ଏଇ ଆମ ଓଡିଶାର ବ୍ୟବସ୍ଥା ; ଭତ୍ତା ଟଙ୍କା ପାଇଁ ଟ୍ରଲିରେ ବୁହା ହେଲେ ବୃଦ୍ଧା
1 min readଗଜପତି : ଘରକୁ ଘର ଯାଇ ଭତ୍ତା ଟଙ୍କା ଦିଆଯିବ ବୋଲି ସରକାର ଘୋଷଣା କରିଥିଲେ । ଯେଉଁ ହିତାଧିକାରୀ ଭତ୍ତା ଟଙ୍କା ପାଇଁ ବ୍ୟାଙ୍କ କୁ ଆସିବାକୁ ଅସମର୍ଥ ସେମାନଙ୍କ ଘରକୁ ଯାଇ ଟଙ୍କା ଦେଇ ଆସିବାକୁ ସରକାର ଙ୍କ ନିର୍ଦେଶ ରହିଛି । ଅସହାୟ ହିତାଧିକାରୀଙ୍କ ଘରକୁ ବ୍ୟାଙ୍କ ଯିବ ବୋଲି ବାରମ୍ବାର କୁହାଯାଉଛି । ହେଲେ ରାଜ୍ୟରେ ବହୁ କଷ୍ଟରେ ଅଧିକ ଖର୍ଚ୍ଚାନ୍ତ ହୋଇ ଭତ୍ତା ନେବାକୁ ଯାଉଛିନ୍ତି ହିତାଧିକାରୀ । ଅନେକ ସ୍ଥାନରେ ଏହାର ବିକଳ ଚିତ୍ର ମଧ୍ୟ ଦେଖିବାକୁ ମିଳିଛି ।
ପୁଣି ଆଜି ମଧ୍ୟ ଏହାର ବିକଳ ଚିତ୍ର ଗଜପତି ଜିଲ୍ଲାରେ ପୁନରାବୃତ୍ତି ହୋଇଛି , ଭତା ଟଙ୍କା ଆଣିବା ଲାଗି ଟଲିରେ ଜଣେ ବୟସ୍କ ମହିଳା ଅତି କଷ୍ଟରେ ଶୋଇ ଯାଉଛନ୍ତି । ସରକାର ସିନା ପ୍ରତିଶୃତି ଦେଇ କାଗଜ କଲମରେ ସମସ୍ୟା ତୁଟାଇଦେଲେ । କିନ୍ତୁ ସରକାରଙ୍କର ଏଭଳି ନିୟମକୁ ଫୁ କରିଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ । ୫୦୦ ଟଙ୍କାର ଭତ୍ତା ଆଣିବା ପାଇଁ ଜଣେ ବୃଦ୍ଧା ଙ୍କୁ ଟ୍ରଲିରେ ଶୁଆଇ ସରକାରୀ ଅଫିସକୁ ନେଇଛନ୍ତି ସମ୍ପର୍କୟ ।
ଚାଲି ପାରୁନଥିବାରୁ ଘରେ ପଡି ରହିଥିଲା ବୃଦ୍ଧା ଫଳରେ ତିନି ମାସ ଧରି ଭତ୍ତା ନମିଳିବାରୁ ଟ୍ରଲିରେ ବ୍ୟାଙ୍କ ଯାଇଥିଲେ ପାରଳାଖେମୁଣ୍ଡି ସହର ୧୨ ନମ୍ବର ୱର୍ଡର ଲବଙ୍ଗ ଗୟା । ପ୍ରଥମେ ବ୍ୟାଙ୍କ ଓ ତା ପରେ ପୌର ପରିଷଦ କାର୍ଯ୍ୟଳୟକୁ ଯିବା ପରେ ଭତ୍ତା ଟଙ୍କା ମିଳିଛି । ଏପରି କରୁଣ ଓ ବିକଳ ବ୍ୟବସ୍ଥା ପାଇଁ ଦାଇକିଏ ?