Pratidin TV

Odisha's Digital News Platform

ଓଡ଼ିଶାକୁ ମିଳିବ ପ୍ରଥମ ମହିଳା ବାଚସ୍ପତି: ରେସ୍‌ରେ ଆଗୁଆ ଏହି ନାରୀନେତ୍ରୀ

1 min read

ଭୁବନେଶ୍ୱର: ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ବାଚସ୍ପତି ହେବେ । ଜଣେ ବରିଷ୍ଠ ବିଧାୟିକାଙ୍କୁ ବାଚସ୍ପତି କରାଯିବ ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ତେବେ ଏସଂକ୍ରାନ୍ତରେ ସ୍ପଷ୍ଟ କରାଯାଇନାହିଁ। ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି କରାଯାଇପାରେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପ୍ରମିଳା ଜଣେ ବରିଷ୍ଠ ବିଧାୟିକା। ଅନେକ ବାର ସେ ମନ୍ତ୍ରୀ ମଧ୍ୟ ହୋଇସାରିଛନ୍ତି । ଏବେ ସରକାରୀ ଦଳର ମୁଖ୍ୟ ସଚେତିକା ଭାବେ ସେ କାର୍ଯ୍ୟ କରୁଛନ୍ତି। ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ଗୁରୁତ୍ୱ ଦେଉଥିବାରୁ ପ୍ରମିଳା ଇତିହାସ ସୃଷ୍ଟି କରିପାରନ୍ତି ବୋଲି କୁହାଯାଉଛି।

ଅପରପକ୍ଷରେ  ଆସନ୍ତାକାଲି ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବେ। ରାଜଭବନରେ ଶପଥଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ସବୁ ମନ୍ତ୍ରୀ ଇସ୍ତଫା ଦେଇସାରିଥିବାବେଳେ ନେତାମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ ଆସିବାକୁ ଅପେକ୍ଷା କରିଛନ୍ତି।

Advertisement

ରାଜନୀତିକ ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ସିଏମଓରୁ ଫୋନ ଯାଇଛି। ସେହିପରି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେ଼ଇଙ୍କୁ ମଧ୍ୟ ଫୋନ ଯାଇଥିବା ଚର୍ଚ୍ଚା ହେଉଛି। ଏମାନଙ୍କ ବ୍ୟତୀତ ରୁଦ୍ର ମହାରଥି, ବାସନ୍ତୀ ହେମ୍ବ୍ରମ୍, ମନୋହର ରନ୍ଧାରୀଙ୍କକୁ ଫୋନ ଯାଇଥିବାନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ ରୁଦ୍ରଙ୍କ ପାଖକୁ ଫୋନ ଯାଇନଥିବା ତାଙ୍କର ଜଣେ ଖାସ ଅନୁଗତ ସୂଚନା ଦେଇଛନ୍ତି।

ଆସନ୍ତାକାଲି ୧୧ଟା ୪୫ରେ ରାଜଭବନର କନଭେସନ ହଲରେ ନୂଆ ମନ୍ତ୍ରୀମାନେ ଶପଥଗ୍ରହଣ କରିବେ । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡାରୁ ଅତନୁ ସବ୍ୟସାଚୀ ନାୟକ, ମୟୁରଭଞ୍ଜରୁ  ବାସନ୍ତୀ ହେମ୍ବ୍ରମ୍, ବାଲେଶ୍ୱରରୁ ଅଶ୍ୱିନୀ ପାତ୍ର, ଗଞ୍ଜାମରୁ ଲତିକା ପ୍ରଧାନ, ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାତ, କେନ୍ଦୁଝରରୁ ବଦ୍ରି ନାରାୟଣ ପାତ୍ର ମନ୍ତ୍ରୀ ହେବେବୋଲି ଜଣାପଡ଼ିଛି। ସେହିପରି ବ୍ୟୋମୋକେଶ ରାୟ, ଦେବୀ ପ୍ରସାଦ ମିଶ୍ର, ଦେବୀରଞ୍ଜନ ତ୍ରିପାଠୀଙ୍କ ନାମକୁ ନେଇ ବି ଚର୍ଚ୍ଚା ଜୋରଧରିଛି। 

Leave a Reply

Your email address will not be published. Required fields are marked *