Pratidin TV

Odisha's Digital News Platform

ସରିଲା ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ଭୋଟ…. ୭୩.୯୭ ପ୍ରତିଶତ ମତଦାନ

1 min read

ଗତକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହୋଇଛି । |ପ୍ରଥମ ପର୍ଯ୍ୟାୟରେ ମୋଟ ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ମତଦାନ ହୋଇଛି । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ରାତି ୧୦ଟା ୩୦ ସୁଦ୍ଧା ଓଡ଼ିଶାର ଭୋଟହାର ପରିମାଣ ଏହା ରହିଥିବା ଜଣାପଡ଼ିଛି।

ତେବେ ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, ନବରଙ୍ଗପୁର,କୋରାପୁଟ ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ଶାନ୍ତିଶୃଙ୍ଖଳାର ସହ ଭୋଟଗ୍ରହଣ ହୋଇଛି । ଓଡିଶାରେ ପ୍ରଥମ ପ୍ରର୍ଯ୍ୟାୟରେ ୭୩.୯୭% ମତଦାନ ହୋଇଛି। ସେହିପରି ଚତୁର୍ଥ ପର୍ଯ୍ୟାୟରେ ୧୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୯୬ଟି ଲୋକସଭା ଆସନ ପାଇଁ ହୋଇଛି ମତଦାନ। ପଶ୍ଚିମବଙ୍ଗରେ ସର୍ବାଧିକ ୭୮.୩୭% ଭୋଟ୍ ରହିଛି

Advertisement

ନିର୍ବାଚନ କମିଶନଙ୍କ ଆପ୍ ଅନୁସାରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ୬୧.୧୪%, କଳାହାଣ୍ଡିରେ ୬୮.୫୦%,କୋରାପୁଟରେ ୬୧.୪୩% ଓ ନବରଙ୍ଗପୁର ଲୋକସଭା ଆସନରେ ୬୮.୭୪% ମତଦାନ ହୋଇଛି । ସେହିପରି ବ୍ରହ୍ମପୁର ବିଧାନସଭା ଆସନରେ ୫୪.୧୪% ଭୋଟ ପଡ଼ିଥିବାବେଳେ ଭବାନୀପାଟଣାରେ ୬୨.୦୨%, ବିଷମକଟରେ ୬୭.୯୯%, ଛତ୍ରପୁରରେ ୫୪.୬୫%, ଚିକିଟିରେ ୬୦.୦୪%, ଚିତ୍ରକୋଣ୍ଡାରେ ୬୫.୦୧%, ଡାବୁଗାଁରେ ୭୧.୩୦%, ଦିଗପହଣ୍ଡିରେ ୬୨.୭୩%, ଗୁଣୁପୁରରେ ୫୭.୪୪%, ଜୟପୁରରେ୬୬.୫୮%, ଖଡ଼ିଆଳରେ ୭୨.୫୭%, ଜୋରାପୁଟରେ ୬୫.୬୭%, ଲକ୍ଷ୍ମୀପୁରରେ ୫୮.୬୬% ଓ ମାଲକାନଗିରି ବିଧାନସଭାରେ ୬୬.୬୦% ମତଦାନ ହୋଇଛି ।

Leave a Reply

Your email address will not be published. Required fields are marked *