ମୁଁ ହାର୍ଟ ପେସେଣ୍ଟ କେତେଦିନ ବଞ୍ଚିବି , ମୋ ୨ ନାତୁଣୀଙ୍କୁ ସହାୟ ହୁଅ କଲେକ୍ଟର ବାବୁ ….
1 min readଅନୁଗୁଳ : ଆଜିର ଦୁନିଆରେ ଆମେ ଯାହାକୁବି ଦେଖିବା କହିପାରିବାନି ଯେ ତା ଜୀବନରେ କିଛି ଦୁଃଖ । ଅନେକ ଲୋକ ନିଜର କଷ୍ଟ ଯନ୍ତ୍ରଣାକୁ ମିଛ ହସ ତଳେ ଲୁଚାଇଦେଉଥିବା ବେଳେ ଅନେକ ନିଜ ପରିବାର ପାଇଁ ସମସ୍ତ ପରିସ୍ଥିତି ସହ ଲଢିବାକୁ ଆଗେଇ ଆସନ୍ତି ।ସେହିଭଳି କିଛି ସତ କ।ହାଣୀ ଉଦୟନାଥଙ୍କର । ନିଜ ଛାତିର ସମସ୍ତ କଷ୍ଟ ଯନ୍ତ୍ରଣାକୁ ମାଡିବସି ୨ ନାତୁଣୀଙ୍କୁ ମଣିଷ କରିବା ପାଇଁ ବୃଦ୍ଧ ବୟସରେ କରୁଛନ୍ତି ଅକ୍ଳାନ୍ତ ପରିଶ୍ରମ । ନିଜର ଚିନ୍ତା କରନ୍ତିନି ଉଦୟ , ସେ ଜଣେ ହାର୍ଟ ରୋଗୀ ହୋଇଥିବା ସୁଦ୍ଧା ମଧ୍ୟ ନିଜ ଜୀବନକୁ ଖାତିର ନକରି ବୃଦ୍ଧ ବୟସରେ ନିଇତି ଦୈଡୁଛନ୍ତି ଜିଲ୍ଲାପାଳ ଅଫିସ୍ । ତା ପୁଣି ମେ ମାସ ଡହ ଡହ ଖରାରେ । ଆଜ୍ଞା ହଁ ନିଜର ହିଁ ଏଟି ଝଣେ ବୁଢା ଜେଜେବାପା ନିଜ ୨ ନାତୁଣୀଙ୍କ ପାଇଁ ସାଜିଛି ପୁରା ପରିବାର । ବାପା ମାଁ ସମସ୍ତଙ୍କ ଚରିତ୍ରକୁ ଓହ୍ଲାଇ ନିଜ କର୍ତ୍ତବ୍ୟ କରିଚାଲିଛନ୍ତି ଉଦୟ । ବୁଢା ବୟସରେ ୨ କୁନି କୁନି ଛୁଆଙ୍କୁ ଛାଡି ଆରପାରିକି ଚାଲିଯାଇଛନ୍ତି ଉଦୟଙ୍କ ଏକାମତ୍ର ପୁଅ ଓ ବୋହୂ ।
ନଭେମ୍ବର ୫ ତାରିଖ, ୨୦୧୧ ମସିହା ଠାରୁ ଉଦୟଙ୍କ ଜୀବନରେ ମାଡିଆସିଛି କଳା ବାଦଲ । ପୁଅ ବୋହୂ ୨ ଜଣଙ୍କ ହଠାତ୍ ମୃତ୍ୟୁ ପରେ ଭାଙ୍ଗିଯାଇଚି ପୁରା ହସଖୁସିର ପରିବାରର । ୨ ନାତୁଣୀ ଓ ପୁଅ ବୋହୂଙ୍କୁ ନେଇ ବେଶ୍ ହସଖୁସିରେ ଚାଲିଥିଲା ସଂସାର ହେଲେ କାହାର ନଜର ଲାଗିଲା କେଜାଣି । ସବୁ ଖୁସି ଭାସିଗଲା ଆଖିର ଲୁହରେ । ଆଜକୁ ଦୁଇ ବର୍ଷ ତଳେ କଟକ ଜିଲ୍ଲା ଆଠଗଡ ତିଗିରିଆ ଅଞ୍ଚଳର ବିଭୁତି ଭୂଷଣ ସାହୁ ନିଜ ପରିବାର ସହ ଅନୁଗୁଳ ବ୍ଲକ ର ବାରସିଙ୍ଗା ଗ୍ରାମରେ ରହି ଆସୁଥିଲେ । କିନ୍ତୁ ହଠାତ୍ ଦିନେ କଳା ବାଦଲ ମାଡ଼ି ଆସିଲା ପରିବାରକୁ । କିଏ ଜାଣିଥିଲା ବାପା ବିଭୁତି ଓ ମାଆ ସସ୍ମିତା ସାହୁ ଙ୍କର ଜୀବନ ଦୀପ ଏତେ ଜଲ୍ଦି ଲିଭି ଯିବ ବୋଲି । କୁହାଯାଏ ଯାହାକୁ ରଖିବେ ଅନନ୍ତ ତାକୁ କି ରୋକିପାରେ ବଳବନ୍ତ । ସେଦିନ ଥିଲା ନଭେମ୍ବର ୫ ତାରିଖ, ୨୦୨୧ ମସିହା । ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଯାଇଥିବା ବେଳେ ପଡ଼ୋଶୀ ଘରେ ଥିଲେ ଦୁଇ ନାବାଳିକା ଶିଶୁ କନ୍ୟା । ସେପଟେ ରୋଷେଇ ଘରେ ରୋଷେଇ କରୁଥିବା ବେଳେ ଅଚାନକ ଗ୍ୟାସ୍ ଟାଙ୍କି ଫାଟି ଯାଇଥିଲା । ଫଳରେ ବାପା , ବିଭୁତି ଓ ମାଆ ସସ୍ମିତା ଗୁରୁତର ଆହତ ହୋଇଥିଲେ । ତେବେ ଗୁରୁତର ଆହତ ଅବସ୍ଥାରେ ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ତେଣୁ ସେଠାରେ ତାଙ୍କୁ ଡାକ୍ତର କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରିଥିବା ବେଳେ ଗତ ୨୦୨୧ ନଭେମ୍ବର ୮ ତାରିଖରେ ମାଆ ସସ୍ମିତା ସାହୁଙ୍କର ମୃତ୍ୟୁ ହୋଇଥିବା ବେଳେ ନଭେମ୍ବର ୧୧ ତାରିଖରେ ବାପା ବିଭୁତି ଭୂଷଣଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।
ଖବର ପାଇ ଆଠଗଡ଼ ତିଗିରିଆ ଗାଁର ବିଭୁତିଙ୍କ ବାପା ଉଦୟନାଥ ସାହୁ ବାରସିଙ୍ଗା ଗାଁରେ ପହଞ୍ଚି ପୁଅ ଓ ବୋହୁ ର ମୃତ୍ୟୁକୁ ନେଇ ଭାଙ୍ଗି ପଡ଼ିଥିଲେ । ଏହାରି ଭିତରେ କେମିତି ଏହି ଦୁଇ କନ୍ୟା ସନ୍ତାନକୁ ନେଇ ସେମାନସଙ୍କର ଭବିଷ୍ୟତ ଚିନ୍ତା କରିବେ ସେନେଇ ଚିନ୍ତାରେ ଅଛନ୍ତି ଜେଜେ ଉଦୟନାଥ ସାହୁ । ଅନ୍ୟପଟେ କ୍ଷତି ପୂରଣ ପାଇଁ ଅନୁଗୁଳର ସ୍ନେହଲତା ଗ୍ୟାସ୍ ଏଜେନ୍ସି ରେ ପହଞ୍ଚି କ୍ଷତି ପୂରଣ ପାଇଁ ଦାବି କରିଥିଲେ ଜେଜେ ଉଦୟନାଥ ସାହୁ । ହେଲେ ସ୍ନେହଲତା ଗ୍ୟାସ୍ ଏଜେନ୍ସି ତାଙ୍କୁ ଗଳା ଧକ୍କା ମାରି ଅଫିସ୍ ରୁ ବାହାର କରିଦେଇଥିଲା । ଏହାରି ଭିତରେ ଜେଜେ ଉଦୟନାଥ ସାହୁ କଙ୍କିନାଳୀ ଗ୍ରାମର ଉର୍ମିଳା ଗଡ଼ନାୟକଙ୍କ ସହାୟତାରେ ଦୁଇ ନାବାଳିକା ଶିଶୁ କନ୍ୟାଙ୍କର ଭରଣ ପୋଷଣ ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କୁ ଭେଟି ସହାୟତା ଲୋଡିଛନ୍ତି । ତେବେ ଏନେଇ ଅନୁଗୁଳ ଜିଲ୍ଲାପାଳ ଏ ଦୁଇ ଅନାଥ ନାବାଳିକାଙ୍କ ପାଇଁ ଯଥା ଶୀଘ୍ର ପାଠ ପଢ଼ା ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।