Pratidin TV

Odisha's Digital News Platform

ବୃଦ୍ଧାଙ୍କ ପାଇଁ ଅଭିଶାପ ପାଲଟୁଛି ବାର୍ଦ୍ଧକ୍ୟ …

1 min read

ଜଳେଶ୍ଵର : ଯୁଗ ପରିବର୍ତ୍ତନ ସହିତ ବଦଳୁଛି ଦୁନିଆ। ଆଧୁନିକ ଚିନ୍ତାଧାରାର ଯୁବଗୋଷ୍ଠୀ ଭୂଲି ଯାଉଛନ୍ତି ନିଜର କର୍ତ୍ତବ୍ୟ ଓ ପରମ୍ପରା କୁ। ବାର୍ଦ୍ଧକ୍ୟ ଅବସ୍ଥାରେ ଉପନୀତ ବାପା ମା ଙ୍କୁ ଛାଡି ସ୍ବପ୍ନ ରେ ଉଡିବୁଲୁଥିବା ବେଳେ,ନିଃସଙ୍ଗ ହୋଇଯାଉଛନ୍ତି । ଅନେକ ବରିଷ୍ଠ ବୃଦ୍ଧ ବୃଦ୍ଧା ବାପା ମାଆ।ବୟସର ଅପରାହ୍ଣରେ ଘର ଭିତରେ ଏକାକୀ ନିଃସଙ୍ଗ ଭାବରେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି।ଏଭଳି ଏକ ଘଟଣା ଦେଖିବା ଜଳେଶ୍ଵର ବ୍ଲକ ନାମ୍ପୋ ଅଞ୍ଚଳରୁ ସ୍ବତନ୍ତ୍ର ରିପୋର୍ଟ।

ଜଳେଶ୍ୱର ବ୍ଲକ ନାମ୍ପୋ ଅଞ୍ଚଳର ଏହି କରୁଣ ଦୃଶ୍ୟ. ଗ୍ରାମର ସ୍ବର୍ଗତ ହରେନ୍ଦ୍ର ପରିଡାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ପରିଡା (୭୦)। ଦୁଇ ଜଣ ପୁତ୍ରସନ୍ତାନ ଜନ୍ମ କରିଥିଲେ, ବାର୍ଦ୍ଧକ୍ୟରେ ସାଥ ଦେବେ, ହେଲେ ଫଳ ଓଲଟା। ସ୍ବାମୀ ହରେନ୍ଦ୍ର ଆଜକୁ ୨୦ ବର୍ଷ ତଳେ ଆରପାରିକୁ ଚାଲିଗଲା ପରେ ଦୁଇ ପୁଅ,ନାତି ନାତୁଣୀ ଙ୍କ ସହିତ ଆରାମରେ ରହିବାର ସ୍ବପ୍ନ ଦେଖିଥିଲେ ହେଲେ ଫଳ ହେଲା ଓଲଟା ।ଜଣେ ପୁଅ କଲିକତା ଓ ଅନ୍ୟ ଜଣେ ବମ୍ବେ ରେ ରହି ଘରୋଇ କମ୍ପାନୀ ରେ କାମ କରନ୍ତି। ଏଣେ ଲକ୍ଷ୍ମୀପ୍ରିୟା କୁ ପକ୍ଷାଘାତ ରୋଗ ଭୋକ ଉପାସ ରେ ଝାଡା ପରିସ୍ରା ରେ ଘାଣ୍ଟି ବୁଢ଼ୀ ମା ଜଣକ ର ଅବସ୍ଥା ଜରାଜୀର୍ଣ୍ଣ।ରୋଗ ଜ୍ୱାଳା ରେ ଛଟ ପଟ ହେଉଥିବା ବୁଢ଼ୀ ମା ର କଥା ବୁଝିବାକୁ କେହିନାହିଁ।ନା ତାଙ୍କୁ ମେଡିକାଲ ନେବାକୁ କିଏ ଅଛି,ନା ଔଷଧ ଆଣିବାକୁ। ତେଣୁ ସମାଜ ପାଇଁ ବାର୍ଦ୍ଧକ୍ୟ ଏବେ ପାଲଟିଛି ଅଭିଶାପ। ତେବେ ଏପରି ଘଟଣାକୁ ନିନ୍ଦା କରିବା ସହିତ ଦୁଇ ପୁଅଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମର ମା ମାନେ।

Advertisement

ତେବେ ଘଟଣା ବିଷୟରେ ବାରମ୍ବାର ପ୍ରଶାସନ କୁ ନିବେଦନ କରାଯାଇ କୈ।ଣସି ସୁଫଳ ମିଳି ନଥିବା ବେଳେ ବୃଦ୍ଧା ଲକ୍ଷ୍ମୀପ୍ରିୟା ର ଅବସ୍ଥା କୁ ଲକ୍ଷ କରି ସାହାଯ୍ୟ ର ହାତ ବଢ଼ାଇ ଛନ୍ତି ନାମ୍ପୋ ଗ୍ରାମ ପଂଚାୟତ ର ସମିତି ସଦଶ୍ୟା ସସ୍ମିତା ପରିଡା ଏବଂ ତାଙ୍କର ସ୍ୱାମୀ ସୁଶୀଲ ପରିଡା ଛଅ ମାସ ରୁ ଉର୍ଧ୍ଵ ସମୟ ହେବ ବୁଢ଼ୀ ମା ର ସେବା କରି ଆସୁଥିବା ବେଳେ ଏ ସାହାଯ୍ୟ ତାଙ୍କର ପିଲା ମାନେ ମା କୁ ଦେଖିବାକୁ ଆସୁ ନଥିବାରୁ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ ରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *