତି ୨ ଜଣ ନାରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ଦୁଇଜଣଙ୍କୁ ନାଁ ସମାଜରେ ସବୁବେଳେ ଚିରସ୍ମରଣୀୟ ହୋଇ ରହିବ । ନିଜ ଇଛା ନିଜ ପ୍ରେମ ପାଇଁ ଆଜିକାଲିର ଯୁବପୀଢି ବାପାମା’ଙ୍କ ବଳିଦାନ , କଷ୍ଟ ,ଭଲପାଇବାକୁ ଗୋଡରେ ଏଡାଇ ଚାଲିଯାଉଥିବା ବେଳେ , କନ୍ଧମାଳ ଓ ସମ୍ବଲପୁରର ଏଇ ଦୁଇ ଝିଅ ସମାଜ ପାଇଁ ସାଜିଛନ୍ତି ପ୍ରେରଣା । ବାପାଙ୍କ ସମ୍ମାନ ଓ ସ୍ୱାଭିମାନ ପାଇଁ ଜଣେ ବିବାହ ମଣ୍ଡପରେ ବାହାଘର ଭାଙ୍ଗିଦେଇଥିବା ବେଳେ ଆଉ ଜଣେ ବାପାଙ୍କ ପରିସ୍ଥିତିକୁ ଦେଖି ବିବାହର ୨ ଦିନରେ ଶାସୁଘର ଛାଡିଥିଲେ ।

ଆମେ ଏଠି କହୁଛୁ କନ୍ଧମାଳର ଦେବକୀଙ୍କ ବିଷୟରେ ଚଳିତ ମାସ ୯ ତାରିଖରେ ତୁମୁଡିବନ୍ଧ ଥାନା ସାରୁପାଟା ଦୁର୍ଗମ ଅଞ୍ଚଳର ଝିଅ ଦେବକୀ ଦିଗାଲ ବାଲିଗୁଡ଼ା ଥାନା ବରିକିଆ ଗ୍ରାମର ଅର୍ଜୁନ ଦିଗାଲ ନାମକ ଯୁବକଙ୍କୁ ବିବାହ କରିଥିଲା । ହେଲେ ଦଶ ତାରିଖ ଦିନ କନ୍ୟା ପକ୍ଷ ଲୋକେ ବର ଘରକୁ ଆସିଥିବା ସମୟରେ ଯୌତୁକରେ ଏକ ମୋଟରସାଇକେଲ ଦେବାକୁ ବର ଦାବି କରିଥିଲା କନ୍ୟା ପକ୍ଷଙ୍କ ନିକଟରେ । ଆଉ ଏହି ସମୟରେ ନବବଧୂ ଯୌତୁକକୁ ବିରୋଧ କରିବା ସହ ସଭା ମଧ୍ୟରେ ମଙ୍ଗଳସୂତ୍ର ସହ ଶଙ୍ଖା,ବୁଡି ଖୋଲି ଦେଇ ବାପା ଘରକୁ ଚାଲି ଆସିଥିଲେ । ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଝିଅର ଏଭଳି ନିଷ୍ପତି ସହ ତାର ସାହସକୁ ନେଇ ଏବେ ସେ ଚର୍ଚ୍ଚା ହେଉଛି । ଅନ୍ୟପଟେ ବର ଘର ଲୋକେ ଯୌତୁକରେ ମୋଟରସାଇକେଲ ମାଗିବା ଘଟଣା ଭୁଲ ବୋଲି କହୁ ଥିବା ବେଳେ ବର ଅର୍ଜୁନ ଦିଗାଳ ଅନୁତାପ କରି ନିଜ ଭୁଲ ସ୍ୱୀକାର କରି ନବ ବଧୂ ଦେବକୀ ଦିଗାଳଙ୍କୁ କ୍ଷମା ମାଗିବା ସହ ଶାଶୁ ଶଶୁରଙ୍କୁ ମଧ୍ୟ କ୍ଷମା ମାଗି ଛନ୍ତି ।

