Pratidin TV

Odisha's Digital News Platform

(ଭିଡିଓ) ସାଇକେଲ ଚଳାଇ ଯାଉଥିଲେ ପଛରୁ ଚଢିଗଲା ତେଲ ଟ୍ୟାଙ୍କର, ଆଖିବୁଜିଲେ ଚାଳକ

ପାରାଦୀପ: ପ୍ରତିଦିନ ଭଳି ନିଜ କର୍ମକ୍ଷେତ୍ରକୁ ବାହାରିଥିଲେ ମିସ୍ତ୍ରୀ । ଦି ପଇସା ରୋଜଗାର କରିବା ଆଶାରେ ସାଇକଲ ଧରି ଘରୁ ବାହାରି ଯାଇଥିଲେ । ହେଲେ କିଏ ଜାଣିଥିଲା ଏହା ତାଙ୍କ ଜୀବନର ଶେଷ ଦିନ ହେବ । ଆଉ ଅଧବାଟରେ ଯମ ରୂପରେ ଜଗି ବସିଥିବ ଟ୍ୟାଙ୍କର । ସାଇକେଲ ଧରି ପାରାଦ୍ୱୀପ ଚଣ୍ଡିଖୋଲ ମୁଖ୍ୟ ରାସ୍ତାକୁ ଯାଉଥିବା ବେଳେ ଚଢ଼ିଗଲା ତେଲ ଟ୍ୟାଙ୍କର । ଆଉ ଘଟଣା ସ୍ଥଳରେ ଆଖି ବୁଝିଦେଲେ ସାଇକେଲ ଚାଳକ । କୁଜଙ୍ଗ ବ୍ଲକ ଅନ୍ତର୍ଗତ ବିଶ୍ୱାଳି ଗଡା ନିକଟରେ ଘଟିଲା ମର୍ମନ୍ତୁଦ ସଡକ ଦୂର୍ଘଟଣା । ମୃତକ ଜଣକ ହେଲେ ସୁନାକାର ସିଂ । ସେ ଲକ୍ ଥାନା ଅନ୍ତର୍ଗତ ବିଶ୍ୱାଳି ଗ୍ରାମ ତ୍ରିନାଥ ପଡ଼ାର ବାସିନ୍ଦା ଅଟନ୍ତି । ସେ ମିସ୍ତ୍ରୀ ଭାବେ କାମ କରୁଥିଲେ । କାମ ପାଇଁ ବାହାରିଥିଲେ ସୁନାକାର ହେଲେ ରାସ୍ତାରେ ଜଗିବସିଥିଲା କାଳ । ସାଇକେଲ ଉପରେ ମାଡ଼ିଗଲା ତେଲ ଟ୍ୟାଙ୍କର । ଏନେଇ ଘଟଣା ସ୍ଥଳରେ ଲକ୍ ଥାନା ପୋଲିସ ପହଞ୍ଚି ଟ୍ୟାଙ୍କର ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖିଛି ।

ସୂଚନା ମୁତାବକ, ସେପ୍ଟେମ୍ବର୨୯ ତାରିଖ ସକାଳ ସମୟରେ ସୁନାକର ସିଂ ମିସ୍ତ୍ରୀ କାମ ପାଇଁ ସାଇକେଲ ଯୋଗେ ଯାଉଥିବା ବେଳେ ବିଶ୍ୱାଳି ଗଡା ନିକଟରେ ପଛପଟୁ ଏକ ତେଲ ଟ୍ୟାଙ୍କର ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରୁ ସୁନାକର ସିଂ ଗୁରୁତର ଅବସ୍ଥାରେ ପଡିଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ପରେ ଅଠରବାଙ୍କି ଡାକ୍ତର ଖାନାକୁ ଆଣିଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *