Pratidin TV

Odisha's Digital News Platform

ଏହି ତାରିଖରୁ ଆରମ୍ଭ ହେବ OJEE ପରୀକ୍ଷା: ଆବେଦନ ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ

1 min read

ଭୁବନେଶ୍ୱର : ଆସନ୍ତା ୪ ତାରିଖରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ଅନୁଷ୍ଠିତ ହେବ । ଯାହା ୮ ତାରିଖରେ ସରିବ । ୭ ତାରିଖରେ ଗୋଟିଏ ସିଟିଂ ପରୀକ୍ଷା ହେବାକୁ ଥିବା ବେଳେ ଅନ୍ୟ ସମସ୍ତ ଦିନ ୩ଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂ ସକାଳ ୯ରୁ ୧୧, ଦ୍ୱିତୀୟ ସିଟିଂ ୧୨ଟା୩୦ରୁ ୨ଟା୩୦ ଓ ତୃତୀୟ ସିଟିଂ ଅପରାହ୍ନ ୪ଟାରୁ ୬ଟା ପର୍ୟ୍ୟନ୍ତ ହେବ । ତେବେ ପ୍ରଥମ ଦିନ ୩ଟି ଯାକ ସିଟିଂରେ ଲାଟେରାଲ୍‌ ଏଣ୍ଟ୍ରି(ଡିପ୍ଲୋମା) ପରୀକ୍ଷା ହେବ ।

ସେହିପରି ଜୁଲାଇ ୫ ତାରିଖ ପ୍ରଥମ ଓ ଦ୍ୱିତୀୟ ସିଟିଂରେ ଏମସିଏ ଓ ଏମଏସସି କମ୍ପ୍ୟୁଟର୍‌ ସାଇନ୍ସ୍‌ ପରୀକ୍ଷା ତଥା ତୃତୀୟ ସିଟିଂରେ ଏମଟେକ୍‌, ଏମ୍‌ଆର୍କ, ଏମଫାର୍ମ ଓ ବି କ୍ୟାଟ୍‌ ପରୀକ୍ଷା ହେବ । ୬ ତାରିଖ ପ୍ରଥମ ଓ ଦ୍ୱିତୀୟ ସିଟିଂରେ ଏମବିଏ ଏବଂ ତୃତୀୟ ସିଟିଂରେ ଲାଟେରାଲ୍‌ ଏଣ୍ଟ୍ରି ଫାର୍ମ, ଲାଟେରାଲ୍‌ ଏଣ୍ଟ୍ରି ଟେକ୍‌ (ବିଏସସି) ଓ ବି କ୍ୟାଟ୍‌( ଫିଲ୍ଡ ଏଡିଟିଂ ପରୀକ୍ଷା ହେବ ।

୭ ତାରିଖରେ କେବଳ ପ୍ରଥମ ସିଟିଂରେ ଇଣ୍ଟ୍ରିଗେଟେଡ୍‌ ଏମବିଏ ଓ ଲାଟେରାଲ୍‌ ଏଣ୍ଟ୍ରି ଟେକ୍‌(ଡିପ୍ଲୋମା) ଓ ୮ ତାରିଖ ୩ଟି ଯାକ ସିଟିଂରେ ବି ଫାର୍ମ ପରୀକ୍ଷା ହେବ ବୋଲି ଓଜେଇଇ ଅଧ୍ୟକ୍ଷ ପ୍ରଫେସର ସୁଦିପ କୁମାର ଚାନ୍ଦ ସୂଚନା ଦେଇଛନ୍ତି । ଆବେଦନ ପାଇଁ ଏହି ଲିଙ୍କରେ https://ojee.nic.in/ojeecms/Page/Page?PageId=1&LangId=P କ୍ଲିକ୍ କରନ୍ତୁ ।

Leave a Reply

Your email address will not be published. Required fields are marked *