Pratidin TV

Odisha's Digital News Platform

ଓଡିଶାର ଦିବସ ଉତ୍କଳ ଦିବସ ; ୮୮ ବର୍ଷ ପୂର୍ବେ ମିଳିଥିଲା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ

1 min read

ଆଜି ଉତ୍କଳ ଦିବସ | ଆଜି ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନକୁ ପୁରିଛି ୮୮ ବର୍ଷ | ପ୍ରତି ଓଡ଼ିଆଙ୍କ ଗର୍ବ ଓ ଗୌରବର ଦିନ | ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡିଶାକୁ ଆଜି ଦିନରେ ମିଳିଥିଲା ମାନ୍ୟତା | ଆଜି ଉଜ୍ଜୀବିତ ହେଉଛି ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ସ୍ମୃତି | ଭାଷାଭିତ୍ତିକ ରାଜ୍ୟ ଗଠନ ହେବାରେ ଓଡିଶା ହେଉଛି ପ୍ରଥମ ରାଜ୍ୟ | ନାଵ ଗଠିତ ରାଜ୍ୟ ଭାବେ ମାନଚିତ୍ର ଶୋଭାମଣ୍ଡନ କରିଥିଲା ଓଡିଶା | ଆଜି ଦିନରେ ଓଡିଶାକୁ ମାନ୍ୟତା ମିଳିଥିବାରୁ ଏହି ସ୍ୱତନ୍ତ୍ର ମାନ୍ୟତା ମିଳିଥିବାରୁ ଏହି ସ୍ମୃତିକୁ ମନେରଖିବାକୁ ପ୍ରତିବର୍ଷ ଆଜିର ଦିନରେ ପାଳନ କରାଯାଏ ଉତ୍କଳ ଦିବସ | ଏହି ସ୍ମୃତିରେ ପ୍ରତିବର୍ଷ ଏପ୍ରିଲ ୧ ତାରିଖ ଦିନ ଉତ୍କଳ ଦିବସ ତଥା ଓଡିଶା ଦିବସ ପାଳନ କରାଯାଏ |

ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ବାଣିଜ୍ୟ ଓ ପର୍ଯ୍ୟଟନ ବେଶ ସ୍ୱତନ୍ତ୍ର । ଆମର ମନ୍ଦିରରେ କଳା, ଭାସ୍କର୍ଯ୍ୟ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । କୋଣାର୍କରୁ ନେଇ ଲିଙ୍ଗରାଜ ଓଡ଼ିଆର କାରୁକାର୍ଯ୍ୟର ଜ୍ୱଳନ୍ତ ଉଦାହରଣ । ଆମ ଜାତି ଲଢୁଆ ଜାତି । ଆମର ତ୍ୟାଗ, ବଳିଦାନ ଇତିହାସ ବିଦିତ । ଦେଶ ସ୍ୱାଧୀନତାରେ ପାଇକ ସଂଗ୍ରାମର ଭୂମିକା ସର୍ବଦା ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ । ଓଡ଼ିଶା ଜାତିର ଅସ୍ମିତାର ସୁରକ୍ଷା ନେଇ ସଂଗ୍ରାମର କାହାଣୀ କୁହେ ଏହି ତାରିଖ । ଯାହାକୁ ନେଇ ପ୍ରତିଟି ସ୍ୱାଭିମାନୀ ଓଡ଼ିଆ ଗର୍ବ କରେ । ସେ ନଅଙ୍କ ଦୁର୍ଭିକ୍ଷ କଥା କୁହନ୍ତୁ କି ମହାବାତ୍ୟା ସବୁର ମୁକାବିଲା କରି ପୁଣି ଅଣ୍ଟା ସଳଖୀ ଛିଡା ହୋଇଛି ରାଜ୍ୟ ।

Advertisement

ସ୍ବତନ୍ତ୍ର ଓଡ଼ିଶାର ଜନ୍ମ ସମୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲେଖନୀରୁ ଝରିଆସିଥିଲା ଏଇ ସୁପ୍ରସିଦ୍ଧ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’। ପୂର୍ବରୁ ଉତ୍କଳ ଖଣ୍ଡବିଖଣ୍ଡିତ ହୋଇ ରହିଥିଲା । ସମ୍ୱଲପୁର ମଧ୍ୟପ୍ରଦେଶ ସହ ମିଶିଥିବା ବେଳେ ବାଲେଶ୍ୱରରେ ବଙ୍ଗଳାର ପ୍ରଭାବ ଓ ଗଞ୍ଜାମ ମାଡ୍ରାସ ପ୍ରେସିଡେନ୍ସି ଅଧିନରେ ରହିଥିଲା । ୧୫୬୮ରେ ଏକ “ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ” ଗଠନ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା। ଓଡ଼ିଶାର ଭବିଷ୍ୟତକୁ ସ୍ବର୍ଣ୍ଣିମ କରିବା ପାଇଁ ଏହି ମହାନ୍ ବିପ୍ଳବୀମାନେ ଖୁବ୍ କଷ୍ଟ କରିଥିଲେ। ଶେଷରେ ସ୍ବତନ୍ତ୍ର ଓଡ଼ିଶାର ଜନ୍ମ ହୋଇଥିଲା।

ଏହି ବୀରପୁତ୍ରମାନଙ୍କ ଉଦ୍ୟମରେ ପ୍ରଥମେ ୧୯0୩ ମସିହାରେ ଉତ୍କଳ ସମ୍ମିଳନୀ ଗଠନ ହୋଇଥିଲା । ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ ପାଇଁ ମୁଖ୍ୟ ବିପ୍ଳବ ଉତ୍କଳ ସମ୍ମିଳନୀ ଗଠନ ଦିନଠାରୁ ତିନି ଦଶନ୍ଧି ଧରି ଲାଗି ରହିଥିଲା । ବୀରପୁତ୍ରମାନଙ୍କର ତ୍ୟାଗ ଓ ପ୍ରଚେଷ୍ଠାରେ ପ୍ରଥମେ 6ଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ୱଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା । ୧୯୫0 ମସିହା ଜାନୁଆରୀ ମାସରେ ଓଡ଼ିଶାରେ ଆଉ ୭ଟି ଜିଲ୍ଲା ଯୋଡି ହୋଇ ମୋଟ ୧୩ଟି ଜିଲ୍ଲା ହୋଇଥିଲା । ଏହାପରେ ୧୯୯୨ ରେ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁର୍ନବିଭାଜନ କରି ୩0 ଜିଲ୍ଲାରେ ବିଭକ୍ତ କରାଯାଇଥିଲା । ପ୍ରତିବର୍ଷ ଉତ୍କଳ ଦିବସ ପାଳନ ଅବସରରେ ସ୍ୱତନ୍ତ୍ର ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଏ ।

Leave a Reply

Your email address will not be published. Required fields are marked *