Pratidin TV

Odisha's Digital News Platform

ରାହା ନାହିଁକି ସାହାନାହିଁ : ପରିସ୍ଥିତି ଆଗରେ ହାର୍ ମାନିନାହାନ୍ତି ପତିବ୍ରତା ବୃଦ୍ଧାସ୍ତ୍ରୀ ବାସନ୍ତୀ

ମୟୁରଭଞ୍ଜ : କଥାରେ ଅଛି ଭଲ ଜୀବନସାଥୀଟିଏ ମିଳିଲେ ଜୀବନରେ ଆଉ କୌଣସି ଆବଶ୍ୟକତା ରହିନଥାଏ।ଆଉ ଜୀବନସାଥୀ ଯେବେ ବାସନ୍ତୀଙ୍କ ପରି ହେବେ ସେବେତ ଯେତେବଡ ଦୁଃଖ ଆସୁପଛକେ ଡରିବାରନାହିଁ କି ପଛଘୁଂଚା ଦେବାକୁନାହିଁ।କାରଣ ଜୀବନର ଖରାପ ପରିସ୍ଥିତିରେ ମଧ୍ୟ କେବେସ୍ୱାମୀଙ୍କୁ ହତାଦର କରିନାହାନ୍ତି କିମ୍ବା ସ୍ୱାମୀଙ୍କ ହାତଛାଡି ନାହାନ୍ତିସିଏ । ପଙ୍ଗୁ ସ୍ୱାମୀଙ୍କ ସବୁଠାରୁ ବଡଶକ୍ତି ପାଲଟିଛନ୍ତି ତାଙ୍କ ନିଜସ୍ତ୍ରୀ।

ଏହି ଅସହାୟ ବୃଦ୍ଧ ଯିଏକି ଭୂଇଁରେ ଘୋଷାରି ହୋଇ ହୋଇ ଚାଲୁଛି ତାଙ୍କ ବୟସ ୭୫ ଟପିଲାଣି ଆଉତାଙ୍କ ଧର୍ମପତ୍ନୀ ଯାହାଙ୍କ ବୟସ୭୦ ପାରହେଲାଣି। ହେଲେ ସ୍ୱାମୀଙ୍କୁ ଏଭଳି ଅବସ୍ଥାରେ କେବେ ହେଳା କରିନାହାନ୍ତି ବୃଦ୍ଧାସ୍ତ୍ରୀ।ଘଟଣାଟି କପ୍ତିପଦା ବ୍ଲକ ମାଙ୍କଡପଡା ପଂଚାୟତ କୁଅଁରପୁର ଗ୍ରାମର ବୃଦ୍ଧା ବାସନ୍ତୀ ବିନ୍ଧାଣୀଙ୍କ କଥା। ପରିବାର କହିଲେ ୭୫ବର୍ଷୀୟ ସ୍ୱାମୀ ବୃନ୍ଦାବନ ବିନ୍ଧାଣୀ ଏବଂ ସ୍ତ୍ରୀ ୭୦ବର୍ଷୀୟ ବାସନ୍ତୀ। ପିଲାଛୁଆ କେହି ନାହାନ୍ତି।ସ୍ୱାମୀ ଏବଂ ସ୍ତ୍ରୀଙ୍କୁ ନେଇ ଚାଲିଥିଲା ତେଲଲୁଣର ସଂସାର।ହେଲେ ଛଅ ବର୍ଷ ପୂର୍ବେ ଜୀବନ ଆକାଶରେ ହଠାତ ମାଡିଆସିଲା କଳାବାଦଲ।

