Pratidin TV

Odisha's Digital News Platform

ପାଣିରେ ଭାସିବ ଓଡ଼ିଶା, ଆଗାମୀ ୪ ଦିନ ପ୍ରବଳ ଛେଚିବ ୩୧ରେ ଆଉ ଏକ ଘୂର୍ଣ୍ଣିବଳୟ

ଆସୁଛି ଆଉ ଏକ ବଡ ବଡ ଲଘୁଚାପ | ଆହୁରି ଭିଜିବ ଓଡିଶା, ଜଳମଗ୍ନ ହେବ ରାଜଧାନୀ | ଆସନ୍ତା କାଲି ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଘୁର୍ଣ୍ଣିବଳୟ | ଏହା ଲଘୁଚାପର ରୂପ ନେବାର ରହିଛି ସମ୍ଭାବନା | ଏହାକୁ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ | ଯାହାର ପ୍ରଭାବରେ ବଢିବ ବର୍ଷାର ପରିମାଣ |

ଆଜି ପ୍ରବଳରୁ ପ୍ରବଳ ବର୍ଷା ନେଇ ୫ ଟି ଜିଲ୍ଲାକୁ କରିଛି ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କଟକ, ଅନୁଗୁଳ,ନୟାଗଡ଼, ଢେଙ୍କାନାଳ, ଯାଜପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ପାଇଁ ୧୨ ଜିଲ୍ଲାକୁ ଦିଆଯାଇଛି ସତର୍କ |

ତେବେ ୧ ଅଗଷ୍ଟ ରେ ପ୍ରବଳରୁ ଅତି ପ୍ରବଳ ବର୍ଷାରେ ପାଇଁ ୫ଟି ଜିଲ୍ଲା ଏବଂ ପ୍ରବଳ ବର୍ଷା ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି | ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ | ଏହାସହ ଉତ୍ତର ଛତିଶଗଡ଼ ଉପରେ ମଧ୍ୟ ରହିଛି ଘୁର୍ଣ୍ଣିବଳୟ | ଆସନ୍ତା ୪ ଦିନ ଯାଏଁ ବର୍ଷାର ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ |

ଗତକାଲି ପ୍ରାୟ ଦେଢ଼ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଲାଗାଁ ବର୍ଷା ହେବାପରେ ଜଳମଗ୍ନ ହୋଯାଇଥିଲା ପୁରା ସହର | ଚଳିତ ମୌସୁମୀରେ ରାଜଧାନୀରେ ଜୁନ ୧ରୁ ବର୍ତ୍ତମାନ ସୁଦ୍ଧା ୪୭୮.୮ ମିଲିମିଟର ବର୍ଷା ରେକର ହୋଇଥିବା ବେଳେ ଏବେ ମଧ୍ୟ ଅନିଅଣ୍ଟ ବର୍ଷା ରହିଛି |

Leave a Reply

Your email address will not be published. Required fields are marked *