Pratidin TV

Odisha's Digital News Platform

ଆର ପାରିରେ ଲଢୁଆ ନେତା ବିଷ୍ଣୁ ସେଠୀ , ଓପିଏସି କ୍ଲିୟର କରି ମଧ୍ୟ କାହିଁକି ରାଜନୀତିରେ ପାଦଦେଇଥିଲେ ଏହି ନେତା

1 min read

ଭୁୁବନେଶ୍ୱର : ଆର ପାରିବେ ଟଣୁଆ ଲଢୁଆ ନେତା ନିଷ୍ଣୁ ସେଠୀ । ସେ ଭଦ୍ରକ ଜିଲ୍ଲା ଦାମନଗରର ବିଜେପି ବିଧାୟକ ଥିଲେ । ମାତ୍ର ୬୧ ବର୍ଷ ବୟସରେ ହିଁ ସେ ଆଖି ବରକ୍ସକ୍ଟଦେଇଛନ୍ତି । ବିଧାନ ସଭାରେ ନିଜର ସିଧା ସଳଖ ସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ପ୍ରଶ୍ନ ପାଇଁ ସେ ଅନେକ ଲୋକଙ୍କ ପ୍ରଶଂସାର ପାତ୍ର ପାଲଟିଥିଲେ ।

ଆଜି ତାଙ୍କ ବିୟୋଗରେ ସମସ୍ତ ଓଡିଶାବାସୀ ଭାଙ୍ଗି ପଡିଛନ୍ତି । କେବଳ ରାଜନୀତି ନୁହେଁ ସେ ସାହିତିକ କ୍ଷେତ୍ରରେ ମଧ୍ୟ ବେସ୍ ପ୍ରତିଭା ଦେଖାଇଥିଲେ । ଓପିଏସି ପରୀକ୍ଷା ପାସ୍ କରି ମଧ୍ୟ ସେ ସରକାରୀ ଚାକିରୀକୁ ପାଦରେ ଏଡାଇ ଲୋକମାନଙ୍କ ସେବା ପାଇଁ ନିଜକୁ ସର୍ମପଣ କରିଥିଲେ । ଯାହା ଓଡିଶା ବାସିଙ୍କ ପାଇଁ ଚିରସ୍ମରଣୀୟ । ତେବେ ସେ ରାଜନୈତିକ ଜୀବନ ପୂର୍ବରୁ ଆରଏସଏସରେ ଜଣେ ସକ୍ରିୟ ସଦସ୍ୟ ଥିଲେ । ସାହିତ୍ୟ ସହ ସାମ୍ବାଦିକ କ୍ଷେତ୍ରରେ ମଧ୍ୟ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା । ବିଶେଷ ଖବର ,ଘାସଫୁଲ ଭଳି ଏକାଧିକ ମାଗାଜିନର ଦାୟିତ୍ୱ ନେଇଥିଲେ ସେ । ୧୯୬୧ ମସିହା ଜୁନ୍ ୫ ରେ ଭଦ୍ରକ ଜିଲ୍ଲା ତିହିଡିରେ ଜନ୍ମ ଗ୍ରହଣ କରିଥିଲେ ।

Advertisement

ତେବେ ବିଷ୍ଣୁ ସେଠୀ ପ୍ରାୟ ବର୍ଷେ ହେବ କିଡନୀଜନିତ ବେମାରରେ ପୀଡ଼ିତ ଥିଲେ। ହେଲେ ମାସେ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ଫଳରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଫୁସଫୁସ ସଂକ୍ରମଣ ହୋଇଥିବା ଜଣାପଡ଼ିଥିବା ବେଳେ ବ୍ରେନ ଷ୍ଟ୍ରୋକ ହୋଇଥିଲା। ଫଳରେ ଅବସ୍ଥା ଗୁରୁତର ହେବାରୁ ପ୍ରାୟ ମାସେ ହେଲା ସେ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ମାତ୍ର ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ଆଜି ସକାଳେ ତାଙ୍କର ହୃଦଘାତ ହୋଇଥିଲା। ଏହାପରେ ପ୍ରାୟ ୭ଟା ୪୫ ମିନିଟ୍ରେ ଆଖି ବୁଜିଛନ୍ତି ବିଜେପିର ଏହି ପୁରୁଖା ନେତା। ଏନେଇ ଏମ୍ସର ଆଡିସନାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଭାସ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି।

ବିଷ୍ଣୁ ସେଠୀଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଗଭୀର ଶୋକ ପ୍ରକଟ କରିଛନ୍ତି। ବିଷ୍ଣୁ ସେଠୀ ଜଣେ ଦକ୍ଷ ବିଧାୟକ ଓ ଲୋକପ୍ରିୟ ରାଜନେତା ଥିଲେ ବୋଲି ଟ୍ୱିଟ କରିଛନ୍ତି ରାଜ୍ୟପାଳ।

ବିଷ୍ଣୁ ସେଠୀଙ୍କ ବିୟୋଗରେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଗଭୀର ଶୋକ ପ୍ରକଟ କରିଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଗଭୀର ଶୋକ ପ୍ରକଟ କରିବା ସହ ରାଜ୍ୟ ରାଜନୀତିରେ ତାଙ୍କ ଅବଦାନ ମନେ ରହିବ ବୋଲି କହିଛନ୍ତି।

ଏହାବାଦ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ, ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, ବରଗଡ଼ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର‌୍ୟ୍ୟ ଗଭୀର ଶୋକବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *