ମହିଳା କ୍ରିକେଟର ରାଜଶ୍ରୀ ମୃତ୍ୟୁ ମାମଲା : ସ୍କୁଟି ଡିକ୍କିରୁ ମିଳିଲା ଚିଠି ,ଲେଖା ଅଛି ୨ଜଣଙ୍କ ନାଁ..
1 min readକଟକ : ଓଡିଶା ସିନିୟର ମହିଳା କ୍ରିକେଟର ରାଜଶ୍ରୀଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ହଇଚାଇ ସୃଷ୍ଟି ହୋଇଯାଇଛି । ଗତ ୧୧ ତାରିଖରେ ରାଜଶ୍ରୀ ହୋଟେଲରୁ ବାହରି ପ୍ରଶିକ୍ଷଣ ଶିବିରକୁ ବାହାରିଥିଲେ ମଧ୍ୟ ସେଠାରେ ପହଞ୍ଚିନଥିଲେ । ନିଖୋଜ୍ ହେବାରି ୩ ଦିନ ପରେ ଗତକାଲି ତାଙ୍କ ଝୁଲନ୍ତା ମୃତଦେହ ଆଠଗଡ଼ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ସୁବାଷି ରିଜର୍ଭ ଫରେଷ୍ଟରୁ ମିଳିଥିଲା।
ମୃତଦେହଟି ରାଜଶ୍ରୀଙ୍କର ବୋଲି ମଙ୍ଗଳାବାଗ ଥାନା ପୁଲିସ ସ୍ପଷ୍ଟ କରିଥିଲା। ପ୍ରଥମେ ରାଜଶ୍ରୀଙ୍କ ସ୍କୁଟି ଓ ହେଲମେଟ୍ ସୁବାଷି ରିଜର୍ଭ ଫରେଷ୍ଟ ନିକଟରୁ ମିଳିଥିଲା। ଖୋଜାଖୋଜି କରିବା ପରେ ସ୍କୁଟି ଓ ହେଲମେଟ୍ ମିଳିଥିବା ସ୍ଥାନଠାରୁ ପ୍ରାୟ ୨୦୦ ମିଟର ଦୂରରେ ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ଗଛରେ ଏକ ଓଢ଼ଣୀରେ ତାଙ୍କ ମୃତଦେହ ଝୁଲି ରହିଥିଲା।
ତେବେ ଆଜି ଏକ ବିସ୍ପୋରକ ପ୍ରମାଣ କଟକ ମଙ୍ଗଳାବାଗ୍ ପୋଲିସ ହାତରେ ଲାଗିଛି । ରାଜଶ୍ରୀଙ୍କ ସ୍କୁଟି ଡିକିରୁ ଏକ ହାତଲେଖା ଚିଠି ମିଳିଛି । ଯେଉଁଥିରେ ରାଜଶ୍ରୀ ନିଜ ମୃତ୍ୟୁ ପାଇଁ ୨ ଜଣ ଦାୟୀ ବୋଲି ଉଲ୍ଲେଖ କରିଛନ୍ତି । ଜଣେ କୋଚ୍ଙ୍କ ସହ ଓସିଏର ପୂର୍ବତନ ସଦସ୍ୟ ଦାୟୀ ବୋଲି ଦର୍ଶାଯାଇଛି । ତେବେ ଏହି ଚିଠିଟି ରାଜଶ୍ରୀଙ୍କ ହାତଲେଖା ନା ନାହିଁ ସ୍ପଷ୍ଟ ହୋଇ ନାହିଁ । ତେବେ ଏହି ଚିଠିରେ ମାଣ୍ଡେଲା ସାର ଙ୍କ ବିରୋଧରେ ସାଙ୍ଘାତିକ ଅଗିଯୋଗ ହୋଇଛି ।
ଓଡିଶା କ୍ରିକେଟ ଆସୋସିଏସନର ସଦସ୍ୟ ଅଛନ୍ତି ମାଣ୍ଡେଲା ସାର । କୁହାଯାଉଛି ଚୟନ କମିଟିରେ ନଥାଇ ସୁଦ୍ଧା ଓଡିଶା କ୍ରିକେଟ ଦଳ ପାଇଁ ଖେଳାଳି ଚୟନ ବେଳେ ତାଙ୍କର ପ୍ରଭାବ ରହିଥାଏ । ଏପରି କି ସେ କୌଣସି ପଦପଦବୀରେ ନାହାନ୍ତି, ତଥାପି ତାଙ୍କ ଅନୁମିତି ବିନା ଟିମରେ ସ୍ଥାନ ମିଳେ ନାହିଁ ତେବେ କିଏ ଏହି ମାଣ୍ଡେଲ ସାର । ସେ କେମିତି ଏତେ ପ୍ରଭାବଶାଳୀ ହେଲେ? ସେ କାହା ବଳରେ ଏତେ ବଳିୟାନ?