Pratidin TV

Odisha's Digital News Platform

ୟୁଟ୍ୟୁବରେ ପାଠରୁ ଆଇଆଇଟି , ବିନା କୋଚିଂ ରେ ହେଲେ ଓଡିଶାର ନମ୍ବର ୱାନ ..

ଦୃଢ଼ ଇଚ୍ଛା ଶକ୍ତି କଠିନ ପରିଶ୍ରମ ଦିନୋ ଦିନେ ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇ ଥାଏ । ମଣିଷ ନିଜକୁ ପରିସ୍ଥିତିର ଦାସ ବୋଲି କହି ଭାଗ୍ୟକୁ ନିନ୍ଦୁଥିବା ବେଳେ । ଅନେକ ଜଣ ପ୍ରମାଣିତ କରିଛନ୍ତି ଯଦି କର୍ମ ଓ ଲକ୍ଷ ଦୃଢ଼ ହୋଇଥାଏ ତେବେ ଭାଗ୍ୟ ବି ସାଥ ଦିଏ । ଆଜି ସେହି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖେଇଛନ୍ତି ଦିଗରାଜ ପଣ୍ଡା । ଆଜି ଦିଗରାଜଙ୍କ ପାଇଁ ସାରା ଗ୍ରାମବାସୀ ଗର୍ବିତ । ପରିବାର ଲୋକେ ହେଉଛନ୍ତି ଖୁସିରେ ଆତ୍ମହରା ।

ନା କୋଚିଂ ନା ଅନ୍ୟ କିଛି କେବଳ ଦିନ ରାତି ଏକ କରି ପାଠ ପଢୁଥିଲେ ସେ ପୁଣି ୟୁଟ୍ୟୁବରେ । ଆଉ ୟୁଟ୍ୟୁବରୁ ପାଠ ପଢି ଆଇ ଆଇଟି ରେ କୃତକାର୍ଯ୍ୟ ହୋଇଛନ୍ତି । ଆମେ କହୁଛୁ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅରେଇ ପଞ୍ଚାୟତ ର ଦିଗରାଜ ପଣ୍ଡାଙ୍କ କଥା । ଦିଗରାଜ ସ୍ଥାନୀୟ ବରୁଣେଶ୍ୱର କଲେଜ ରୁ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଶେଷ କରିଲା ପରେ ନିଜ ଘରେ ବିନା କୌଣସି କୋଚିଙ୍ଗ ସେଣ୍ଟରକୁ ନ ଯାଇ ନିଜେ ପ୍ରସ୍ତୁତ ହେଉଥିଲେ ଆଇ ଆଇ ଟି ପାଇଁ । ୟୁଟୁବ ଏବଂ ଅନ୍ୟାନ୍ୟ ଆପ ରୁ ଅଧ୍ୟୟନ କରି ସେ ଏହି ସଫଳତା ହାସଲକରିଥିବା କହିଛନ୍ତି ଦିଗରାଜ । ଦିଗରାଜ ଙ୍କ ପିତା ଦେବେନ୍ଦ୍ର ପଣ୍ଡା ଶୈବ ପୀଠ ବରୁଣେଶ୍ୱରଙ୍କ ମନ୍ଦିରରେ ପୂଜକ ଭାବେ ପୂଜା କରି ପରିବାର ପୋଷଣ କରିଥାନ୍ତି ।ଦିଗରାଜଙ୍କ ଏହି ସଫଳତା ସ୍ଥାନୀୟ ଅଂଚଳ ରେ ଚର୍ଚ୍ଚା ପାଲଟି ଥିବା ବେଳେ ଯାଜପୁର ପାଇଁ ଗର୍ବ ଗୌରବ ଆଣି ଦେଇଛନ୍ତି । ଆଇ ଆଇ ଟି ରେ ସାରା ଭାରତ ରେ ୧୭ ନମ୍ବର ସ୍ଥାନରେ ଥିବା ବେଳେ ଓଡିଶା ରେ ୧ ନମ୍ବର ରେ ଅଛନ୍ତି ଦିଗରାଜ ପଣ୍ଡା ।

Leave a Reply

Your email address will not be published. Required fields are marked *