Pratidin TV

Odisha's Digital News Platform

ମହାପ୍ରଭୁଙ୍କ ଦର୍ଶନ କରି ସବୁଦିନ ପାଇଁ ଆଖିବୁଜିଲେ ହବିଷ୍ୟାଳୀ ଫକୀର..

1 min read

ପୁରୀ: ସରିବାକୁ ଆସୁଛି କାର୍ତ୍ତିକ ମାସ । ଆଉ ଏବେ ଚାଲିଛି ପଞ୍ଚୁକ । ଆଜି ଏହାର ୨ୟ ଦିନ । ହବିଷ କରିବାକୁ ପୁରୀରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ତେବେ ତା ଭିତରେ ଆସିଲା ଏକ ଦୁଃଖର ଖବର । କାରଣ ପୁରୀ ଆସିଥିବା ହବିଷାଳୀଙ୍କ ଉଡିଗଲା ପ୍ରାଣବାୟୁ । ମହାପ୍ରଭୁଙ୍କ ଦର୍ଶନ କରି ଚାଲିଗଲା ଜୀବନ । ମୋଚିସାହି କଲ୍ୟାଣ ମଣ୍ଡପ ଠାରେ ସରକାରୀ ହବିଷ୍ୟାଳି କେନ୍ଦ୍ରରେ ରହୁଥିବା ଜଣେ ହବିଶ୍ୟାଳୀଙ୍କ ମୃତ୍ୟୁ। ମୃତକ ଜଣକ ହେଲେ ନୟାଗଡରୁ ଆସିଥିବା ୭୩ ବର୍ଷୀୟା ହବିଶ୍ୟାଳୀ ଫକୀର ଧଳୁଆ । ବୃଦ୍ଧା ଜଣକ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିସାରି ମନ୍ଦିର ଭିତରେ ଥିବା ଉପବନରେ ବସିଥିଲେ । ହଠାତ୍ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।ସେଠାରେ ତାଙ୍କ ର ଝାଡା ହୋଇଥିଲା । ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ମୋଚି ସାହି ସ୍ଥିତ ହବିଷ୍ୟାଳୀ କେନ୍ଦ୍ରରେ ରହୁଥିଲେ ।ତାଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *