Pratidin TV

Odisha's Digital News Platform

ଶାହ-ନବୀନଙ୍କ ବନ୍ଧୁତା ଦେଖିଲା ପୁରା ଓଡିଶା…

1 min read

ଭୁବନେଶ୍ୱର : ବନ୍ଧୁତ୍ୱ ଦିବସରେ ଟ୍ରେଣ୍ଡ କରୁଛି ଶାହ-ନବୀନଙ୍କ ଫଟୋ । ସାଧାରଣ ନିର୍ବାଚନକୁ ଆଉ କିଛି ମାସ ଥିବା ବେଳେ ଗତକାଲି ଓଡିଶା ଗସ୍ତରେ ଆସିଥିଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ତେବେ ଗତକାଲି ନବୀନ-ଶାହଙ୍କୁ ଏକତ୍ର ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଦୁହେଁ ଦୁହିଁଙ୍କୁ ପ୍ରଶଂସାରେ ପୋତିଦେଇଥିଲେ । ଯାହା ଓଡିଶାବାସୀଙ୍କୁ ଚକିତ କରିଦେଇଛି । ସାରା ଓଡିଶା ଦେଖିଛି ଶାହ-ନବୀନଙ୍କ ବନ୍ଧୁତା ।

ଉଭୟ ଲୋକସଭା ଭବନ ସମ୍ମିଳନୀ କକ୍ଷରେ ଏକାଠି ବସିବା ଓ ପରସ୍ପର ପରସ୍ପର ସପକ୍ଷରେ ମତ ରଖିବା ଘଟଣା ରାଜ୍ୟ ରାଜନୀତିରେ ଭୂକୁଞ୍ଚନ ସୃଷ୍ଟି କରିଛି । ବନ୍ୟା ବିପର୍ଯ୍ୟୟର ମୁକାବିଲାରୁ ଆରମ୍ଭ କରି ନକ୍ସଲ ଦମନ ଯାଏ ସବୁ କ୍ଷେତ୍ରରେ ଓଡିଶା ସରକାରଙ୍କ ପ୍ରଚେଷ୍ଟାକୁ ଖୋଲାଖୋଲି ପ୍ରଶଂସା କରିଥିଲେ ଶାହ । ଅନ୍ୟପଟେ ନବୀନ ମଧ୍ୟ ମଧ୍ୟ କହିଛନ୍ତି ଯେ ଓଡିଶା ସବୁବେଳେ ସହଯୋଗ ସଂଘୀୟ ବ୍ୟବସ୍ଥା ଉପରେ ବିଶ୍ୱାସ କରେ । ସେହିଭଳି ଓଡିଶାର ବିକାସ ଏଜେଣ୍ଡାରେ ଭାରତ ସରକାର ସମର୍ଥନ କରୁଥିବାରୁ ଶ୍ରୀ ଶାହଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

Advertisement

ତେବେ ବିଜେପି ଓ ବିଜେଡିର ପରସ୍ପରକୁ ଏଭଳି ସମର୍ଥନ ଆଗକୁ ରାଜନୈତିକ କେଉଁ ମୋଡ ନେବ ତାହା ସଭିଙ୍କୁ ଅନଭିଜ୍ଞ । କିନ୍ତୁ ଦୁହିଁଙ୍କ ଏଭଳି ଆଚରଣକୁ ଓଡିଶାବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି । ଆଉ ସାରା ଓଡିଶାରେ ନବୀନ -ଶାହଙ୍କ ବନ୍ଧୁତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

ଅନ୍ୟପଟେ ରାଜ୍ୟ ସରକାରଙ୍କୁ ଦୁର୍ନୀତିଖୋର,ଅପରାଗ କହି ଆସୁଥିବା ରାଜ୍ୟ ବିଜେପିର ମୁହଁ ବନ୍ଧ କରାଇଦେଇଛନ୍ତି ଶାହ । ଗତକାଲି ଊଭୟ ଶାହ ଓ ନବୀନ ୭୬୧ କୋଟି ବ୍ୟୟରେ ନିର୍ମିତ କାମାକ୍ଷାନଗର ଡୁବୁରୀ ରାଜପଥର ୪ଲେନ୍ ବିଶିଷ୍ଠ ପ୍ରଶସ୍ତୀକରଣ କାର୍ଯ୍ୟକୁ ଲୋକାର୍ପଣ କରିବା ସହ ୩୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମୋଟେର-ବନେର ଭାୟା ଲଡୁଗାଁ ସଡକର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।

Leave a Reply

Your email address will not be published. Required fields are marked *