Pratidin TV

Odisha's Digital News Platform

OLA କ୍ୟାବରେ ବନ୍ଦ ହେଲା ଗୁଗୁଲ ମ୍ୟାପ୍…ଆରମ୍ଭ କଲା ନିଜ ସ୍ୱତନ୍ତ୍ର ଆପ

1 min read

ଦେଶରେ ବହୁ ପ୍ରଚଳିତ କ୍ୟାବ କମ୍ପାନୀ OLA ଏକ ବଡ ନେଇଛି | ବର୍ତ୍ତମାନ OLA ବ୍ୟବହାର କଲାବେଳେ ଆଉ ଗୁଗୁଲ ମ୍ୟାପ ବ୍ୟବହାର କରିବାକୁ ପଡିବ ନାହିଁ | ତେବେ OLA କ୍ୟାବ ଏଗ୍ରିଗେଟର ପ୍ରତିଷ୍ଠାତା ଭବିଶ ଅଗ୍ରୱାଲ ସୋସିଆଲ ମିଡ଼ିଆ ନେଟୱାର୍କିଂ ସାଇଟ ମାଧ୍ୟମରେ ନିଜର ଘରୋଇ ସ୍ୱତନ୍ତ୍ର OLA ମ୍ୟାପର ଶୁଭାରମ୍ଭ ଘୋଷଣା କରିଛନ୍ତି |

ଭବିଶ ଅଗ୍ରୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି ଯେ କଠିନ ପରିଶ୍ରମ ପରେ ଆମେ OLA ମ୍ୟାପ୍ସକୁ ସମ୍ପୂର୍ଣ୍ଣ ରୂପେ ବିକଶିତ କରିଛୁ। ଏହା ଏକ ସଂପୂର୍ଣ୍ଣ ସ୍ୱଦେଶୀ ବିକଶିତ ସେବା | ଏହା ସହିତ ଆମେ ଗୁଗୁଲ୍ ମ୍ୟାପ୍ ସେବାଗୁଡିକର ବ୍ୟବହାର ବନ୍ଦ କରୁଛୁ | ଆମେ ପ୍ରତିବର୍ଷ ଗୁଗୁଲ୍ ମ୍ୟାପ୍ସକୁ ପ୍ରାୟ ୧00 କୋଟି ଟଙ୍କା ଦେଇଥାଉ | ବର୍ତ୍ତମାନ ଏହି ଖର୍ଚ୍ଚ ଶୂନ୍ୟ ହୋଇଯିବ | ଆମର ଡ୍ରାଇଭରମାନେ ବର୍ତ୍ତମାନ ଗୁଗୁଲ୍ ମ୍ୟାପ୍ ବଦଳରେ OLA ମ୍ୟାପ୍ ବ୍ୟବହାର କରିବେ |

ନିକଟରେ OLA ଏହାର ଆଇଟି କାର୍ଯ୍ୟଭାରକୁ ମାଇକ୍ରୋସଫ୍ଟର ଆଜୁର କୃତିମ କ୍ଲାଉଡକୁ ସ୍ଥାନାନ୍ତର କରିଛି । ଏହା ହେବା ପରେ ଓଲା ବଡ ନିଷ୍ପତି ନେଇଛି । ଓଲା କମ୍ପାନୀ ତାଙ୍କ ମ୍ୟାପରେ ଷ୍ଟ୍ରିଟ୍ ଭିଉ, ଇଣ୍ଡୋର ଇମେଜ୍, ୩ଡି ମ୍ୟାପ୍, ଡ୍ରୋନ ମ୍ୟାପ ଭଳି ବିଭିନ୍ନ ସୁବିଧା ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରୁଛି । ଅଗ୍ରୱାଲ କହିଛନ୍ତି ଯେ, ପାର୍ଟନର ଫାର୍ମ କୃତ୍ରିମ ଏଆଇ ଦ୍ୱାରା ପ୍ରଦାନ କରାଯାଇଥିବା କ୍ଲାଉଡ୍ ସେବାରେ ଓଲା ମ୍ୟାପ୍ ପାଇଁ ଆପ୍ଲିକେସନ୍ ପ୍ରୋଗ୍ରାମିଂ ଇଣ୍ଟରଫେସ୍ ମଧ୍ୟ ରହିବ ।

Leave a Reply

Your email address will not be published. Required fields are marked *