Pratidin TV

Odisha's Digital News Platform

(ଭିଡିଓ) ପ୍ରଥମ ଥର ପାଇଁ ଓଡିଶାରେ ହେଲା ଭିଣ୍ଟେଜ କାର ଶୋ..

1 min read

ଭୁବନେଶ୍ୱରରେ ଆୟୋଜିତ ହୋଇଛି ଓଡ଼ିଶାର ପ୍ରଥମ ଭିଣ୍ଟେଜ ଓ କ୍ଲାସିକ କାର୍ ପ୍ରଦର୍ଶନୀ । ଏଠାରେ ବହୁ ପୁରାତନ ଅମଳର କାର୍ ପ୍ରଦର୍ଶିତ ହୋଇଛି, ଯାହାକୁ ଦେଖିବାତ ଦୂରର କଥା, ତା ନାଁ ବି କେବେ କେହି ଶୁଣିନଥିବେ । କୁହାଯାଉଛି ଯେ ଶତାଧିକ ବର୍ଷର ପୁରୁଣା ଗାଡି ବି ସେଠି ଦେଖିବାକୁ ମିଳିଛି ।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରୁ ଏହାକୁ ଉଦଘାଟନ କରାଯାଇଥିଲା । ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଏହାର ଆୟୋଜିତ ହୋଇଛି । ଏଥିରେ ମୋଟ ୫୨ଟି କାରକୁ ପ୍ରଦର୍ଶନ କରାଯାଇଛି । ଏହା ଓଡି଼ଶାର ପ୍ରଥମ ଭିଣ୍ଟେଜ୍ ଓ କ୍ଲାସିକ୍ କାର୍ ପ୍ରଦର୍ଶନୀ ।

Advertisement

ଯାହାର ନାଁ ହେଉଛି ଓଡ଼ିଶା କଙ୍କୋର୍ ଡେଲିଗାନ୍ସ । କୁହାଯାଉଛି ଯେ ଏହା ରାଜା ମହାରାଜାଙ୍କ ଆଭିଜାତ୍ୟର ପ୍ରତୀକ । ଆଉ ଏବେ କାହା ପାଇଁ ଅତୀତର ଦୁର୍ଲଭ ସ୍ମୃତି, ତ ଆଉ କାହା ପାଇଁ ଆଜିକା ଦିନରେ ସବୁଠୁ ବଡ଼ ସଂପତ୍ତି । ଏଗୁଡ଼ିକ ଭିଣ୍ଟେଜ୍ କାର । ଏକଦମ୍ ଚକାଚକ୍‌, ଯେମିତି ଏବେଏବେ ସୋରୁମରୁ ବାହାରିଛି । ପ୍ରଦର୍ଶନୀରେ ସ୍ଥାନ ପାଇଛି ରୋଲସ ରୟସ ୧୯୩୮ ମସିହାର ଲିମୋଜିନ୍ ମଡେଲ ।

ଯାହାକୁ ରାଜା ମହାରାଜା ସେତେବେଳେ ବ୍ୟବହାର କରୁଥିଲେ । ସେଇଭଳି ଆଉ ଏକ କ୍ଲାସିକ ଗାଡ଼ି ହେଲା ୧୯୩୭ ମସିହାର ଆଉ ଏକ ରୋଲସ ରୟସ ଗାଡ଼ି । ସେ ଗାଡ଼ିର ନାଁ ମୁନ୍ ।

୧୯୨୦ ମସିହାର ନୀଳ ରଙ୍ଗର ଭିଣ୍ଟେଜ କାର । କୁହାଯାଉଛି, ସମଗ୍ର ବିଶ୍ୱରେ ଏବେ ଏଭଳି ମାତ୍ର ୨ଟି ହିଁ କାର୍ ବଞ୍ଚିଛି ।୧୯୨୮ ମସିହାର ଏହି ରୋଲ୍ସ ରୟସ ଫାଣ୍ଟମରେ ଭାବନଗର ମହାରାଜା ବସୁଥିଲେ ।

ସେହିପରି ପ୍ରଦର୍ଶନୀରେ ଆକର୍ଷଣ ପାଲଟିଥିଲା କଳା ରଙ୍ଗର ଲଗଜୁରିୟସ ଗାଡି, ଯାହାକି ୧୯୩୭ ମସିହାର ମୟୂରଭଂଜ ରାଜପରିବାରର । ମଡେଲ ନାଁ ଆଲଭିସ୍ ୨୫ ଡିଏଚସି ।

Leave a Reply

Your email address will not be published. Required fields are marked *