ଚିନ୍ତା ବଢାଇଲାଣି କରୋନା : ରାଜ୍ୟରେ ଦୈନିକ ସଂକ୍ରମଣ ୬୦୦ ଧରିଲା
1 min readଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୭୬ ଟପିଯାଇଛି ।ଶନିବାର ୫୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫୭୬ ଜଣ ପଜିଟିଭ ବାହାରିଛନ୍ତି । ୨୩୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥୂବାବେଳେ ୩୩୭ ଜଣ କ୍ୱାରେଣ୍ଟିନରେ ଅଛନ୍ତି । ଏଥିମଧ୍ୟରେ ୬୯ ଜଣ ୧୮ ବର୍ଷରୁ କମ୍ ବୟସର ଥିବା ଜଣାଯାଇଛି ।
ସେପଟେ ବିଶେଷ ଚିନ୍ତା ବଢ଼ାଇଛି ଖୋର୍ଦ୍ଧା ଓ କଟକ ଜିଲ୍ଲା। ବିଶେଷକରି ରାଜଧାନୀ ଭୁବନେଶ୍ବର ପାଇଁ ଖୋର୍ଦ୍ଧାର ସ୍ଥିତି ବିଗୁଡ଼ୁଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କେବଳ ଖୋର୍ଦ୍ଧା ଜିଲାରୁ ୨୦୪ ଜଣ ରହିଛନ୍ତି । ତେବେ ସକ୍ରିୟ ରୋଗୀ ସଂଖ୍ୟା ବଢ଼ୁଥିବାରୁ ଖୋର୍ଦ୍ଧା ଓ କଟକ ଏବେ ଗ୍ରୀନ୍ ଜୋନ୍ରୁ ୟେଲୋ ଜୋନ୍ରେ ପହଞ୍ଚିବା ରାଜ୍ୟ ଦିଆଯାଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ସେହିଭଳି କଟକରୁ ୧୧୮ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୋଳ ୧ , ବାଲେଶ୍ଵର ୧୬, ବରଗଡ଼୨, ଭଦ୍ରକ୬, ଗଜପତି୮, ଜଗତ୍ସିଂହପୁର୮, ଯାଜପୁର୬, ଝାରସୁଗୁଡ଼ା୮, କଳାହାଣ୍ଡି୫, କେନ୍ଦ୍ରାପଡ଼ା୩, କେନ୍ଦୁଝର୪, ମାଲକାନଗିରି , ମୟୂରଭଞ୍ଜ ୧୭, ନୟାଗଡ଼ ୨,ନବରଙ୍ଗପୁର ୧, ଢେଙ୍କାନଳ ୨ , ପୁରୀ ୩୭, ରାୟଗଡ଼ା ୨, ସମ୍ବଲପୁର ୬, ସେ ।ନ ପୁ ର ୨୦ ସୁନ୍ଦରଗଡ଼ ୪୨ ଏବଂ ଷ୍ଟେଟ ପୁଲରୁ ୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୧୨ , ୯୩, ୫୦୪ରେ ପହଞ୍ଚିଛି । ଅପରପକ୍ଷେ ରାଜ୍ୟରେ ବର୍ତ୍ତମାନ ୩୦୨୭ ଜଣ ସକ୍ରିୟ ରୋଗୀ ରହିଥିବାବେଳେ, ଆଜି ୩୪୪ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୧୨,୮୧,୨୯୮ କୁ ବୃଦ୍ଧି ପାଇଛି ।