ଭିଜିଲାନ୍ସ ହାବୁଡରେ କନିଷ୍ଠ ଯନ୍ତ୍ରୀ
1 min readଗଞ୍ଜାମ : ପୁଣି ଭିଜିଲାନ୍ସ ଜାଲରେ ଫଶିଲେ ଟଙ୍କା ଲାଞ୍ଚୁଆ । ୨୦୨୨ର ଆରମ୍ଭଠାରୁ ପୁରା ଆକ୍ସନ ମୋଡରେ ଭିଜିଲାନ୍ସ । ଚଳିତ ବର୍ଷ ଅନେକ ଲାଞ୍ଚୁଆ ମାନଙ୍କୁ ନିଜର ଠିକ୍ ଜାଗା ଦେଖାଇବା ସହ ସାଧାରଣ ଓ ଗରିବ ଲୋକମାନଙ୍କୁ ଶୋଷିତ କରୁଥିବା ଲୋଭିମାନଙ୍କ ଉପରୁ ପରଦା ଉଠାଇଛି ଭିଜିଲାନ୍ସ । ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର କନିଷ୍ଠ ଯନ୍ତ୍ରୀ ସୁଧାଶୁଂ ଶେଖର ମଲ୍ଲିକ ଜଣେ ବ୍ୟକ୍ତିଙ୍କ ଠାରୁ ୭୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିନେଇଥିଲା ଟିମ୍ ।
ସୂଚନା ଅନୁଯାୟୀ ସୁଧାଶୁଂ ‘ମୋ ଗୁହାଳ ଯୋଜନା’ ବାବଦକୁ ଉକ୍ତ ଟଙ୍କା ନେଉଥିଲେ । ଠିକ୍ ସେହି ସମୟରେ ହିଁ ନାଲି ହାତରେ ଧରିଥିଲା ଟିମ୍ ତାଙ୍କୁ ଏହା ସହ ଉକ୍ତ ଟଙ୍କାକୁ ମଧ୍ୟ ଜବତ୍ କରାଯାଇଥିଲା । ଏହା ସହ କନିଷ୍ଠ ଯନ୍ତ୍ରୀଙ୍କର ୨ ସ୍ଥାନରେ ଥିବା ଘର ଉପରେ ମଧ୍ୟ ରେଡ୍ ପକାଇଛି ଟିମ୍ । ଏନେଇ ବରହମ୍ପୁର ଭିଜିଲାନ୍ସ କନିଷ୍ଠ ଯନ୍ତ୍ରୀଙ୍କ ନାଁରେ ମାମଲା ରୁଜ୍ଜୁକରି ଅଧିକ ତଥ୍ୟ ପାଇଁ ପଚରାଉଚରା ଚଲାଇଛି ।