Pratidin TV

Odisha's Digital News Platform

ଭିଜିଲାନ୍ସ ଜାଲରେ ବିଇଓ ଅଫିସର ଜେଇ, ୯ଟି ସ୍ଥାନରେ ଚାଲିଛି ରେଡ୍‌..

ଅନୁଗୁଳ : ଭିଜିଲାନ୍ସ ଜାଲରେ ପଡିଲେ ବ୍ଲକ ଶିକ୍ଷା ଅଧିକାରୀ । ଅନୁଗୁଳ ଜିଲ୍ଲା ପାଳଲହଡା ବିଇଓ କାର୍ଯ୍ୟଳୟର କାର୍ଯ୍ୟରତ ଯନ୍ତ୍ରୀ ପ୍ରସନ୍ନ ପାଣିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅଧିକାରୀ ରେଡ୍ କରିଛନ୍ତି । ପ୍ରସନ୍ନ ପାଣିଙ୍କ ଅନୁୁଗୁଳ ସ୍ଥିତ ବାସଭବନ ସମେତ ଭୁବନେଶ୍ୱର ଓ ଖୋର୍ଦ୍ଧାଏବଂ ମୋଟ ୯ଟି ସ୍ଥାନରେ ଏକାକାଳୀନ ଚଢାଉ ଚାଲିଛି । ଏହି ଚଢାଉରେ ୬ ଜଣ ଡିଏସପି ଓ ୬ ଜଣ ଇନ୍ସପେକ୍ଟର ରେଡ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରସନ୍ନ ପାଣିଙ୍କ ବାସଭବନରୁ କୋଟିଏରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି । ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଯନ୍ତ୍ରୀ ଥିବା ପ୍ରସନ୍ନଙ୍କ ୬ଟି ବ୍ୟାଙ୍କ ଆକାଉଣ୍ଟକୁ ବି ଜବତ କରାଯାଇଛି । ମୂଲ୍ୟବାନ ଅଳଙ୍କାର ସହ ଜରୁରୀ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱର ସୁନ୍ଦରପଦା ସ୍ଥିତ ତ୍ରିଲୋଚନ ବିହାରରେ ଦୁଇଟି ତିନି ମହଲା କୋଠା, ସୁନ୍ଦରପଦା ଫ୍ରେଣ୍ଡସ କ୍ଲବ ନିକଟରେ ଗୋଟିଏ ୩ ମହଲା କୋଠା ଠାବ କରିଛି ଭିଜିଲାନ୍ସ । ଏହାଛଡା ହାଇଟେକ ପ୍ଲାଜାରେ ଗୋଟିଏ ଫ୍ଲାଟ, ପୁରୀ ଜିଲ୍ଲା ନିମାପଡା ନିକଟ ଅମଲାପଡାରେ ଗୋଟିଏ ୩ ମହଲା କୋଠା ଠାବ ହୋଇଛି । ଅନ୍ୟପଟେ ଅନୁଗୁଳ ଜିଲ୍ଲା ପାଲଲହଡା କେନାଲ ରୋଡର ଭଡା ଘର, ସୁନ୍ଦରପଦାରେ ଥିବା ସମ୍ପର୍କୀୟଙ୍କ ଘରେ ଚଢାଉ ଚାଲିଛି । ସୂଚନାମୁତାବକ , ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ ଲାଗୁ ହେବା ପରେ ଦୁର୍ନୀତିଷକାର ଅଧିକାରୀଙ୍କ ଉପରେ ବାଜୁଛି ଛାଟ ।

Leave a Reply

Your email address will not be published. Required fields are marked *