Pratidin TV

Odisha's Digital News Platform

“ସମ୍ବିଧାନ ସଦାନ” ନାମରେ ପରିଚିତ ହେବ ପୁରୁଣା ସଂସଦ ଭବନ…



ନୁଆଦିଲ୍ଲୀ: ମଙ୍ଗଳବାର ସଂସଦର ପ୍ରକ୍ରିୟା ନୂତନ କୋଠାକୁ ସ୍ଥାନାନ୍ତରିତ ହେବାପରେ ପ୍ରଧାନମନ୍ତ୍ରୀ ପୁରାତନ ସଂସଦ ଭବନର ନୂତନ ନାମ ଘୋଷଣା କରିଛନ୍ତି । ଯାହାକୁ “ସମ୍ବିଧାନ ସଦାନ” କୁହାଯିବ । ପୁରୁଣା ସଂସଦ ଭବନର ସେଣ୍ଟ୍ରାନ ହଲରେ ସାଂସଦ ମାନଙ୍କ ଅଭିଭାଷଣ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏହାର ନାମ ଘୋଷଣା କରିଥିଲେ । ସେ କହିଥିଲେ ଯେ ନୂଆ ସଂସଦକୁ ଯିବାପରେ ମଧ୍ୟ ଏହାର ମାନ କଦାପି ହ୍ରାସ ପାଇବ ନାହିଁ । ଆମେ ମାନେ ଏହାକୁ ପୁରୁଣା ସଂସଦ କହିବା ଉଚିତ ହେବ ନାହିଁ । ତେଣୁ ଏହା ସମ୍ବିଧାନ ସଦାନ ନାମରେ ପରିଚିତ ହେବ । କାରଣ ଏଠାରେ ସେହି ମହାନ ବ୍ୟକ୍ତତ୍ୱ ମାନଙ୍କର ସୃତି ରହିଛି ଯେଉଁଠାରେ ସେମାନେ ଏକାଠି ହୋଇ ବସିଥିଲେ ।

ତେବେ ନୂତନ ସଂସଦ ଭବନର ସ୍ଥାନାନ୍ତରଣ ପରେ ଏହାର ମାନ ବଜାୟ ରଖୀବାକୁ ପ୍ରଦାନ ମନ୍ତ୍ରୀ ଏପରି ନିଷତ୍ତି ନେଇଛନ୍ତି । ଗଣେଶ ପୂଜା ଅବସରରେ ନୂତନ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେସନର ଦ୍ୱତୀୟ କାର୍ଯ୍ୟଦିବସର ଆୟୋଜନ କରାଯାଇଛି । ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶ ବାବେ ପରିଗଣିତ କରିବାକୁ ଯୋଜନା ରହିଥିବା ବେଳେ ନୂତନ ସଂସଦ ଭବନରୁ ଆଗାମୀ ଭବିଷ୍ୱତର ଶୁଭାରମ୍ଭ ହେବ ବୋଲି ମୋଦି କହିଥିଲେ । ଅନ୍ୟପଟେ ପୁରାତନ ସଂସଦ ଭବନର “ପ୍ରତ୍ୟେକ ଇଟା” କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି ଯେ ନୂତନ ଆଶା ଏବଂ ଆତ୍ମବିଶ୍ୱାସ ସହିତ ସଂସଦର ସଦସ୍ୟମାନେ ନୂତନ ସଂସଦ ଭବନରେ ପ୍ରବେଶ କରିବେ । ଏଥିସହ ପୁରାତନ ସଂସଦ ଭବନକୁ ଭାରତର ପ୍ରତ୍ନତାତ୍ତ୍ୱିକ ଚମତ୍କାର ଭାବରେ ସଂରକ୍ଷଣ କରାଯିବ ବୋଲି ବିଶେଷ ସୁତ୍ରରୁ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *