ଦୁଃଶାହସର ଦ୍ୱିତୀୟ ନା ସୌମ୍ୟଜିତ ; ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡ୍ରାଇଭର, ବଳୁଆ ପୋଲିସ କର୍ମୀଙ୍କୁ ଦେଉଁଛନ୍ତି ମାତ୍
1 min readକଟକ : ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡ୍ରାଇଭର କଟକ ର ସୌମ୍ୟଜିତ ରାୟ ରେକର୍ଡ଼ କରିବା ପାଇଁ ଚଳାଇଛନ୍ତି ପ୍ରୟାସ । ମହାନଦୀର ଗଭୀର ଜଳରାଶିରେ ଦେଖାଉଛନ୍ତି ସ୍କୁବା ଡ୍ରାଇଭ୍ ର କମାଲ । ସେ ବି ପୁଣି ଉତ୍ତର ପ୍ରଦେଶ ରୁ ଆସିଥିବା ବୀର ପୋଲିସ କର୍ମଚାରୀଙ୍କ ସହ । ବୀର ପୋଲିସ କର୍ମଚାରୀ ମାନେ ଯେମିତି ଦୋଉଡ଼ି ପକାଇ ଗଭୀର ଜଳରାଶିକୁ ଯାଉଛନ୍ତି । ଠିକ୍ ସମାନ ଢ଼ଙ୍ଗରେ କଟକର ଏହି ବାର ବର୍ଷର ଶିଶୁ ତାହା କରି ଦେଖାଉଛି । ଜେଜେ ବାପାଙ୍କ ର ଇଚ୍ଛା ଥିଲା ତାଙ୍କର ଦୁଇ ପୁଅକୁ ପୋଲିସ କିମ୍ବା ବୀର ଯବାନ କରିବାକୁ କିନ୍ତୁ ତାହା ପରବର୍ତ୍ତୀ ସମୟରେ ପାଲଟିଯାଇଥିଲା ପାଣିର ଗାର । ଆଉ ଏବେ ଜେଜେ ଙ୍କ ସ୍ବପ୍ନକୁ ସାକାର କରିବାକୁ ଯାଉଛି ନାତି ।
ବୟସ ବାର ବର୍ଷ । ଶିକ୍ଷାଗତ ଯୋଗ୍ୟତା ଷଷ୍ଠ ଶ୍ରେଣୀରେ । କିନ୍ତୁ କାର୍ଯ୍ୟ ଜଣେ ଦକ୍ଷ ଯୁବକ ଭଳି । ଇଏ ହେଉଛନ୍ତି କଟକ ର ସୌମ୍ୟଜିତ ରାୟ । କଟକ ସିଲଭର ସିଟି ବୋଟ୍ କ୍ଲବରେ ଥିବା ମହାନଦୀର ଗଭୀର ଜଳରାଶିରେ ଚଳାଇଛନ୍ତି ଦୁଃଶାସିକ ସ୍କୁବା ଡ୍ରାଇଭ୍ । କେବଳ ସେତିକି ନୁହେଁ ସୌମ୍ୟଜିତ ହେଉଛନ୍ତି ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡ୍ରାଇଭର । ପ୍ରଶିକ୍ଷଣ ନେଉଛନ୍ତି ଜଣେ ଅବସରପ୍ରାପ୍ତ ମାର୍କୋସ୍ କମାଣ୍ଡୋ ପିତବାସ ସାସ୍ମଲ୍ ଙ୍କଠୁ । ଏବେ ପିତବାସ ଙ୍କ ପାଖରେ ଉତ୍ତର ପ୍ରଦେଶ ପୋଲିସ ବିଭାଗରୁ କିଛି କର୍ମଚାରୀ ପ୍ରଶିକ୍ଷଣ ନେବାକୁ ଆସିଥିବା ବେଳେ ଏଥିରୁ ବାଦ୍ ପଡ଼ିନି କୁନି ଶିଶୁ ସୌମ୍ୟଜିତ । ମହାନଦୀର ଗଭୀର ନୀଳ ପାଣିକୁ ଦେଖିଲେ ସାଧାରଣ ଲୋକଟେ ଭୟଭୀତ ହେବା ସୁନିଶ୍ଚିନ୍ତ ।