Advertisement

ସେହିଭଳି ସମ୍ଭଲପୁର ଝିଅ ମିନାକ୍ଷୀ (ଛଦ୍ମନାମ) ବିବାହ ମଣ୍ଡପରେ ନିଜ ହାତରେ ଭାଙ୍ଗିଦେଲେ ନିଜ ବାହାଘର । ଆଉ ବରକୁ କହିଲେ ଏଥର ମତେ ନୁହଁ ମଟନକୁ ବିବାହ କର । ବିବାହ ମଣ୍ଡପରେ କନ୍ୟାର ଏଭଳି କରିବା ପଛରେ ରହିଥିଲା ନିଜ ବାପା ଓ ମାମୁଙ୍କ ଆତ୍ମସମ୍ମାନ । ଝିଅ ଦେଉଛନ୍ତି ବୋଲି ବର ଘରର ସାମ୍ନାରେ ସାମାନ୍ୟ ଭୁଲରେ ମୁଣ୍ଡନୁଆଇଁ ଭୁଲ ମାଗିଥିଲେ ଝିଅର ବାପା ଓ ମାମୁଁ । ଯାହା ଜାଣିବାପରେ ସହ୍ୟ କରିପାରିନଥିଲେ କନ୍ୟା ଜଣକ । ଘଟଣାଟି ଏମତି ଥିଲା କି ସମ୍ବଲପୁର ଜୁନ୍ ୧୩ ଦିନ ଏକ ବିବାହରେ ମଟନକୁ ନେଇ ବରର ସାଙ୍ଗ ମାନେ ଗଣ୍ଡଗୋଳ ଆରମ୍ଭ କରିଥିଲେ । ଆଉ ବିବାହ ହୋଇପାରିବନାହିଁ ବୋଲି କହିଥିଲେ ।

ବରଯାତ୍ରୀଙ୍କ ପାଇଁ ମର୍ଟନ ସର୍ଟେଜ୍ ପଡିବାରୁ ଏଭଳି ଗଣ୍ଡଗୋଳ ଆରମ୍ଭ ହୋଇଥିଲା । କିନ୍ତୁ କନ୍ୟାର ପିତା ଓ ମାମୁ ଦୁହେଁ ମିଶି ବରଯାତ୍ରୀଙ୍କୁ କ୍ଷମା ମାଗିବା ସହ ଢାବାରୁ ମଟନ ଆଣିବା ପଇଁ କହିଥିଲେ କିନ୍ତୁ ଏସବୁ ବରର ସାଙ୍ଗମାନେ ରାଗିଯାଇ କନ୍ୟାଘର ଲୋକଙ୍କୁ ଅସମ୍ମାନ କରିଥିଲେ । ତେବେ ଏସବୁ କଥା କନ୍ୟା କାନରେ ପଡିବା ମାତ୍ରେ ଝିଅ ମଣ୍ଡପକୁ ଆସି ନିଜ ବାପା ଓ ମାମୁଙ୍କୁ କ୍ଷମା ମାଗିବାକୁ ବନ୍ଧ କରିଥିଲା ଆଉ କହିଥିଲା ଯେଉଁଠି ସାମାନ୍ୟ ମଟନ ପାଇଁ ମୋ ଘରର ମୁରବୀଙ୍କୁ ମୁଣ୍ଡନୁଆଁଇବାକୁ ପଡ଼ୁଛି ସେଠି ମୋର ବାହା ହେବାର ଦରକାର ନାହିଁ। ତେବେ ରାଜ୍ୟରେ ଏହି ଦୁଇ ସାହସି ଓ ବାହଦୁର ଝିଅଙ୍କୁ ନେଇ ସବୁଆଡେ ଚର୍ଚ୍ଚା । ଦୁହିଁଙ୍କୁ ସାବାସୀ ଦେଉଛନ୍ତି ରାଜ୍ୟବାସୀ ।

Leave a Reply

Your email address will not be published. Required fields are marked *