(ଭିଡିଓ) ଓଡିଶା ଟ୍ରେନ୍ ଟ୍ରାଜେଡି : ଅଧାରେ ରହିଗଲା ପୁଅକୁ IAS ଦେଖିବାର ସ୍ୱପ୍ନ
1 min readବାଲିଆପାଳ : ଲୌହମାନବର ରକ୍ତଭୋଜିରେ ଛାରଖାର ହୋଇଯାଇଛି ଅନେକ ପରିବାର । ସମଗ୍ର ଦେଶ ସ୍ତବ୍ଧ ହୋଇପଡିଛି । ବାହାନଗା ଷ୍ଟେସନ ରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏହି ଟ୍ରେନ ଦୁର୍ଘଟଣା ରେ ଆର ପାରିକୁ ଚାଲି ଯାଇଛନ୍ତି ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଖଗଡାପାଳ ଗ୍ରାମର ମୁକ୍ତିକାନ୍ତ ରାଉଳ , ଘରର ଏକମାତ୍ର ପୁଅକୁ ହରାଇ ବାପା ମାଙ୍କ ଆଖିରେ ଲୁହ ଶୁଖୁନି । କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ପରିବେଶ । ଏପଟେ ପୁଅର ଫଟୋକୁ ଧରି କାନ୍ଦି କାନ୍ଦି ଚେତାଶୂନ୍ୟ ହୋଇ ଯାଉଛନ୍ତି ମା ।
ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଖଗଡାପାଳ ଗ୍ରାମର ଭାଗବତ ରାଉଳ ଏବଂ ବାସନ୍ତୀ ବେହେରା ଙ୍କ ଏକମାତ୍ର ପୂତ୍ର ହେଉଛନ୍ତି ମୁକ୍ତିକାନ୍ତ । ପିଲାଟି ଦିନରୁ ମୁକ୍ତିକାନ୍ତ ଜଣେ ମେଧାବୀ ଛାତ୍ର ଥିଲେ । ସବୁ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହେବା ସହ ମ୍ୟାଟ୍ରିକ ପରୀକ୍ଷାରେ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହାପରେ ଏମଏସି ପାସ କରିବା ପରେ ଗତବର୍ଷ ଭଦ୍ରକ ଜିଲ୍ଲା ବାସୁଦେବପୁର ଡାକ କାର୍ଯ୍ଯାଳୟରେ ନିଯୁକ୍ତି ପାଇଥିଲେ । ସେଠାରେ ଚାକିରୀ କରିବା ସହ ଆଇଏସ ପରୀକ୍ଷା ପାଂଇ ପ୍ରସ୍ତୁତ ମଧ୍ୟ ହେଉଥିଲେ । ମାତ୍ର ଗତ ୨ ତାରିଖ ଦିନ ଟ୍ରେନରେ ଘରକୁ ଫେରିବା ସମୟରେ ବାହାନଗା ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣା ସବୁ କିଛି ଓଲଟ ପାଲଟ କରିଦେଲା । ମାତ୍ର ୨୩ ବର୍ଷ ବୟସରେ ସବୁଦିନ ପାଂଇ ଲିଭିଗଲା ମୁକ୍ତିକାନ୍ତ ଙ୍କ ଜୀବନ ଦ୍ବୀପ ,ନିଜ ର ଆଶା ଆଙ୍କାକ୍ଷା ସହିତ ପୁଅର ଭବିଷ୍ୟତକୁ ନେଇ ବାପା ମା’ଙ୍କ ସବୁ ସ୍ବପ୍ନ ନିମିଷକେ ମଧ୍ୟରେ ଧୂଳିସାତ ହୋଇ ଗଲା । ପୁଅର ଫେରିବା ବାଟକୁ ଚାହିଂ ରହିଥିବା ବାପା ମାଙ୍କ ପାଖରେ ଆସି ପହଞ୍ଚିଲା ପୁଅର କ୍ଷତବିକ୍ଷକ୍ତ ଶବ ।
ଗତ ମେ ମାସ ୨୭ ତାରିଖ ରେ ଘରକୁ ଆସି ବାପା ମା ଙ୍କ ର ୨୫ ତମ ବିବାହ ବାର୍ଷିକୀରେ କେକ୍ କାଟି ଧୂମଧାମରେ ପାଳନ କରିବା ପରେ କର୍ମକ୍ଷେତ୍ରକୁ ଫେରି ଯାଇଥିଲେ ମୁକ୍ତିକାନ୍ତ । ଏହାପରେ ଗତ ୨ ତାରିଖ ରେ ଘରକୁ ଆସିବା ନେଇ ମା’ଙ୍କୁ ଫୋନ କରି ଜଣାଇବା ପରେ ଖୁସି ହୋଇ ଯାଇଥିଲେ ବାପା ମା । ବାଲେଶ୍ବରରେ ଡ୍ରାଇଭିଂ ଲାଇସେନ୍ସ ବାହାର କରିବା ନିମନ୍ତେ ପରୀକ୍ଷା ଦେବା ସହ ଘରେ ଦୁଇ ଦିନ ରହିବେ ବୋଲି ମା ଙ୍କୁ ଫୋନ କରି କହିଥିଲେ । ସଂଧ୍ୟାରେ ଟ୍ରେନରେ ବସିବା କିଛି ସମୟ ଆଗରୁ ମଧ୍ୟ ମା’ଙ୍କ ସହ କଥା ହେଇଥିଲେ । ଆଉ ଏହା ପରେ ଫୋନ ସୁଇଚ ଅଫ୍ ହୋଇ ଯାଇଥିଲା । ଭୟଙ୍କର ଟ୍ରେନ ଦୁର୍ଘଟଣା ରେ ଶିକାର ହୋଇ ପ୍ରାଣ ହରାଇଲେ ମୁକ୍ତିକାନ୍ତ । ବୂଢା ବୟସ ରେ ବାପା ମା’ଙ୍କ ଏକମାତ୍ର ସାହାରା ପାଲଟିବା ପରିବର୍ତ୍ତେ ଟ୍ରେନ ଦୁର୍ଘଟଣାରେ ଅଫେରା ରାଇଜକୁ ଚାଲିଗଲେ । ଏକ ମାତ୍ର ପୂଅକୁ ହରାଇ ବାପା ମା ପୁଅର ପୁରୁଣା ସ୍ମୃତି ସବୁ ମନେ ପକାଇ ଗୁମୁରି ଗୁମୁରି କାନ୍ଦୁଛନ୍ତି । ଏମାନଙ୍କର ବୁକୁଫଟା କାନ୍ଦ ଦେଖି ସାହି ପଡିଶା ବି କାନ୍ଦି ପକାଉଛନ୍ତି ।