Pratidin TV

Odisha's Digital News Platform

ଆଜିଠୁ ଓଡିଶାରେ ଆରମ୍ଭ ହେଲା 5G ସେବା ..

1 min read

ଭୁବନେଶ୍ୱର : ଭାରତର ୫୦ଟି ସହରରେ ୫ଜି ସେବା ଆରମ୍ଭ ହୋଇଯାଇଥିବା ବେଳେ ଗୁରୁବାରଠୁ ଓଡିଶାରେ ୫ଜି ସେବା ଆରମ୍ଭ ହେବା । ଆଜି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଅଡିଟୋରିୟମ୍‌ରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ୫ଜି ସେବାର ଲୋକାର୍ପଣ କରିବେ । ଏବେ ଓଡିଶାରେ ୫ ଜି ସେବା ଯୋଗାଇବା ପାଇଁ ସବୁ ପ୍ରସ୍ତୁତ ଶେଷ ହୋଇଛି ।

ତେବେ ଏଥିପାଇଁ ଦୁଇ ଟେଲିକମ ଅପରେଟର୍ ରିଲାଏନ୍ସ ଜିଓ ଏବଂ ଏୟାରଟେଲକୁ ଅନୁମତି ମିଳିଛି। ପ୍ରଥମେ ରାଜ୍ୟର ମୁଖ୍ୟ ସହର ଗୁଡ଼ିକ ୫ଏ ନେଟଓ୍ୱର୍କ ସହ ଯୋଡ଼ି ହେବାକୁ ଥିବା ବେଳେ, ଧୀରେ ଧୀରେ ଗ୍ରାମାଞ୍ଚଳରେ ମଧ୍ୟ ଏହା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି। ଆଜି ଉଭୟ ଜିଓ ଏବଂ ଏୟାରଟେଲ ପକ୍ଷରୁ ଟୁଇନସିଟି ଭୁବନେଶ୍ୱର ଓ କଟକରେ ୫ଜି ସେବା ଆରମ୍ଭ ହେବ। ଜିଓ କିଛି ସପ୍ତାହ ଭିତରେ ଆଉ ୫ଟି ସହରରେ ଫାଇଭ୍-ଜି ଆରମ୍ଭ କରିବ।

Advertisement

ଏହି ୫ଜି ସେବା ଯୋଗାଇ ଦେବା ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୧୦ ଟି ବିଟିଏସ୍ ବା ବେସ୍ ଟ୍ରାନ୍ସିଭର୍ ଷ୍ଟେସନ ଲଗାଯାଇଛି। ତେବେ ୪ଜି ତୁଳନାରେ ୫ଜିର ସ୍ପିଡ୍ ୧୦ ଗୁଣା ଅଧିକ ରହିବ । ୧ ସେକେଣ୍ଡରେ ଭିଡିଓ ଡାଉନଲୋଡ୍ ସହ ଫୋନର ସବୁ କାମ ମଧ୍ୟ ବହୁତ୍ ଶୀଘ୍ର ହେବ । ଯେମିତି କି ଅନଲାଇନ ସପିଂ , ଟିକେଟ୍ ବୁକିଂ ଇତ୍ୟାଦି ଆଖିପିଛୁଳାକେ ହୋଇଯିବେ ।

Leave a Reply

Your email address will not be published. Required fields are marked *