Pratidin TV

Odisha's Digital News Platform

ତତଲା କଡେଇରେ ଭାଜି ହେଉଛି ଓଡିଶା , ଆହୁରି ବଢିବ ରାଜ୍ୟର ତାତି..

ମାର୍ଚ୍ଚ ନସରୁଣୁ ତତଲା କଡେଇରେ ଭାଜି ହେଲାଣି ଓଡିଶା । ୪୦ ଡିଗ୍ରୀ ଛୁଇଁଲାଣି ଦୈନିକ ତାପମାତ୍ରା । ତେବେ ଆସନ୍ତା ୪ ରୁ ପାଞ୍ଚ ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି । ତାତି ବଢ଼ିବ ସହିତ ପ୍ରବଳ ଗୁଳୁଗୁଳି ଅନୁଭୁତ ହେବ । ଦିନ ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା ରହିଛି । ଗତକାଲି ରାଜ୍ୟର ୫ଟି ସହରରେ ତାତି ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏପ୍ରିଲ ପହିଲାରୁ ଆହୁରି ଜାଳିବ ଖରା । ଆସନ୍ତା ଦୁଇ ଦିନ ମଧ୍ୟରେ ପାରଦ ୪୦ ଡିଗ୍ରୀ ପାର କରିପାରେ ।

ଆଗାମୀ ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଆହୁରି ବଢ଼ିବ ତାପମାତ୍ରା । ରାଜ୍ୟର ୫ଟି ସହରରେ ସର୍ବୋଚ୍ଚ ତାପମାତ୍ରା ୪୦ ଛୁଇଁଛି । ଟିଟିଲାଗଡ଼, ବୌଦ୍ଧ, ବଲାଙ୍ଗିର, ଭବାନୀପାଟଣା, ନୟାଗଡ଼ ୪୦ ଛୁଇଁଲା ତାପମାତ୍ରା । ତେବେ ଏନେଇ ଘରୁ ନବାହରିବାକୁ ପରାମର୍ଶ ଦିଆଯାଇଛି । ଏହାସହିତ ରାତିର ତାପମାତ୍ରା ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ କରାଯାଇଛି ।

Leave a Reply

Your email address will not be published. Required fields are marked *