Pratidin TV

Odisha's Digital News Platform

ବାର୍ଦ୍ଧକ୍ୟ ବୟସରେ ପଚାରୁନାହନ୍ତି ପୁଅ ବୋହୂ , ଅସହାୟ ବୃଦ୍ଧ ଖୋଜୁଛନ୍ତି ଜରାନିବାସ….

1 min read

ଜଗତସିଂହପୁର : ମୁଣ୍ଡ ଝାଳ ତୁଣ୍ଡରେ ମାରି ପୁଅ ଝିଅଙ୍କୁ ପାଠ ପଢାଇ ବଡ ମଣିଷ କରିଥିଲେ । ଆଉ ଆଜି ସେଇ ପଢୁଆ ପୁଅ ଝିଅ ନିଜ ସ୍ୱାର୍ଥରେ ଯେଝା ବାଟରେ ଚାଲିଯାଇଛନ୍ତି । ଅସହାୟ ବୃଦ୍ଧ ୨୦ ବର୍ଷ ହେବ ଏକାକି କାଟୁଛନ୍ତି ଜୀବନ ।
ପ୍ରତ୍ୟକ ବାପା, ମା, ପିଲା ମାନଙ୍କ ର ଭବିଷ୍ୟତ କୁ ନେଇ ଅନେକ ସ୍ବପ୍ନ ଦେଖିଥାନ୍ତି । ଜୀବନସାରା ଅକ୍ଲାନ୍ତ ପରିଶ୍ରମ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ପିଲା ମାନଙ୍କ ର ଉଜ୍ୱଳ ଭବିଷ୍ୟତ କାମନା କରିଥାନ୍ତି । ପିଲାମାନେ କିପରି ଭଲମଣିଷ ହେବେ । ଚାକିରୀ ବାକିରି କରିବେ । ବାପା,ମା ଙ୍କର ବୃଦ୍ଧ କାଳେ ସେବା ଯତ୍ନ କରିବେ ସେଥିନେଇ ଅନେକ ଆଶା ବାନ୍ଧିଥାନ୍ତି । ହେଲେ ନିୟତିର ଗତି ବଡ଼ ବିଚିତ୍ର । ବୃଦ୍ଧ କାଳେ ବାପା,ମା ଙ୍କ ପ୍ରତି କର୍ତ୍ତବ୍ୟରେ ଅବହେଳା ପଦର୍ଶନ କରି ଅତ୍ୟାଧୁନିକ ଯୁଗର ଯୁବ ପିଢ଼ି ସହରୀ ସଭ୍ୟତାକୁ ଆପଣେଇ ନେଇଥିବା ବେଳେ ଗ୍ରାମାଞ୍ଚଳ ରେ ବାପା, ମା ନିଜକୁ ଅସହାୟ, ନିଃସହାୟ ମନେକରି ଶେଷ ଅବସ୍ଥାରେ ଜରାନିବାସରେ ଆଶ୍ରୟ ନଚେତ ଜୀବନ ହାରିବାକୁ ଏକମାତ୍ର ପନ୍ଥା ବୋଲି ବାଛିନେଇଛନ୍ତି ।

ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ଜଗତସିଂହପୁର ବ୍ଲକ ଆୟର ପଞ୍ଚାୟତ ଆମ୍ବଦରଡା ଗ୍ରାମରେ । ସେହି ଗ୍ରାମର ୮୨ ବର୍ଷିୟ ବୃଦ୍ଧ ଉତ୍ତମ ଚରଣ କର । ଜୀବନ ସାରା ଅକ୍ଲାନ୍ତ ପରିଶ୍ରମ କରି ଉପାର୍ଜିତ ଅର୍ଥରେ ଦୁଇ ପୁଅ, ଦୁଇ ଝିଅଙ୍କୁ ଶିକ୍ଷିତ କରିଥିଲେ । ଦୁଇ ପୁଅ ଝିଅ ବିବାହ ପରେ ନିଜ ନିଜ ପରିବାର ନେଇ ରାଜଧାନୀରେ ରହୁଛନ୍ତି । ହେଲେ ବୃଦ୍ଧ ରୋଗୀଣା ଅସହାୟ ବାପାଟିକୁ ବୋଧ ହୁଏ ଭୁଲିଯାଇଛନ୍ତି । ସହରର ଚାକଚକ୍ୟରେ ମଣିଷ ହଜାଇ ଦେଇଛି ମାନବିକତା । ନଚେତ୍ କିଏ ତାର ନିଜ ଜନ୍ମକଲା ବାପାକୁ କଣ ଭୁଲିପାରେ । ଏଭଳି କିଛି କହି ନିଜ ମନକୁ ବୁଝାଇଦେଇଛନ୍ତି ବୃଦ୍ଧ ଜଣକ । ବୟସର ଶେଷ ଅବସ୍ଥାରେ ଏକାକୀ ରହୁଥିବା ବେଳେ ନିଜ ପାଇଁ ଏକ ଜରାନିବାସ ଖୋଜିଛନ୍ତି । କାରଣ ଗତ ୨୦ ବର୍ଷ ହେବ ଦୁଇ ଦୁଇ ଜଣ ପୁଅ ଓ ବୋହୂ ସହର ଯାଇ ଆଉ ଗାଁ ମାଟି ମାଡିନାହାନ୍ତି । ଏପରି ସ୍ଥିତିରେ ଏହି ବୁଢା ବାପାଟାକୁ ଆଣି ନିଜ ଘରେ ରଖିଛି ଜଣେ ପଡିସା ଘର ଝିଅ । କିନ୍ତୁ ଅଧା ସମୟ ନିଜ କାମରେ ବ୍ୟସ୍ତ ରହୁଥିବାରୁ ଝିଅଟି ବୃ୍‌ଦ୍ଧ ମଉସାଙ୍କ ଦେଖା ଶୁଣା କରିପାରୁନଥିବାରୁ ଏକାକୀ କଷ୍ଟେ ମଷ୍ଟେ ଚଳି ଯାଉଛନ୍ତି ବୃଦ୍ଧ ବାପା । କିନ୍ତୁ କେତେଦିନ ଏମିତି ଏକାକୀ ଆଉ ହନ୍ତସନ୍ତ ହେବ ବୃଦ୍ଧ ମଣିଷଟିଏ । ନିଜ ଶେଷ ସମୟରେ ଟିକିଏ ଭଗବାନଙ୍କ ଆଶ୍ରା ଓ ଲୋକଙ୍କ ଭଲପାଇବା ଖୋଜିଛି । ଏନେଇ ଗଣମାଧ୍ୟମ ଆଗରେ ନିଜ ମନକଥା କହି କାନ୍ଧିଦେଇଛି । ନିଜ ପାଇଁ ଏକ ଜରାଶ୍ରମ ଖୋଜୁଛନ୍ତି ଏହି ବୃଦ୍ଧ ଆଉ କହିଛନ୍ତି ଯଦି ନମିଳେ ଶେଷରେ ସେ ବିଷ ରଖିଛନ୍ତି ତାକୁ ପିଇ ସବୁଦିନ ପାଇଁ ଶାନ୍ତିରେ ଶୋଇଯିବେ ।

Advertisement

ସତରେ କଣ ନିଷ୍ଠୁର କୃର ଆମ ମଣିଷ ସମାଜ ? ସତରେ ଏତେ ସ୍ୱାର୍ଥପର ହୋଇପାରେ ରକ୍ତ ସର୍ମ୍ପକ ? ସହରର ଚାକଚକ୍ୟରେ କଣ ଏତେ ମଜଗୁଲ ହୋଇଯାଉଛନ୍ତି ସେଇ ପୁଅ ଝିଅ ଯାହାକୁ ବଡ ମଣିଷ କରିବା ପାଇଁ ଦିନେ ଅଣ୍ଟା ଭାଙ୍ଗି କାମ କରିଥିଲା ବୁଢା ବାପା । ସତରେ ଥରେ ଭାବନ୍ତୁ ୟେ କୌଣସି କାହାଣୀ ନୁହଁ ବରଂ ଏଇ ବୁଢା ମଉସାର ବାସ୍ତବ ଜୀବନ । ସତରେ ଆଜି ଜଣେ ମଣିଷ ହୋଇ ମଣିହ ପ୍ରତି ଘୃଣା ଆସୁଛି ଧିକ ସେ ପୁଅ ଧିକ ସେ ଝିଅ ଯିଏ ନିଜ ବୁଢା ବାପାଟାକୁ ଅସହାୟ ଅବସ୍ଥଅରେ ଛାଡି ଚାଲିଯାଇଛି ।

Leave a Reply

Your email address will not be published. Required fields are marked *