Pratidin TV

Odisha's Digital News Platform

ତତଲା କଡେଇରେ ଭାଜି ହେଉଛି ଓଡିଶା , ୩୯ ଡିଗ୍ରୀ ଛୁଇଁଲା ତାପମାତ୍ରା …

1 min read

ରାଜ୍ୟରେ କଲବଲ କଲାଣି ତାତି । ରାଜ୍ୟରେ ପାରଦ ଉପର ମୁଁହା ଜୀବନ ଯାତ୍ରା ପ୍ରଭାବିତ ହେବାରେ ଲାଗିଛି । ୩୯.୫ ଡିଗ୍ରୀ ସହ ବୌଦ୍ଦ ସବୁଠୁ ତତଲା ସହର ଭାବେ ପରିଗଣିତ ହୋଇଥିବାବେଳେ ଭବାନୀପାଟଣା, ଟିଟିଲାଗଡ଼, ନୟାଗଡ଼ ଓ ପାରଳାଖେମୁଣ୍ଡିରେ ବି ପାରଦ ୩୯ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ପାଣିପାଗ ବିଭାଗ କହିଛି- ଏଭଳି ତାତି ଆଗକୁ ବି ଜାରି ରହିବ। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଚାନ୍ଦବାଲିରେ ୩୮.୪, ରାଉରକେଲାରେ ୩୭.୬, ସମ୍ବଲପୁରରେ ୩୭.୫, ଭୁବନେଶ୍ୱରରେ ୩୭.୪, କେନ୍ଦୁଝରରେ ୩୭.୪, ହୀରାକୁଦରେ ୩୭.୪, ବାଲେଶ୍ୱର: ୩୫ ଡିଗ୍ରି ତାପମାତ୍ରା ‌ଛୁଇଁଛି। ସେହିପରି ପୁରୀରେ ୩୩, ପାରାଦୀପରେ ୩୨.୩ ଓ ଗୋପାଳପୁରରେ ତାପମାତ୍ରା ୩୧.୫ ଡିଗ୍ରି ରେକର୍ଡ ହୋଇଛି। ରାଜ୍ୟରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରି ଉପରେ ପାରଦ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର। ଆହୁରି ମଧ୍ୟ କୁହାଯାଇଛି ଯେ ଉପକୂଳ ଓଡ଼ିଶାରେ ତାତି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ।

ଏହା ବାଦ୍ ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ଦୁଇ ଦିନ ମଧ୍ୟରେ ପାରଦ 40 ଡିଗ୍ରୀ ଟପିପାରେ ବୋଲି ସମ୍ଭାବନା ରହିଛି । ଗତ ଦୁଇ ଦିନରେ ଅଧିକାଂଶ ସ୍ଥାନରେ ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ହୋଇଥିବା ବେଳେ ଆଗକୁ ଆହୁରି ବଢିବ । ସେପଟେ ତାପମାତ୍ରା ବୃଦ୍ଧି ଓ ଜଳୀୟବାଷ୍ଫପୂର୍ଣ୍ଣ ବାୟୁର ପ୍ରଭାବ ଯୋଗୁଁ ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବା ନେଇ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି । ଏହାସହ ମୟୁରଭଞ୍ଜ କେନ୍ଦୁଝର ଢେଙ୍କାନାଳ ଏହି ଜିଲ୍ଲାରେ କାଳବୈଶାଖୀ ଯୋଗୁଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ତରଫରୁ ଏହି ଜିଲ୍ଲାଗୁଡ଼ିକୁ ପାଇଁ ୟେଲୋ ଆଲର୍ଟ ଜାରି କରିଛି ।

Leave a Reply

Your email address will not be published. Required fields are marked *