Pratidin TV

Odisha's Digital News Platform

ଭୁବନେଶ୍ୱରରେ ୪୧ ଡିଗ୍ରୀ ଡେଇଁଲା ତାପମାତ୍ରା , ୨୦ ଓ ୨୧ ତାରିଖକୁ ଆହୁରୀ ବଢିବ ।

1 min read

ଭୁବନେଶ୍ୱର ; ତତଲା କଢେଇରେ ଭାଜିହେଉଛି ସାରା ଓଡିଶା । ମଣିଷ ସହ ହନ୍ତସନ୍ତ ହେବେ ପଶୁପକ୍ଷୀ । ଦିନ ସମୟରେ ଖରାରୁ ଦୂରେଇ ରଖିବାକୁ ପରାମର୍ଶ ଦେଲେ ବିଶେଷଜ୍ଞ । ଶୋଷ ନଲାଗୁଥିଲେ ମଧ୍ୟ ଦିନ ସମୟରେ ପର୍ଯ୍ୟପ୍ତ ପାଣି ପିଅନ୍ତୁ । ଯେପରି ତୋରାଣି , ଲେମ୍ଭୁପାଣି,ଦହି ଇତ୍ୟାଦି । ଭୁବନେଶ୍ୱରରେ ଆଜି ସକାଳୁ ଖରାର ପ୍ରକୋପ ଅନୁଭୂତ ହୋଇଥିଲା। ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୧.୨ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୪୧.୧, ଝାରସୁଗୁଡାରେ ୪୧ ଓ ବାଲେଶ୍ୱର ୪୦ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ହୀରାକୁଦରେ ୩୯.୫, ସମ୍ବଲପୁରରେ ୩୯.୪, ରାଉରକେଲାରେ ୩୯.୨, କେନ୍ଦୁଝରରେ ୩୮.୯, ଗୋପାଳପୁରରେ ୩୫.୫, ପାରାଦୀପରେ ୩୫.୨ ଓ ପୁରୀରେ ୩୫ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି। ଆଜି ଦିନ ୧୧ଟା ୩୦ ସୁଦ୍ଧା ବାଲେଶ୍ୱର ଓ ଭୁବନେଶ୍ୱରର ତାପମାତ୍ରା ୩୯ ଡିଗ୍ରୀ ଅତିକ୍ରମ କରିଯାଇଥିଲା।

Advertisement

Leave a Reply

Your email address will not be published. Required fields are marked *