ନବୀନଙ୍କ ପଛରେ ରହି ମୁଖ୍ୟମନ୍ତ୍ରୀ ଗାଦି ହାତେଇଲେ ମୋହନ ମାଝୀ
1 min readଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ବରିଷ୍ଠ ବିଜେପି ନେତା ମୋହନ ମାଝୀ। ସେ ବିଜେପି ବିଧାୟକ ଦଳ ନେତା ଭାବେ ଚୟନ ହୋଇଛନ୍ତି। ଆଉ ଆଜି ସପଥ ନେବେ ।
ଆଜିଠୁ ନବୀନଙ୍କ ଗାଦିରେ ବସିବେ ମୋହନ ମାଝୀ । ଦୀର୍ଘ ୨୫ ବର୍ଷରୁ ନବୀନଙ୍କ ପଛରେ ରହି ଗାଦି ହାତେଇନେଇଛନ୍ତି ମୋହନ । ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୋହନ ମାଝୀଙ୍କ ସର୍ମ୍ପକ ଖୁବ୍ ପୁରୁଣା । ନବୀନଙ୍କୁ ନିଜ ଗୁରୁ ମାନି ଅନୁପ୍ରାଣିତ ହୋଇଥିଲେ ମୋହନ । ଆଉ ଆଜି ସେହି ଗୁରୁଙ୍କ ଗାଦିରେ ବସିବେ ଶିଷ୍ୟ । ୧୯୯୨ ମସିହାରେ କେନ୍ଦୁଝର ସଦର ବ୍ଲକ ରାୟକଳା ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିଜର ରାଜନୈତିକ ଜୀବନି ଆରମ୍ଭ କରିଥିଲେ ମୋହନ ମାଝୀ । ଯେଉଁ ସମୟରେ ବିଜୁ ବାବୁଙ୍କ ରାଜୁତି ଚାଲୁଥିଲା । ସେହି ସମୟରୁ ହିଁ ମୋହନ ବିଜୁ ବାବୁଙ୍କୁ ନିଜ ଆଦର୍ଶ ମାନି ନେଇଥିଲେ । ଆଉ ରାଜନିତିରେ ପ୍ରବେଶ କରିଥିଲେ । କିନ୍ତୁ ସେ ସମୟରେ ରାଜନୀତି କ୍ୟାରିୟରରେ ତାଙ୍କ ହାର ହୋଇଥିଲା । ଏହା ପରେ ସେ ଝୁମ୍ପୁରା ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିରରେ ଶିକ୍ଷକତା କରିଥିଲେ । ୧୯୯୭ ମସିହାରେ ସେ ପୁଣି ରାୟକଳା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ ଆଉ ଜିତିଥିଲେ ମଧ୍ୟ । ପରେ ପରେ ସେ ବିଜେପିରେ ଯୋଗ ଦେଇ ବିଧାୟକ ପଦରୁ ଲଢିଥିଲେ । ଆଉ ୨୦୦୦ ମସିହାରେ ସେ ନିର୍ବାଚିତ ହୋଇ ବିଧାନ ସଭାକୁ ଆସିଥିଲେ ।