କିନ୍ତୁ ବାର ବର୍ଷର ସୌମ୍ୟଜିତ ଙ୍କ ପାଇଁ ଏହା ଏକ ନିର୍ଭୟର ଖେଳ । ପ୍ରତିଟି ମିନିଟ୍ ରେ ପାଣିରେ ପାଖାପାଖି ଦଶଟି ବହୁ ମୂଲ୍ୟବାନ ଜୀବନହାନି ହୋଇଥାଏ ବୋଲି କହିଛନ୍ତି ମାର୍କୋସ୍ କମାଣ୍ଡୋ ପିତବାସ । ଅନ୍ୟପଟେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ଉଦ୍ଧାର କରିବାରେ ଆମ ରାଜ୍ୟ ହେଉଛି ପ୍ରଥମ । ଯଦି ସୌମ୍ୟଜିତ ଙ୍କ ଭଳି ଅନ୍ୟ ପିଲାମାନେ ସୁଇମିଂ ହେଉ ଅବା ସ୍କୁବା ଡ୍ରାଇଭ୍ ହେଉ ନିଜର ରୁଚି ବଳାନ୍ତି ତେବେ କେହି ବୁଡ଼ି ଯାଉଥିବା ବେଳେ ତା’ର ଜୀବନ ଏମାନେ ବଞ୍ଚାଇ ପାରନ୍ତେ ।
ବାପାଙ୍କ ସ୍ବପ୍ନ ଆମେ ଦୁଇ ଭାଇ ପୂରଣ କରି ପାରି ନଥିଲୁ । କିନ୍ତୁ ଏବେ ମୋ ପୁଅ ମୋ ବାପାଙ୍କ ର ସ୍ବପ୍ନକୁ ପୂରଣ କରି ଦେଖାଇବ ବୋଲି କହିଛନ୍ତି ସୌମ୍ୟଜିତ ଙ୍କ ବାପା ବିଶ୍ୱଜିତ୍ ରାୟ । ସମ୍ବଳ ନଥିଲେ ମଧ୍ୟ ପିଲାକୁ ସ୍କୁବା ଡ୍ରାଇଭ୍ ପ୍ରଶିକ୍ଷଣ ଦେବାରେ ବାପାର ବହୁତ୍ ଆଗ୍ରହ । ଆଉ ବାପାଙ୍କ ଏହି ଆଗ୍ରହ ଓ ସୌମ୍ୟଜିତ ର ଦୃଢ଼ ଇଚ୍ଛାଶକ୍ତି ଆଗରେ ହାରମାନିଛି ଅର୍ଥରାଶି । କଟକ ସିଲଭର ସିଟି ବୋଟ୍ କ୍ଲବରେ ଥିବା କଳିଙ୍ଗ ସ୍କୁବା ଡ୍ରାଇଭ୍ ର ନିର୍ଦ୍ଦେଶକ ସବୀର ବକ୍ସ ସୌମ୍ୟଜିତ ଙ୍କୁ ଦେଉଛନ୍ତି ମାଗଣା ପ୍ରଶିକ୍ଷଣ । ସୌମ୍ୟଜିତ ବି ବହୁତ୍ ତତ୍ପରତାର ସହିତ କୋଡ଼ିଏ ଦିନ ଭିତରେ ଶିଖି ଗଲେଣି ସ୍କୁବା ଡ୍ରାଇଭ୍ । ପ୍ରଶିକ୍ଷଣ ଦେଉଥିବା ଗୁରୁ ଦେଉଛନ୍ତି ବିଭିନ୍ନ ଟାକ୍ସ । ଗଭୀର ଜଳରାଶି ଭିତରକୁ ଯାଉଛ ନା ନାହିଁ ତା’ର ପ୍ରମାଣ ଦେଇଥାନ୍ତି ଗୁରୁଙ୍କୁ । ଯେମିତିକି ହାତରେ ତଳୁ ବାଲି ଆଣି ଦେଖାଉଛନ୍ତି କୁନି ବାଳକ ଜଣକ । ଗୁରୁ ବି ଜାଣିଲେ ୨୫ ଫୁଟ୍ ଗଭୀର ପାଣି ଭିତରକୁ ଯାଇ ଫେରିଛି ସୌମ୍ୟଜିତ । ଏପଟେ ସୌମ୍ୟଜିତ କହନ୍ତି ମୁ ବଡ଼ ହେଲେ ନାଭାଲ୍ ଅଫିସର ହେବି । ଆଉ ଦେଶ ପାଇଁ ଅଲମ୍ପିକ୍ସରେ ମେଡାଲ ବି ଆଣିବି । ନିଜର ଦୃଢ଼ ଇଚ୍ଛାଶକ୍ତି ଆଗରେ ହାରମାନେ ପ୍ରତିବନ୍ଧକ । ଯାହାର ଜ୍ୱଳନ୍ତ ଉଦାହରଣ ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡ୍ରାଇଭର କଟକ ର ସୌମ୍ୟଜିତ ରାୟ ।