Pratidin TV

Odisha's Digital News Platform

୨୦୦ କର୍ମଚାରୀଙ୍କୁ କମ୍ପାନୀରୁ ବିଦାକଲ ‘OLA’

ନୂଆଦିଲ୍ଲୀ : ଓଲାରୁ ୨୦୦ କର୍ମଚାରୀ ଛଟେଇ । ଦେଶ ତଥା ବିଶ୍ୱର ଅନେକ କମ୍ପାନୀ ବହୁ ସଂଖ୍ୟକ ଲୋକଙ୍କୁ ଚାକିରୀରୁ ବାହାର କରିବାରେ ନିୟୋଜିତ ଅଛନ୍ତି । ଟ୍ୱିଟର, ମେଟା, ଆମାଜନ ପରେ ବର୍ତମାନ କିଛି ଭାରତୀୟ କମ୍ପାନୀ ମଧ୍ୟ କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛନ୍ତି ।

ଦେଶର ରାଇଡ୍ ହେଲିଂ କମ୍ପାନୀ ଓଲା କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛି । ଦେଶର ପ୍ରମୁଖ କ୍ୟାବ୍ ଏଗ୍ରିଗେଟର କମ୍ପାନୀ ଓଲା ଶୁକ୍ରବାର ତା’ର ୨୦୦ କର୍ମଚାରୀଙ୍କୁ ଛଟେଇ କରିଥିବା ଜଣାପଡ଼ିଛି । ଏପରିକି ଓଲାର ଟେକ୍, ପ୍ରଡକ୍ଟ ଓ ଇଞ୍ଜିନିୟରିଂ ବିଭାଗର କର୍ମଚାରୀମାନଙ୍କୁ କମ୍ପାନୀ ଛଟେଇ କରାଯାଇଥିବା ସୂଚନା ମିଳିଛି । ବିଶେଷକରି କମ୍ପାନୀର ବିଭିନ୍ନ ସବ୍ସିଡିଆରି ଯଥା ଓଲା କ୍ୟାବ୍ସ, ଓଲା ଇଲେକ୍ଟ୍ରିକ ଓ ଓଲା ଫାଇନାନ୍ସିଆଲ ସର୍ଭିସେସ୍ରୁ ମଧ୍ୟ କର୍ମଚାରୀମାନଙ୍କୁ ଛଟେଇ କରାଯାଇପାରେ ବୋଲି କମ୍ପାନୀ ଯୋଜନା କରୁଛି । ସେହିଭଳି ଆର୍ଥିକ ମାନ୍ଦାବସ୍ଥା କାରଣରୁ କର୍ମଚାରୀଙ୍କୁ ଛଟେଇ କରୁଥିବା ଖବରକୁ କମ୍ପାନୀ ପକ୍ଷରୁ ଅସ୍ୱୀକାର କରାଯାଇଛି । ଏପରିକି ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଅନୁସାରେ କମ୍ପାନୀ ପକ୍ଷରୁ ନିୟମିତ ଭାବେ କରାଯାଉଥିବା କମ୍ପାନୀ ପୁନର୍ଗଠନ ପ୍ରକ୍ରିୟାର ଏକ ଅଂଶସ୍ୱରୂପ ଭାବେ ଏସବୁ ଛଟେଇ କରାଯାଉଛି ବୋଲି ଓଲା ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *