ବାପା ମା କଥା ନ ଶୁଣି ବିବାହ କଲେ….ବର୍ତ୍ତମାନ ୧୨୪ କୋଟିର ମାଲିକାଣୀ ହେଲେ ଏହି ଅଭିନେତ୍ରୀ
1 min readଅଭନେତ୍ରୀ ରାଜନେତାଙ୍କୁ ବିବାହ କରିବା ନୂଆ କଥା ନୁହେଁ | ବଲିଉଡରୁ ଆରମ୍ଭ କରି ଟଲିଉଡ଼ ଯାଏଁ ସବୁ ଆଡେ ଦେଖିବାକୁ ମିଳେ ଅଭିନେତ୍ରୀଙ୍କୁ ରାଜନେତା ବିବାହ | କିନ୍ତୁ ଏପରି ଏକ ଅଭିନେତ୍ରୀ ଅଛନ୍ତି ଯିଏ ମୁଖ୍ୟମନ୍ତ୍ରୀଙ୍କ ହୋଇଥିଲେ ଦ୍ୱିତୀୟ ସ୍ତ୍ରୀ | ପରିବାର ବିରୋଧରେ ଯାଇ କରିଥିଲେ ବିବାହ | ୨୦ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ବିବାହ କରିଥିବା ଆଉ କେହି ନୁହେଁ ଅଭିନେତ୍ରୀ ରାଧିକା କୁମାରସ୍ବାମୀ | ତେବେ ଅଭିନୟରେ ଫ୍ଲପ ହୋଇ ପ୍ରେମରେ ସକ୍ସେସ ପାଇଥିବା ରାଧିକା ବର୍ତ୍ତମାନ ୧୨୪ କୋଟିର ମାଲିକାଣୀ ହୋଇଥିବା ବେଳେ ତାଙ୍କ ସ୍ୱାମୀ ୪୪ କୋଟିର ମାଲିକ |
ଏହି ବିବାହର ଖାସ କଥା ହେଉଛି, ସେମାନେ ଦୁହେଁ ଗୁପ୍ତ ଭାବେ ବିବାହ କରିଥିଲେ | ଏହି ବିବାହର ଖବର ଦୀର୍ଘ ୪ ବର୍ଷ ପରେ ହୋଇଥିଲା ଖୁଲାସ | ଅଭିନୟରେ ଫେଲ ହୋଇଥିବା ଏହି ନାୟିକା ବର୍ତମାନ କୋଟି କୋଟି ସମ୍ପତ୍ତିର ମାଲିକାଣୀ | ତେବେ ତାଙ୍କ ସମ୍ପତି ତାଙ୍କ ସ୍ୱାମୀଙ୍କ ଠାରୁ ମଧ୍ୟ ୩ ଗୁଣ ଅଧିକ |
ତେବେ କନ୍ନଡ଼ ଓ ତେଲଗୁ ଜଗତର ରାଧିକା ୨୦୦୬ରେ ନେଇଥିଲେ କେରେ ବଡ ନିଷ୍ପତି | ଯାହା ତାଙ୍କ ଫ୍ୟାନ୍ସଙ୍କୁ ଦେଇଥିଲା ବଡ ଝଟକା | ସେ ଗୁପ୍ତ ଭାବରେ ଜେଡିଏସ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବିବାହ କରିଥିଲେ | ପ୍ରଶଂସକଙ୍କ ବଡ ଝଟକା ଦେବାର କାରଣ ଥିଲା କି ରାଧିକା ଏଚ ଡି କୁମାରସ୍ବାମୀଙ୍କ ଠାରୁ ୨୭ ବର୍ଷ ସାନ ଥିଲେ | ତାଙ୍କର ଏହି ଲଭଷ୍ଟୋରିର ଖବର ୨୦୧୦ ରେ ହୋଇଥିଲା ଖୁଲାସା | ଆଉ ଏହା ନିଜେ ରାଧିକା ତାଙ୍କ ବିବାହ ବିଷୟରେ କରିଥିଲେ ଖୁଲାସା | ଏବଂ ଉଭୟଙ୍କର ଗୋଟିଏ ଝିଅ ଥିଲା | ତେବେ ରାଧିକା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ସ୍ତ୍ରୀ ଭାବେ ହାତ ଧରିଥିଲେ |
ଖବର ଅନୁଯାୟୀ, ରାଧିକାଙ୍କ ପରିବାର ଲୋକେ ଏହି ବିବାହର ବିପକ୍ଷରରେ ଥିଲେ | କିନ୍ତୁ ସେ ତାଙ୍କ ପରିବାର ତଥା ବାପା ମା ଙ୍କ କଥା ନ ଶୁଣି ତାଙ୍କ ବିପକ୍ଷରେ ଯାଇ କୁମାରସ୍ବାମିଙ୍କୁ ବିବାହ କରିଥିଲେ | ବିବାହ ଗୁପ୍ତରେ ରଖି ଦୀର୍ଘ ୪ ବର୍ଷ ପରେ ରାଧିକା କରିଥିଲେ ଖୁଲାସା |