ଦିନ ମଜୁରିଆ ବୃନ୍ଦାବନ ଦିନେ କାମସାରି ଘରକୁ ଫେରୁଥିବାବେଳେ ହଠାତ ତ୍ପଡିଯିବାରୁ ତାଙ୍କଗୋଡ ଭାଙ୍ଗିଗଲା ଏବଂ ଅଭାବ ଅନାଟନରେ ଚିକିତ୍ସା କରାଇନପାରିବାରୁ ଦୁଇଗୋଡ ପକ୍ଷାଘାତରେ ପୀଡିତ ହୋଇଗଲା।ସେବେ ଠାରୁ ସ୍ୱାମୀ ଭୂଇଁ ଉପରେ ଘୋଷାରି ହୋଇ ଚାଲନ୍ତି।ସ୍ୱାମୀ ଅକର୍ମଣ୍ୟ ହୋଇ ଯିବାପରେ ପରିବାର ଚଳିବା କଷ୍ଟକର ହେଲା।ସରକାରଙ୍କ ତରଫରୁ ମିଳୁଥିବା ୧୦କିଲୋଚାଉଳ ଏବଂଉଭୟଙ୍କର ଭତାଟଙ୍କାରେ କଷ୍ଟେ ମଷ୍ଟେ ପରିବାର ଚଳାଉଛନ୍ତି ସ୍ତ୍ରୀ ବାସନ୍ତୀ।ହେଲେ ଏକ ଛୋଟପିଲା ପରି ସ୍ୱାମୀର ଦେଖାଶୁଣା କରନ୍ତି ବାସନ୍ତୀ।ଏହି ବୃଦ୍ଧ ଦମ୍ପତିଙ୍କୁ ଆହା ପଦେ କହିବାକୁ କେହି ନାହାନ୍ତି। ନା ଅଛି ରାହାନା ଅଛିସାହା।କେବଳ ପରସ୍ପରର ମୁହଁକୁ ଚାହିଁ ଏବଂ ଜୀବନସାଥୀ ଭାବେ ହାତଧରିଥିବା ସ୍ୱାମୀ ପ୍ରତିଥିବା ସବୁ କର୍ତବ୍ୟକୁ ପାଳନ କରୁଛନ୍ତି ସ୍ତ୍ରୀ ବାସନ୍ତୀ।ସକାଳ ପାହିଲେ ସ୍ୱାମୀଙ୍କ ନିତ୍ୟକର୍ମ କରାଇବା ସହିତ ଗାଧୋଇବା,ଖାଇବା ସବୁ କାମ କରନ୍ତି ବାସନ୍ତୀ।ଗୋଟିଏ ମୂହୁର୍ତ ସ୍ୱାମୀକୁ ଛାଡି କୁଆଡେ ଯାଆନ୍ତି ନାହିଁ।ସେ କୁହନ୍ତି ହାତଧରି ଯେତେବେଳେ ବାହା ହୋଇଛି ଏହି ବୟସରେ ଛାଡି ଦେବି କେମିତି।

ତେବେ ବୃଦ୍ଧା ବାସନ୍ତୀଙ୍କର ଏହିପରି ସ୍ୱାମୀପ୍ରତି ସେବାକୁ ସ୍ଥାନୀୟ ଲୋକେ ଦେଖି ଆସୁଥିବାବେଳେ ସରକାରଙ୍କ ତରଫରୁ ବାସନ୍ତୀଙ୍କ ସ୍ୱାମୀଙ୍କ ଚିକିତ୍ସା ନିମନ୍ତେ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ।ଏହା ସହିତ ଜଣେ ସ୍ତ୍ରୀ ଯେ ନିଜ ସ୍ୱାମୀ ପ୍ରତି କିପରି ସମର୍ପିତ ହୋଇ ରହିବା କଥା ତାହାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ବାସନ୍ତୀ।

ତେବେ ଆଜିର ଦୁନିଆରେ ଅନେକ ସମୟରେ ଛୋଟଛୋଟ କଥାକୁ ନେଇସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ବିବାଦ ହେବା ସହିତ ଅନେକ ଘଟଣାମାନ ଘଟୁଥିବା ସାମ୍ନାକୁ ଆସୁଛି।ତେଣୁ ସେ ସବୁକୁ ନଜର ଦେଲେ ଜଣେ ସ୍ତ୍ରୀଏବଂ ସ୍ୱାମୀ ଭିତରେ ସଂପର୍କ ଯେ କେତେ ନିବିଡ ଏବଂ ସ୍ତ୍ରୀ ର ତ୍ୟାଗ କେତେ ସେନେଇ ଉଦାହରଣ ସାଜିଛନ୍ତି ବାସନ୍ତୀ

Leave a Reply

Your email address will not be published. Required fields are marked *