ଓଡିଶାରେ ବାତ୍ୟା ପ୍ରଭାବ , ଏହି ସବୁ ଜିଲ୍ଲାକୁ ହାଇ ଆଲର୍ଟ…..
1 min readଭୁବନେଶ୍ୱର ; ଗତି ୬ଘଣ୍ଟାରେ ଗଭୀର ଅବପାତ ଘଣ୍ଟାପ୍ରତି ୧୧ କିମି ବେଗରେ ଉତ୍ତାରେ ଦିଗରେ ଗତିକରି (ବାତ୍ୟା ମିଗଜୋମ ର ଅବଶିଷ୍ଠଂଶ) ଦୁର୍ବଳ ହୋଇ ଅବପାତ ରେ ପରିଣତ । ଏହା ଉତ୍ତର ଦିଗରେ ଗତିକରିବା ସହ ଆଗାମୀ ୬ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ସୁଦୃଶଃ -ଲଘୁଚାପ କ୍ଷେତ୍ର ରେ ପରିଣତ ହେବାରେ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି ।
ଅନ୍ୟପଟେ ବାତ୍ୟା ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବିଶେଷକରି ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ାରେ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏହି ୩ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସେହିପରି ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ମଧ୍ୟ ଏହି ୮ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
‘ମିଗଜୋମ’ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଜପତି ଜିଲ୍ଲାରେ ଆଜି ସବୁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି। ତେବେ ବର୍ତ୍ତମାନ ପାଇଁ ଓଡ଼ିଶାରେ ବାତ୍ୟାର ଭୟ ନାହିଁ ବୋଲି ସୂଚନା ଦେଇଛନ୍ତି ଝଜଉ ସତ୍ୟବ୍ରତ ସାହୁ।