Pratidin TV

Odisha's Digital News Platform

ମହାକାଶରୁ ଆସିଲା ଭଲ ଖବର, ସୂର୍ଯ୍ୟଙ୍କ ନିକଟର ହେଉଛି ଆଦିତ୍ୟ ଏଲ୧,ପହଞ୍ଚି ବାକୁ ଆଉ ରହିଲା କିଛି ବାଟ..

1 min read

ଚନ୍ଦ୍ରଯାନ୩ ର ସଫଳତା ପରେ ପୁଣି ଇସ୍ରୋକୁ ମିଳିବାକୁ ଯାଉଛି ଆଉ ଏକ ସଫଳତା । ଖୁବଶୀଘ୍ର ସୂର୍ଯ୍ୟରେ ପହଞ୍ଚିବ ଆଦିତ୍ୟ ଏଲ୧ । ଯାହାର ସୂଚନା ଦେଇଛନ୍ତି ଇସ୍ରୋର ମୁଖ୍ୟ । ୨୦୨୪ ପ୍ରାରମ୍ଭରେ ଏହି ଖୁସି ଭାରତକୁ ମିଳିବାକୁ ଯାଉଛି ୍ଟଶଥିସହ ବର୍ଷ ଆରମ୍ଭରୁ ଭାରତ ନାଁରେ ଲେଖା ହେବ ଆଉ ଏକ ଇତିହାସ ଫର୍ଦ୍ଦ । ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନର ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି ଯେ ସୂର୍ଯ୍ୟଙ୍କ ଅଧ୍ୟୟନ ପାଇଁ ଭାରତର ପ୍ରଥମ ମହାକାଶ ଅଭିଯାନ ଅଧୀନରେ ଆରମ୍ଭ ହୋଇଥିବା ‘ଆଦିତ୍ୟ- ଏଲ୧’ ମହାକାଶଯାନ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଏଲ୧ ପଏଣ୍ଟରେ ପ୍ରବେଶ କରିବାର ପ୍ରକ୍ରିୟା ଜାନୁଆରୀ ୭, ୨୦୨୪ ଶେଷ ହେବାକୁ ଯାଉଛି ବୋଲି ଆଶା କରାଯାଉଛି । ସାଉଣ୍ଡ ରକେଟ୍ ଉତକ୍ଷେପଣର ୬୦ ତମ ବର୍ଷକୁ ସ୍ମରଣୀୟ କରିବା ପାଇଁ ବିକ୍ରମ ସାରବାଇ ସ୍ପେସ୍ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଇସ୍ରୋର ମୁଖ୍ୟ କହିଛନ୍ତି ଯେ ‘ଆଦିତ୍ୟ ରାସ୍ତାରେ ଅଛନ୍ତି । ମୁଁ ଭାବୁଛି ଏହା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ଇସ୍ରୋ ମୁଖ୍ୟ ସୋମନାଥ କହିଛନ୍ତି ଯେ ମହାକାଶଯାନକୁ ଏଲ୧ ପଏଣ୍ଟରେ ପ୍ରବେଶ ପାଇଁ ଅନ୍ତିମ ପ୍ରସ୍ତୁତି କ୍ରମାଗତ ଭାବେ ଅଗ୍ରଗତି କରୁଛି । ସେପ୍େଟମ୍ବର ୨ ରେ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଆଦିତ୍ୟ ଏଲ୧ ସଫଳତାର ସହ ଲଞ୍ଚ କରାଯାଇଥିଲା । ଇସ୍ରୋ ଅନୁଯାୟୀ, ସୂର୍ଯ୍ୟଙ୍କ ଅଧ୍ୟୟନ ପାଇଁ ‘ଆଦିତ୍ୟ- ଏଲ୧’ ହେଉଛି ପ୍ରଥମ ସ୍ପେସ୍ ଆଧାରିତ ପର୍ଯ୍ୟବେକ୍ଷଣକାରୀ । ୧୨୫ ଦିନ ମଧ୍ୟରେ ପୃଥିବୀଠାରୁ ୧.୫ ମିଲିୟନ୍ କିଲୋମିଟର ଯାତ୍ରା କରିବା ପରେ ଏହି ମହାକାଶଯାନକୁ ଲାଗ୍ରାଙ୍ଗିଆନ୍ ପଏଣ୍ଟ ‘ଏଲ୧’ ଚାରିପାଖରେ ଏକ ହାଲୋ କକ୍ଷପଥରେ ରଖାଯିବ ।

‘ଏଲ୧’ ବିନ୍ଦୁ ସୂର୍ଯ୍ୟଙ୍କ ନିକଟତମ ବୋଲି ବିବେଚନା କରାଯାଏ । ‘ଆଦିତ୍ୟ ଏଲ୧’ ସୂର୍ଯ୍ୟଙ୍କ ରହସ୍ୟ ଜାଣିବା ପାଇଁ ବିଭିନ୍ନ ପ୍ରକାରର ବୈଜ୍ଞାନିକ ଅଧ୍ୟୟନ କରିବ ଏବଂ ବିଶ୍ଳେଷଣ ପାଇଁ ଏହାର ଚିତ୍ରଗୁଡ଼ିକୁ ପୃଥିବୀକୁ ପଠାଇବ । ଆଦିତ୍ୟ ଏଲ୧ ସୂର୍ଯ୍ୟ ପୃଷ୍ଠକୁ ଅଧ୍ୟୟନ କରିବ । ସୂର୍ଯ୍ୟଙ୍କ ଫଟୋଗ୍ରାଫି ଉପରେ ଥିବା ସ୍ତରକୁ କ୍ରୋମୋସଫର ଏବଂ ସୂର୍ଯ୍ୟର ବାୟୁମଣ୍ଡଳର ବାହ୍ୟ ଅଂଶକୁ କରୋନା କୁହାଯାଏ ।

Advertisement

Leave a Reply

Your email address will not be published. Required fields are marked *