Pratidin TV

Odisha's Digital News Platform

ସମସ୍ତଙ୍କ ନିବେଦନ ପରେ ବି Ofdc ବୈଠକକୁ ଆସିଲେନି ମନୋଜ ମିଶ୍ର, ଜାଣିଶୁଣି ବ୍ୟାଡ ବଏ ହେଉଛନ୍ତି ମନୋଜ!

1 min read

ମନୋଜ ମିଶ୍ରଙ୍କ ଅନୁପସ୍ଥିତି ବିଗାଡି ଦେଲା ବୈଠକ । ଯାହାଫଳରେ ତୁଟିଲା ନାହିଁ ମନୋଜ୍ ମିଶ୍ରଙ୍କ ବ୍ୟାନ୍ ବିବାଦ । Ofdc ସହିତ ପ୍ରଯୋଜକ ସଂଘ ଓ କଳାକାରଙ୍କ ପକ୍ଷରୁ ମନୋଜଙ୍କୁ ବ୍ୟାନ ଉଠାଇବା ନେଇ ମିଳିଥିଲା ଗ୍ରିନ୍ ସିଗ୍ନାଲ । ହେଲେ ସବୁକିଛି ଭଣ୍ଡୁର କରିଦେଲା ଅଭିନେତାଙ୍କ ଅନୁପସ୍ଥିତି । ଓଡ଼ିଆ ଫିଲ୍ମ ର ଉନ୍ନତି ପାଇଁ ଆପୋଷ ଆଲୋଚନା ପାଇଁ ମନୋଜ୍ ମିଶ୍ର ଙ୍କୁ କରାଯାଇଥିଲା ନିବେଦନ । ମନୋଜ ମିଶ୍ର ଙ୍କ ବ୍ୟାନ ପ୍ରସଙ୍ଗରେ ଓଡ଼ିଶା ଚଳଚ୍ଚିତ୍ର ନିଗମ କାର୍ଯ୍ୟାଳୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । Ofdc ଅଧକ୍ଷ କୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତା ରେ ବସିଥିବା ଏହି ବୈଠକରେ ଅଭିନେତା ଅରିନ୍ଦମ ରାୟ, ଶ୍ରୀତମ ଦାସ , ପ୍ରଯୋଜକ ଟୁଟୁ ନାୟକଙ୍କ ସମେତ ଅନ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ରହିଥିଲେ । ହେଲେ ଏହି ବୈଠକରେ ମନୋଜ ମିଶ୍ରଙ୍କୁ ମଧ୍ୟ ଡକାଯାଇଥିଲେ ସୁଦ୍ଧା ସେ ଆସିନଥିଲେ । ଏମିତି କି ବୈଠକ ସମୟରେ ତାଙ୍କୁ ବାରମ୍ବାର ଫୋନମଧ୍ୟ କରାଯାଇଥିଲା ।

https://www.pratidintv.com/ofdc-meeting-held-to-resolve-manoj-mishra-boycott-dispute/

ଯାହାର ଜବାବ ସେ ରଖି ନଥିଲେ । କିଛି ଘଣ୍ଟାର ବୈଠକ ପରେ ମନୋଜ୍ ଙ୍କ ଅନୁପସ୍ଥିତିରେ ଯୋଗୁ ସବୁ କିଛି ଭଣ୍ଡୁର ହୋଇଯାଇଥିଲା । ସକାରାତ୍ମକ ଆଲୋଚନା ହୋଇଛି କିନ୍ତୁ ବାରମ୍ବାର ଫୋନ୍ କରିବା ସତ୍ତ୍ୱେ ମଧ୍ୟ ମନୋଜ ନ ଆସିବାରୁ ଆଜି କୌଣସି ନିଷ୍କର୍ସ ବାହାରି ପରିଲାନାହିଁ । ଏବେ ମନୋଜ୍ ଙ୍କ କୋର୍ଟ ରେ ବଲ୍ ରହିଛି । ତେବେ ସୋସିଆଲ ମିଡିଆରେ ମନୋଜ କୁନା ତ୍ରିପାଠୀ ଙ୍କ ଯୋଗୁଁ ତାଙ୍କ ଫିଲ୍ମ ଅଟକିବା କଥା କହିଥିଲେ । ଯାହାକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି ଓଡ଼ିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରୀପାଠୀ । ଆଲୋଚନା ପାଇଁ ଆସିଥିବା ପ୍ରଯୋଜକ ଟୁଟୁ ନାୟକ ମନୋଜ ମିଶ୍ରଙ୍କ ଉପରୁ ବ୍ୟାନ୍ ହଟାଇ ଦେବା ନେଇ ସୂଚନା ଦେଇଥିଲେ । ହେଲେ ମନୋଜ୍ ନ ଆସିବା କୁ ନେଇ ରାଗିଯାଇଛନ୍ତି ଟୁଟୁ । ସେ କହିଥିଲେ ମନୋଜ ପ୍ରଥମେ ନିଜ ପରିବାରର କଳହ ସମାଧାନ କରନ୍ତୁ । ପୁଣି କହିଛନ୍ତି ଯେ ତୁମ ଫିଲ୍ମ ଭଲ ନ ଲାଗିଥିଲେ ସୁଦ୍ଧା ମୁଁ ମିଛ ପ୍ରଶଂସା କରିଥିଲି ।

ଅଧିକ ପଢନ୍ତୁ https://www.pratidintv.com/ofdc-chairman-talked-with-actor-manoj-mishra-to-solve-ollywood-problem/
ଅନ୍ୟପଟେ ଫିଲ୍ମ ରାମକୁ ବ୍ୟାନ କରିବାକୁ ଯେଉଁଭଳି ଚେଷ୍ଟା ହୋଇଥିଲା ସେଥିପାଇଁ ମୁଁ ପ୍ରଯୋଜକ ସଂଘ ପାଖକୁ ଯାଇ ଏକ ଅଭିଯୋଗ କରିଥିଲି । ସେମାନେ ତା ପରେ ମନୋଜ ମିଶ୍ର ଉପରେ ବ୍ୟାନ ଲଗାଇଥିଲେ ବୋଲି କହିଛନ୍ତି ଅଭିନେତା ଅରିନ୍ଦମ ରାୟ । ହେଲେ ତା ପରେ ବହୁ ଚେଷ୍ଟା କରିଛି ମନୋଜ ମିଶ୍ରଙ୍କ ସହ ଯୋଗାଯୋଗ କରି ସମାଧାନ ପାଇଁ ହେଲେ ଆଜି ଆମେ ସମସ୍ତେ ଆସିଲୁ ଆଉ ତାଙ୍କ ଉପରୁ ବ୍ୟାନ ଉଠାଇବାକୁ ବି ରାଜି ହେଲୁ ହେଲେ ଶେଷରେ ଆଜି ବି ଏଠାକୁ ଆସିଲେ ନାହିଁ ମନୋଜ ମିଶ୍ର ।
ସେହିପରି ବୈଠକରେ ଯୋଗ ଦେଇଥିବା ରାଜ୍ୟ ସିନେ କଳାକାର ସଂଘ ସମ୍ପାଦକ ଶ୍ରୀତମ ଦାସ କହିଛନ୍ତି ପ୍ରଯୋଜକ ସଂଘ ପକ୍ଷ ରୁ ଆଜି ଏଠାରେ ଉପସ୍ଥିତ ଥିବା ସଦସ୍ୟ ରାଜି ହୋଇଛନ୍ତି ମନୋଜ ମିଶ୍ରଙ୍କ ଉପରୁ ବ୍ୟାନ୍ ହଟାଇବା ପାଇଁ ହେଲେ ମନୋଜ୍ ଆସିଥିଲେ ସବୁ କିଛି ସମାଧାନ ହୋଇ ପାରି ଥାଆନ୍ତା । ଦିନକୁ ଦିନ ମନୋଜ୍ ମିଶ୍ର ଙ୍କ ବ୍ୟାନ ପ୍ରସଙ୍ଗ ଅଡ଼ୁଆ ସୂତା ଭଳି ଛନ୍ଦି ହେବାରେ ଲାଗିଥିବା ବେଳେ ଏହାର ପ୍ରଭାବରେ ବଳି ପଡ଼ିବାରେ ଲାଗିଛି ଓଡ଼ିଆ ସିନେମା ।

Leave a Reply

Your email address will not be published. Required fields are marked *