Pratidin TV

Odisha's Digital News Platform

ବିଦାୟ ବେଳେ ମା ଙ୍କୁ ଭିଯାଇଲା ମୌସୁମୀ, ଓଦା ହୋଇ ପୂଜାର ମଜା ନେଲେ ଲୋକେ

1 min read

ବିଦାୟ ବେଳେ ପାର୍ବଣକୁ ଓଦା କଲା ମୌସୁମୀ | ଭିଜି ଭିଜି ବୁଲିବାର ମଜା ନେଲେ ଲୋକେ | ପାର୍ବଣରେ ପଶିଲା ବର୍ଷା | ତେବେ ବର୍ଷାରେ ଭିଯିବ ରାଜଧାନୀ | ଏନେଇ ପାଣିପାଗ ବିଭାଗ ଦେଇଛି ସୂଚନା | ଆସନ୍ତା କିଛି ଦ୍ଦିନ ମଧ୍ୟରୁ ଅପସରି ଯିବ ଦକ୍ଷିଣ ପଶ୍ଚିମ ମୌସୁମୀ | ପାଗ ଅଛି ଅନୁକୂଳ | କିନ୍ତୁ ଘଡଘଡି, ବିଜୁଳି ସହ କିଛି ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହିଛି |

ତେବେ ଗତକାଲି ଅପରାହ୍ନରେ ରାଜ୍ୟରେ କେତେ ସ୍ଥାନରେ ବହୁତ ବର୍ଷା ହୋଇଛି | ଓଡିଶାରୁ ମୌସୁମୀ ଫେରିଯିବାର ପକ୍ରିୟା ହୋଇଥିବା ବେଳେ ଗତକାଲି କିଛି ସ୍ଥାନରେ ବର୍ଷା ହୋଇଥିବାର ଦେଖିବାକୁ ମିଳିଥିଲା | ତେବେ ଆଗାମୀ ୬ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ବଡ ବର୍ଷା ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ | ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ ବିଭାଗ ଜାରି କରିଥିବା ବୁଲେଟିନ ହିସାବରେ ବଙ୍ଗୋପସାଗରରେ ଗୋଟିଏ ଗୁରୁଚପବଳୟ ସକ୍ରିୟ ରହିଛି | ଏହାର ପ୍ରଭାବରେ ରାଜ୍ୟ ଭିତରକୁ କ୍ରମାଗତ ଭାବେ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି | ଏହି ବାୟୁ ଉତ୍ତପ୍ତ ବାୟୁ ସହ ମିଶି ମେଘାଚ୍ଛନ ସୃଷ୍ଟି କରିବ | ଯାହାର ପ୍ରଭାବରେ ରାଜ୍ୟର ଅଭ୍ୟନ୍ତରଣୀୟ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାର ବର୍ଷା ହେବାର ସମ୍ଭାବନା ରହିଛି |

Advertisement

Leave a Reply

Your email address will not be published. Required fields are marked *